ପ୍ରବଳ ବର୍ଷା ନେଇ କଟକ ସହରକୁ ୱାର୍ଣ୍ଣିଂ

ଆଗାମୀ ୨ ଘଣ୍ଟା ପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ସକାଳ ୮ଟା ୩୦ ସୁଦ୍ଧା କଟକରେ ୪୧.୮ମି.ମି. ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି।

ଆସନ୍ତା ୨୬ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୬ ତାରିଖରେ କଟକ ଆସି ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତୀ ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ।

ସେହିଭଳି ୨୭ରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀରେ ଯୋଗଦେବେ।

କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ସ୍ୱାସ୍ଥ୍ୟମନ୍ତ୍ରୀ ହଟହଟା

କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଜେନେରାଲ ବଡି ମିଟିଂକୁ ଯାଇଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଠିକା କର୍ମଚାରୀ ଘେରିଥିଲେ।

ସ୍ଥାୟୀ ନିଯୁକ୍ତି ଦାବିରେ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଘେରିଥିଲେ। କିଛି ସମୟ ପରେ ବୁଝାସୁଝା କରିବାରୁ ଠିକା କର୍ମଚାରୀ ହଟି ଯାଇଥିଲେ।

ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଥିବା ଜଷ୍ଟିସ୍ ତାଳପତ୍ରଙ୍କ ନାଁ ସୁପାରିସ୍ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ।

ବର୍ତ୍ତମାନ ହାଇକୋର୍ଟ ମୁଖ୍ୟ ବିଚାରପତି ଥିବା ଏସ୍. ମୁରଲୀଧର ଆସନ୍ତା ମାସରେ ଅବସର ନେବେ ।

କଂକ୍ରିଟ ପୋଲ ଦେଇ ଧବଳେଶ୍ୱର ପୀଠ ଯିବେ ଶ୍ରଦ୍ଧାଳୁ

ଅସ୍ଥାୟୀ ରାସ୍ତା ଧୋଇଯିବା ପରେ ପ୍ରଶାସନ ଏହି ସୂଚନା ଦେଇଛି। କଂକ୍ରିଟ ପୋଲ କାମ ସରିଯାଇଛି, ଆପ୍ରୋଚ୍ ରୋଡ୍ ଚାଲିଛି, ୨/୩ ଦିନ ମଧ୍ୟରେ ଆପ୍ରୋଚ ରୋଡ୍ କାମ ଶେଷ ହେବ ବୋଲି ଆଠଗଡ଼ ଭାରପ୍ରାପ୍ତ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

କଂକ୍ରିଟ ପୋଲ ଦେଇ ଧବଳେଶ୍ୱର ପୀଠ ଯିବେ ଶ୍ରଦ୍ଧାଳୁ

ଅସ୍ଥାୟୀ ରାସ୍ତା ଧୋଇଯିବା ପରେ ପ୍ରଶାସନ ଏହି ସୂଚନା ଦେଇଛି। କଂକ୍ରିଟ ପୋଲ କାମ ସରିଯାଇଛି, ଆପ୍ରୋଚ୍ ରୋଡ୍ ଚାଲିଛି, ୨/୩ ଦିନ ମଧ୍ୟରେ ଆପ୍ରୋଚ ରୋଡ୍ କାମ ଶେଷ ହେବ ବୋଲି ଆଠଗଡ଼ ଭାରପ୍ରାପ୍ତ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

ନିଜ ଘର ପାଇଖାନା ଟାଙ୍କିରେ ଗଳିପଡ଼ିଲେ ବୃଦ୍ଧା

କଟକ ଯୋବ୍ରା ଅଞ୍ଚଳରେ ଏହି ଘଟଣା ଘଟିଛି। ପାଇଖାନା ଟାଙ୍କିରେ ଚଢ଼ି ଫୁଲ ତୋଳିବା ବେଳେ ଗଳିପଡ଼ି ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।

ମୃତକ ୬୦ ବର୍ଷୀୟା ଜୟନ୍ତୀ ନାୟକ।

ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା

ମହାନଦୀରେ ପାଣି ଆସିବାରୁ ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଫଳରେ ଧବଳେଶ୍ୱର ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ।

ଝୁଲାପୋଲ ବନ୍ଦ ଥିବାରୁ ଅସ୍ଥାୟୀ ପୋଲରେ ଯିବାଆସିବା କରୁଥିଲେ ଶ୍ରଦ୍ଧାଳୁ।

Nuakhai wishes