ଫ୍ୟାକ୍ଟ୍ରି ଭିତରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

କଟକ ଜିଲ୍ଲା ଜଗତପୁର ଥାନା ଶିଳ୍ପାଞ୍ଚଳର ଏକ ଫ୍ୟାକ୍ଟ୍ରି ଭିତରୁ ମୃତଦେହ ଉଦ୍ଧାର ହୋଇଛି।

ସଂପୃକ୍ତ ମହିଳା ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଜଗତପୁର ପୁଲିସ ଘଟଣାର ତଦନ୍ତ କରୁଛି।

ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ ସିଡିଏ ଫେଜ୍-୨ର ଏକ ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ମୃତକ ପ୍ଲାବନ ମହାନ୍ତି, ମୃତଦେହ ନିକଟରୁ ସୁଇସାଇଡ ନୋଟ୍ ମିଳିଛି।ପାରିବାରିକ ମନସ୍ତାପରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ବଜ୍ରାଘାତରେ ଦନ୍ତାର ମୃତ୍ୟୁ

କଟକ୍ ଜିଲ୍ଲା ବଡ଼ମ୍ବା ରେଞ୍ଜ ଅରଣ୍ଡା ଅଞ୍ଚଳରେ ଦନ୍ତାହାତୀର ମୃତ୍ୟୁ ଘଟିଛି।

ବିଳମ୍ବିତ ରାତିରେ ବଜ୍ରାଘାତରେ ଦନ୍ତାର ମୃତ୍ୟୁ ନେଇ ରେଞ୍ଜର ସୂଚନା ଦେଇଛନ୍ତି।

ବାହାନଗା ଟ୍ରାଜେଡି: ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ

ମୃତକ ବିହାର ଅଞ୍ଚଳର ସୋହେଲ ମନସୁର ବୋଲି ସୂଚନା ମିଳିଛି।

କଟକ ଏସ୍‌ସିବି ଟ୍ରମା ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଥିଲା। ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୧କୁ ବୃଦ୍ଧି ହୋଇଛି।

ଦୋଳିରେ ଝୁଲୁଛି ଯୁବକଙ୍କ ମୃତଦେହ

କଟକ ଜିଲ୍ଲା ବ୍ରହ୍ମେଇଙ୍କ ପୀଠରେ ଏହି ଘଟଣା ଘଟିଛି।

ମୃତ ଯୁବକ ସାହାଡାପଦା ଗାଁର ଅନୀଲ ବେହେରା। ପରିବାର ଲୋକଙ୍କ ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଛି।

କଟକରେ ଆଜିର ତାପମାତ୍ରା 42.2 ଡିଗ୍ରୀ

ଆଜି ଦିନବେଳା ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 45.6ଡିଗ୍ରୀ ଥିବା ବେଳେ, ଝାରସୁଗୁଡାରେ 45.4, ଭୁବନେଶ୍ୱରରେ 44.6 ଏବଂ କଟକରେ 42.2 ଡିଗ୍ରୀ ଥିଲା l

ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ ଗିରଫ

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଆୟଠାରୁ ୧୮୩% ସଂପତ୍ତି ଆହରଣ ଅଭିଯୋଗରେ ଗିରଫ ହୋଇଛନ୍ତି।

Nuakhai wishes