ଟ୍ରକକୁ ପିଟିଲା ଟ୍ରକ, ଚାଳକ ଗୁରୁତର

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାରବାଟି ଛକ ନିକଟର ହମ୍ପସରେ ଆଜି ଗୋଟିଏ ଟ୍ରକକୁ ‌ଆଉ ଗୋଟିଏ ଟ୍ରକ ପଛରୁ ପିଟି ଦେବାରୁ ପଛ ଟ୍ରକ ଚାଳକ ଗୁରୁତର ଆହତ ହୋଇଛନ୍ତି।

ତାଙ୍କୁ ଛେଣ୍ଡିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ହଟିଲା ବେଆଇନ ଭାବେ ନିର୍ମିତ ହମ୍ପସ

ଅନୁଗୁଳ ଜିଲ୍ଲା ୬୨ ନମ୍ବର ଜାତୀୟ ରାଜପଥ ବଇଣ୍ଡା ଠାରୁ ଆଠମଲ୍ଲିକ ପୁର୍ତ୍ତ‌ ବିଭାଗ ରାସ୍ତାରୁ‌ ଆଜି ବେଆଇନ ଭାବେ ନିର୍ମାଣ ହୋଇଥିବା ହମ୍ପସ‌ ଗୁଡିକ ହଟା ଯାଇଛି।

ଅନୁଗୋଳ ରାସ୍ତାରେ ପୁଣି ଅନୁଷ୍ଠିତ ହେବ ରାହାଗିରି

ଆସନ୍ତା ୮ ତାରିଖ ରବିବାର ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ରାସ୍ତାରୁ ବିଇଡି ଛକ ପର୍ଯ୍ୟନ୍ତ ରାସ୍ତାରେ ୩ ଘଣ୍ଟା ଧରି ରାହାଗିରି ଆୟୋଜନ ହେବ।

ଯୋଗ,ପ୍ରାଣାୟମ, ମ୍ୟାଜିକ୍‌,ପ୍ରଦର୍ଶନୀ, ସାଇକେଲିଂ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ସାଜିବ ପ୍ରମୁଖ ଆକର୍ଷଣ। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏଭଳି ନିଆରା ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଗଣଧାରଣା

ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଓ ତିଲେଇବଣୀ ବ୍ଲକର ବିଡ଼ିଓଙ୍କୁ ତୁରନ୍ତ ଗିରଫ ଦାବିରେ ଆଜି ବିଜେପି ଜିଲ୍ଲା ସଭାପତି ଡିଲେଶ୍ଵର ପ୍ରଧାନଙ୍କ ନେତୃତ୍ୱରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଏବଂ ଜିଲ୍ଲାର ବରିଷ୍ଟ ନେତୃବୃନ୍ଦଙ୍କ ଦ୍ୱାରା ଗଣଧାରଣା ଦିଆଯିବା ସହ ଏସପିଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି l

ଗଣ୍ଡବେରଣା ଗ୍ରାମର ୪ଟି ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା

ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ଅନ୍ତର୍ଗତ କମରେଇ ପଂଚାୟତର ଗଣ୍ଡବେରଣା ଗ୍ରାମର ୪ଟି ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ କରିଛନ୍ତି ତାଳଚେରର ବିଶିଷ୍ଟ ସମାଜସେବୀ ବିଭୁତି ସାହୁ ।

ଗ୍ରାମର କୁବେର ବେହେରା,ପ୍ରତାପ ବେହେରା,ଅକ୍ଷୟ ବେହେରା ଓ ସୁବର୍ଣ୍ଣ ବେହେରାଙ୍କ ମୋଟ ସାତ ବଖରା ଚାଳଛପର ଘରେ ନିଆଁ ଲାଗି ସମସ୍ତ ଆସବାବପତ୍ର ସହ ଅତ୍ୟାବଶ୍ୟକ ସାମଗ୍ରୀ ପୋଡ଼ି ଯାଇଥିଲା । ଏହି ଖବର ପାଇ ସମାଜସେବୀ ଶ୍ରୀ ସାହୁ ତୁରନ୍ତ ଘଟଣାସ୍ଥଳରେ ପହଁଚି ସହଯୋଗରେ ଅଗ୍ନିବିପନ୍ନ ପରିବାରଗୁଡ଼ିକୁ ଶୁଖିଲା ଖାଦ୍ୟ,ବସ୍ତ୍ର ଏବଂ ଜରିପାଲର ବନ୍ଦୋବସ୍ତ କରିଥିଲେ ।

ଶିଶୁ ଉଦ୍ୟାନ ‘ଜଗନ୍ନାଥ ବାଟିକା’ ଉଦ୍‌ଘାଟିିତ

ଜଗନ୍ନାଥ ବାଟିକା ନାମକ ଶିଶୁ ଉଦ୍ୟାନ ସ୍ଥାନୀୟ ସିଜିଏମ୍ କମ୍ପେ୍ଲକ୍ସ କଲୋନୀ ଠାରେ ଏମସିଏଲ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ପି.ବି.ରେଡ୍ଡି ଦ୍ୱରା ଉଦ୍‌ଘାଟିିତ ହୋଇଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ସୈାଭାଗ୍ୟ ପ୍ରଧାନ,ଶଙ୍କର ପ୍ରସାଦ ବେହେରା, ବିଶ୍ୱନାଥ ବେହେରା,ସିଏମଓଏଆଇ,ଜଗନ୍ନାଥ ଏରିଆ, ସମ୍ପାଦକ ଡି. ସାହୁ ଓ ବରିଷ୍ଠ ପଦାଧିକାରୀଗଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ନାଲକୋରେ କୋଇଲା ସଙ୍କଟ ଜାରି

ନାଲକୋରେ ପର୍ଯ୍ୟାପ୍ତ ପରିମାଣର କୋଇଲା ଗଚ୍ଛିତ ନ ଥିବାରୁ ଆଗାମୀ ଦିନରେ ପ୍ଲାଣ୍ଟ ଚଳାଇବାରେ ଏହା ଅସୁବିଧା ସୃଷ୍ଟି କରିପାରେ ବୋଲି ଆଜି ବିଶେଷଜ୍ଞ କହିଛନ୍ତି।

ପ୍ରତିବର୍ଷ ଏହି ସମୟରେ କମ୍ପାନୀ ପ୍ରାୟ ଛଅ ଲକ୍ଷ ଟନ କୋଇଲା ଗଚ୍ଛିତ ରଖୁଥିବା ବେଳେ ଏବେ କମ୍ପାନୀ ପାଖରେ ଦେଢ଼ ଲକ୍ଷ ଟନରୁ କମ ମହଜୁଦ ରହିଛି ଯାହା ସାତ ଦିନ ଯିବ।

ୱେବ୍ ମିଡିଆ ମହାସଂଘ ପକ୍ଷରୁ ନୂତନ ଉପଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

ଅନୁଗୋଳର ନୂତନ ଉପଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ପ୍ରଶାସନିକ ଅଧିକାରୀ ବୈତୁରା ଦୀପଙ୍କୁ ଅନୁଗୋଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ତାଙ୍କ ନିଜସ୍ୱ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମହାସଂଘର ସଭାପତି ଶଶାଙ୍କ ଶେଖର ସାମଲଙ୍କ ନେତୃତ୍ଵରେ ଆଜି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଉପ ଜିଲ୍ଲାପାଳଙ୍କୁ ମିଡିଆ ମହାସଂଘ ପକ୍ଷରୁ ଅବଗତ କରାଯାଇଥିଲା l

Nuakhai wishes