ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳନ

ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଗୋଳ ବ୍ଲକ ବଲାସିଙ୍ଗା ଗ୍ରାମ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ, ସମ୍ମାନିତ ଅତିଥି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା,ଅନୁଗୋଳ ଜିଲ୍ଲା ପରିଷଦ ଅଧକ୍ଷା, ସମସ୍ତ ସରପଞ୍ଚ,ସମିତି ସଭ୍ୟଙ୍କ ଉପସ୍ଥିତିରେ ଭୂମିପୂଜା ଓ ଅକ୍ଷୀମୁଠି ଅନୁକୂଳ କରିଥିଲେ।

ଅଗ୍ନି ବିପନ୍ନଙ୍କୁ ବିଧାୟକଙ୍କ ସହାୟତା

ଅନୁଗୁଳ ଆଠମଲ୍ଲିକ ଅନ୍ତର୍ଗତ ସଞ୍ଜାମୁରା ଗ୍ରାମରେ ଆଜି ୩ଟି ପରିବାରର ୬ବଖରା ଘର ସହ ଆସବାବପତ୍ର ଓ ବହୁମୂଲ୍ୟ ସମ୍ପତ୍ତି ଅଗ୍ନିକାଣ୍ଡ ଘଟି ନଷ୍ଟ ହୋଇଯାଇଛି ।

ଖବର ଜାଣିବାପରେ ବିଧାୟକ ରମେଶ ସାଏ ଅଗ୍ନି ବିପନ୍ନଙ୍କ ପରିବାରଙ୍କୁ ଭେଟିବା ସହ ଶୁଖିଲା ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରିଛନ୍ତି । ବିପନ୍ନଙ୍କ ପରିବାରକୁ ଖୁବଶୀଘ୍ର ସରକାରୀ ସହୟତା ଯୋଗାଇଦେବାକୁ ତହସିଲଦାର, ବିଡିଓ ଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଚଷା ସମାଜ ପକ୍ଷରୁ ଅକ୍ଷୟ ତୃତୀୟା ପାଳନ

ଅନୁଗୁଳ ଜିଲ୍ଲା ତାଳଚେର ଭରତପୁର ସ୍ଥିତ ଚଷା‌ ଭବନ ଠାରେ ଆଜି ତାଳଚେର ଚଷା ଭାଇ ସମାଜ ପକ୍ଷରୁ ପତାକା ଉତ୍ତୋଳନ କରି ଅକ୍ଷୟ ତୃତୀୟା ପାଳନ କରାଯାଇଛି।

ଏଥିରେ ଚଷା ଭାଇ ସମାଜର ସାଧାରଣ ସମ୍ପାଦକ ରାମକୃଷ୍ଣ ସ୍ବାଇଁ ‌ଚିତ୍ତରଞ୍ଜନ ପ୍ରଧାନ ବହୁ ବରିଷ୍ଠ ସଦସ୍ୟ ଯୋଗଦେଇ ଦେଇଥିଲେ।

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ବରଡାକଟା ଗ୍ରାମରେ ମଙ୍ଗଳବାର ସକାଳୁ ଗ୍ରାମର ଦୁଇ ଜଣ ପ୍ରେମୀ ଯୁଗଳ ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ଏନେଇ ଆଠମଲ୍ଲିକ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

ଅକ୍ଷୟ ତୃତୀୟା ଅବସରରେ ବିଧାୟକଙ୍କ ମୁଠି ଅନୁକୂଳ

ଅନୁଗୁଳ ପାଲଲହଡା ଆଜି ପବିତ୍ର ଓଡ଼ିଆ ବୈଶାଖ ମାସ ଶୁକ୍ଳ ପକ୍ଷ ଅକ୍ଷୟ ତୃତୀୟା ପାଳନ ଅବସରରେ ବିଧାୟକ ମୁକେଶ କୁମାର ପାଳ, ବ୍ଲକ ଅଧ୍ୟକ୍ଷ କଣିହାଁ ରାମ କୃଷ୍ଣ ପ୍ରଧାନ,ଚଶା ସମାଜର ସଭାପତି କୈଳାସ ଚନ୍ଦ୍ର ସାହୁ, ଗ୍ରାମ ସଭାପତି, ପରାବିଲ ଗ୍ରାମରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସର ରେ ପୂଜାର୍ଚ୍ଚନା କରି ଅକ୍ଷୟ ବୀଜ ତଥା ମୁଠି ଅନୁକୂଳ କରିଥିଲେ ।

ଭାଲୁ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ

ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଟକବାରେ ଏହି ଘଟଣା ଘଟିଛି।

ଗତକାଲି ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇ ମହିଳା ଫେରିନଥିଲେ। ବହୁ ଖୋଜାଖୋଜି ପରେ ଆଜି ସକାଳେ ତାଙ୍କ ମୃତଦେହ ମିଳିଥିଲା।

ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କୁ ହତ୍ୟା

ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମପ୍ରସାଦ ଗାଁରେ ଏହି ଘଟଣା ଘଟିଛି।

ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶିବରାମ ସାହୁଙ୍କୁ ନିଜ ଘର ସମ୍ମୁଖରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଚଳିତଥର ପଂଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀରେ ସରପଞ୍ଚ ପଦ ପାଇଁ ନିର୍ବାଚନ ଲଢ଼ି ପରାଜୟ ହୋଇଥିଲେ ଶିବରାମ ।

ଜେଏସ୍‌ପିଏଲ୍ କର୍ମଚାରୀଙ୍କୁ ଆକ୍ରମଣ

ଅନୁଗୁଳ ନିଶା ଥାନା ଅନ୍ତର୍ଗତ ପରଙ୍ଗ ହାଇସ୍କୁଲ ନିକଟରେ ସକାଳ ସମୟରେ ଜେଏସ୍‌ପିଏଲ୍ କର୍ମଚାରୀ ରାକେଶ କୁମାର ଜେନା ରାତି ଡିଉଟି ସାରି ହେମସୁରାପଡା ଫେରୁଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କୁ ଲୁହା ଛଡ଼ରେ ଆକ୍ରମଣ କରି ରକ୍ତାକ୍ତ କରି ପକାଇ ଥିଲେ।

ରାକେଶ ତଳେ ପଡି ଛଟପଟ ହେଉଥିବା ବେଳେ ଦୁର୍ବୁତ୍ତ ମାନେ ରାକେଶଙ୍କ ପର୍ସରୁ ୮ ହଜାର ଟଙ୍କା ଓ ବେକରୁ ସୁନା ଚେନ ନେଇ ପଳାଇ ଥିଲେ। ଗୁରୁତର ରାକେଶଙ୍କୁ ବାଟୋଇ ମାନେ ଉଦ୍ଧାର କରି ଅନୁଗୁଳ ଡାକ୍ତର ଖାନାରେ ଭର୍ତି କରାଇଛନ୍ତି। ଏଥିନେଇ ନିଶା ଥାନାରେ ଅଭିଯୋଗ ହେବାପରେ ତଦନ୍ତ ଚାଲୁ ରହିଛି।

ପାନୀୟ ଜଳ ବ୍ୟବସ୍ଥା ପାଇଁ ପ୍ରଶାସନକୁ ନିବେଦନ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବଡବେରଣା ଗ୍ରାମର ମୁଖିସାହିରେ ଗୋଟିଏ ମାତ୍ର ସୋଲାର ପାନୀୟ ଜଳ ବ୍ୟବସ୍ଥା ଅଛି କିନ୍ତୁ ତାହା ଖରାପ ହୋଇଯିବାରୁ ସେଥିରୁ କମ୍ ପାଣି ବାହାରୁଛି।

ଏନେଇ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ପ୍ରଶାସନକୁ ନିବେଦନ କରିଛନ୍ତି।

Nuakhai wishes