ବାହାନଗା ଟ୍ରାଜେଡି: ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ

ମୃତକ ବିହାର ଅଞ୍ଚଳର ସୋହେଲ ମନସୁର ବୋଲି ସୂଚନା ମିଳିଛି।

କଟକ ଏସ୍‌ସିବି ଟ୍ରମା ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଥିଲା। ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୧କୁ ବୃଦ୍ଧି ହୋଇଛି।

ଦୋଳିରେ ଝୁଲୁଛି ଯୁବକଙ୍କ ମୃତଦେହ

କଟକ ଜିଲ୍ଲା ବ୍ରହ୍ମେଇଙ୍କ ପୀଠରେ ଏହି ଘଟଣା ଘଟିଛି।

ମୃତ ଯୁବକ ସାହାଡାପଦା ଗାଁର ଅନୀଲ ବେହେରା। ପରିବାର ଲୋକଙ୍କ ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଛି।

କଟକରେ ଆଜିର ତାପମାତ୍ରା 42.2 ଡିଗ୍ରୀ

ଆଜି ଦିନବେଳା ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 45.6ଡିଗ୍ରୀ ଥିବା ବେଳେ, ଝାରସୁଗୁଡାରେ 45.4, ଭୁବନେଶ୍ୱରରେ 44.6 ଏବଂ କଟକରେ 42.2 ଡିଗ୍ରୀ ଥିଲା l

ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ ଗିରଫ

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଆୟଠାରୁ ୧୮୩% ସଂପତ୍ତି ଆହରଣ ଅଭିଯୋଗରେ ଗିରଫ ହୋଇଛନ୍ତି।

ଟ୍ରେନ୍‌ ଦୁର୍ଘଟଣା : ଏସସିବିରେ ଜଣେ ମୃତ

କଟକ ଏସସିବିରେ ଚିକିତ୍ସାଧୀନ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ହେଲେ ବିଜୟ ପାଶୱାନ, ସେ ବିହାରର ବୋଲି ସୂଚନା ମିଳିଛି।

ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରଠାରୁ ଏସସିବି ଆଇସିୟୁରେ ଥିଲେ। ଏସସିବିରେରେ ଚିକିତ୍ସାଧୀନ ଆହତଙ୍କ ମଧ୍ୟରେ ଏହା ପ୍ରଥମ ମୃତ୍ୟୁ।

କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଅଚଳାଚଳ ସଂପତ୍ତି ଠାବ

ସହକାରୀ ଯନ୍ତ୍ରୀ ବିକାଶ ଭୂୟାଁଙ୍କ ଗୋଟିଏ ବହୁତଳ କୋଠା, ଟୁଇନ ସିଟିରେ ୭ଟି ପ୍ଲଟ ଠାବ ହୋଇଛି।

ଦୁଇ ପିଲାଙ୍କ ପାଠପଢ଼ାରେ ୧ କୋଟି ଟଙ୍କା ଖର୍ଚ୍ଚ କରିଥିବା ସୁରାକ ମିଳିଛି।୩୮ ଲକ୍ଷର ସୁନା, ଗୋଟିଏ କାର୍, ୧୨.୬୨ ଲକ୍ଷର ବ୍ୟାଙ୍କ ଜମା ଠାବ ହୋଇଛି। କ୍ରିପ୍ଟୋ କରେନ୍ସିରେ ଯନ୍ତ୍ରୀ ନିବେଶ କରିଥିବା ଠାବ କରିଛି ଭିଜିଲାନ୍ସ।

କୋଇଲା ଟ୍ରେନ୍‌ର ଗୋଟିଏ ବଗିରେ ନିଆଁ

ଆଠଗଡ଼ ରାଧାକିଶୋରପୁର ଷ୍ଟେସନରେ ଛିଡ଼ା ହୋଇଥିବା ଟ୍ରେନ୍‌ରେ ନିଆଁ ଲାଗିଥିଲା।

ନିଆଁ କିପରି ଲାଗିଲା ଅସ୍ପଷ୍ଟ ଥିବାବେଳେ ଅଗ୍ନିଶମବାହିନୀ ଦ୍ବାରା ନିଆଁ ଆୟତ୍ତ କରାଯାଇଛି।

କଟକ ସାଇବର ଥାନା ପୁଲିସ ଦ୍ବାରା ୮୦୦ ସିମ୍ ଜବତ

୮୦୦ ସିମ୍‌ରୁ ୩୦୦ ପ୍ରି-ଆକ୍ଟିଭେଟେଡ୍ ସିମ୍ ଜବତ ହୋଇଥିବା ବେଳେ ୮ ଜଣଙ୍କୁ ଗିରଫ କରିଛି ପୁଲିସ।

୭ ଅଭିଯୁକ୍ତ ପୁରୀର ଓ ଜଣେ ଘରୋଇ ଟେଲିକମ୍‌ କମ୍ପାନୀ କର୍ମଚାରୀ ବୋଲି ସୂଚନା ମିଳିଛି। ଅଭିଯୁକ୍ତଙ୍କଠାରୁ ୧୬ ମୋବାଇଲ ଓ ୨୬ ଶହ ଟଙ୍କା ଜବତ ହୋଇଛି।

Nuakhai wishes