ଦ୍ୱାଦଶ ବିଜ୍ଞାନରେ ପି.ଶ୍ରେୟାଶୁ ଅନୁପମ ଜିଲ୍ଲାରେ ଟପ୍ପର

ଅନୁଗୋଳ ଜିଲ୍ଲା ତାଳଚେର ଜଗନ୍ନାଥ ଏରିଆ ଡେରା ଡିଏଭି ସ୍କୁଲ ଛାତ୍ର ପି.ଶ୍ରେୟାଶୁ ଅନୁପମ ସିବିଏସଇ ପରିଚାଳିତ ଦ୍ୱାଦଶ ବିଜ୍ଞାନ ପରୀକ୍ଷାରେ ୯୮.୨% ମାର୍କ ରଖି ଅନୁଗୋଳ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସେ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ନୃତତ୍ତ୍ୱ ବିଭାଗର ଅଧ୍ୟାପକ ଶଶାଙ୍କ ଶେଖର ପ୍ରଧାନ ଓ କନକ ମଞ୍ଜରୀଙ୍କ ସୁପୁତ୍ର ଅଟନ୍ତି। ଏହି ସଫଳତାର ଶ୍ରେୟ ସେ ତାଙ୍କ ଜେଜେବାପା ଜୟକୃଷ୍ଣ ପ୍ରଧାନ, ବାପା ମାଆ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଦେଇଛନ୍ତି। ସେ ଭବିଷ୍ୟତରେ ଜଣେ ଆଇଆଇଟି ଇଞ୍ଜିନିୟର ଓ ସାଇବରସାଇବର ବିଶେଷଜ୍ଞ ହେବାକୁ ଲକ୍ଷ୍ୟ ରଖିଛନ୍ତି।

ଓକିଲ ସଂଘ ପକ୍ଷରୁ ଜାତୀୟ ରାଜପଥ ଅବରୋଧ

ଅନୁଗୁଳ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏନ୍ଏଚ୍-୫୫ ରାସ୍ତାର ସମ୍ପ୍ରସାରଣ ବିଳମ୍ବ ଓ ରାସ୍ତା ଦୂରାବସ୍ଥାର ପ୍ରତିବାଦରେ ୬ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରିଛନ୍ତି l

ସହରର ଥାନା ଛକ, ପଞ୍ଚମହଲା ଛକରେ ସଂଘ ପକ୍ଷରୁ ପିକେଟିଂ କରାଯାଇଛି l ବନ୍ଦ ଯୋଗୁଁ ସମ୍ବଲପୁର-କଟକ ରାସ୍ତାରେ ଗମନାଗମନ ବ୍ୟାହତ ସୃଷ୍ଟି ହୋଇଛି l

ଡିଏଭି ଅନୁଷ୍ଠାନ ସମୂହର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୁଳ ଜିଲ୍ଲା ସ୍ଥାନୀୟ ଡିଏଭି ତାଳଚେର ଥର୍ମାଲ ଉଚ୍ଚ ବିଦ୍ୟାଳୟରେ ଡିଏଭି ଅନୁଷ୍ଠାନ ସମୂହର ଶିକ୍ଷକ-ପ୍ରଶିକ୍ଷାର୍ଥୀଙ୍କ ନିମିତ୍ତ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଜି ଉଦ୍ଘାଟିତ ହୋଇଛି।

ଏହି କାର୍ଯ୍ୟକ୍ରମକୁ ଡିଏଭି ଅନୁଷ୍ଠାନ ସମୂହର ସହ ଆଞ୍ଚଳିକ ଅଧିକାରୀ ତଥା ଡିଏଭି ପବ୍ଲିକ ସ୍କୁଲ, କଳିଙ୍ଗ କ୍ଷେତ୍ରର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଭୋଇ ଶୁଭ ଉଦ୍ଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଆସନ୍ତା ଦୁଇ ଦିନ ଧରି ଚାଲିବା ସହିତ ଜୁଲାଇ, ୨୫ ତାରିଖରେ ଉଦଯାପିତ ହେବ ବୋଲି ସୂଚନା ମିଳିଛି l

କାନ୍ଥ ଭୁଷୁଡି ଛୋଟ ଛୁଆର ମୃତ୍ୟୁ

ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଝରା ସାହିରେ ଘରେ ଗୋଟିଏ ଛୁଆ ଶୋଇଥିବା ବେଳେ ହଠାତ୍ ମାଟି କାନ୍ଥ ଭୁଷୁଡି ପଡିବାରୁ ଛୁଆର ମୃତ୍ୟୁ ଘଟିଥିବା ଜଣାପଡିଛି।

୪୮୦ ଲିଟର ମଦ ସହ ଜଣେ ଗିରଫ

ଢେଙ୍କାନାଳ ଜିଲ୍ଲାର କଲାଡି ଗ୍ରାମର ସୁବ୍ରତକୁମାର ନାଏକ ଟାଟା ମ୍ୟାଜିକ ଯୋଗେ ୪୮୦ ଲିଟର ମଦ ଧରି ଯାଉଥିବା ବେଳେ କୈାଣସି ସୁତ୍ରରୁ ଖବର ପାଇ ଅନୁଗୁଳ ଜିଲ୍ଲା ପଞ୍ଚମହଲା ଠାରୁ ଆଜି ଅନୁଗୁଳ ଅବକାରୀ ବିଭାଗ ଚଢାଉ କରି ଜବତ କରି ଟାଟା ମ୍ୟାଜିକ ସହ ସୁବ୍ରତକୁ‌ ଗିରଫ କରିଛି।

ପୁଅକୁ ହତ୍ୟା କଲା 85 ବର୍ଷର ବାପା

ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ମୁଣ୍ଡୁରିବେଡ଼ା ଗ୍ରାମରେ ଘରୋଇ କଳହକୁ କେନ୍ଦ୍ର କରି 85 ବର୍ଷର ବାପା 55 ବର୍ଷର ପୁଅକୁ ହତ୍ୟା କରିଥିବା ପୁଲିସ କହିଛି l

କୋରନା କଟକଣା ମଧ୍ୟରେ ପାଳିତ ହେବ ଗଣେଶ ପୂଜା

ଅନୁଗୁଳ ଜିଲ୍ଲା ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ଗଣେଶ ପୂଜା ପାଳନ ନିମନ୍ତେ ଆଜି ଦେଉଳବେଡା ଠାରେ ଥିବା ମଙ୍ଗଳମ କ୍ଳବରେ ଅପରାହ୍ନ ୪ଘଟିକା ସମୟରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ସରକାରଙ୍କର କରୋନା କଟକଣାକୁ ଆଖି ଆଗରେ ରଖି ଏଥର ଗଣେଶ ପୂଜା ପାଳନ ହେବ । ଏହି ବୈଠକରେ ଉପ ଜିଲ୍ଲାପାଳଙ୍କ ସମେତ ସମସ୍ତ ପୂଜା ଅନୁଷ୍ଠାନର ସଦସ୍ୟ ଯୋଗଦେଇ ନିଜର ମତ ରଖିଥିଲେ।

ଆଠମଲ୍ଲିକରେ ବହୁବିଧ ଶୃଙ୍ଖଳା କମିଟି ପକ୍ଷରୁ ଚଢାଉ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସହରର ବିଭିନ୍ନ ସ୍ଥାନରେ ଆଜି ଆଠମଲ୍ଲିକ ବହୁବିଧ ଶୃଙ୍ଖଳା କମିଟି ପକ୍ଷରୁ ଚଢାଉ କରାଯାଇଛି।

ଏହି ଚଢ଼ାଉରେ‌ ବିଶେଷ କରି ପେଟ୍ରୋଲ ପମ୍ପ ଓ‌ ଦୋକାନ ମାନଙ୍କର ଓଜନ ମେସିନ ଯାଞ୍ଚ କରାଯାଇଛି ।

ରେଳ ଷ୍ଟେସନରୁ ଦଶ କେଜି ଗଞ୍ଜେଇ ଜବତ

ଅନୁଗୁଳ ଜିଲ୍ଲା ବାମୁର ରେଳ ଷ୍ଟେସନ ଠାରୁ ଆଜି ସ୍ଥାନୀୟ ତହସିଲଦାର ଓ ରେଳୱେ ପୋଲିସ୍ ଫୋର୍ସ ଦ୍ଵାରା ଜଣେ ବ୍ୟକ୍ତି ପାଖରୁ ଦଶ କେଜି ଗଞ୍ଜେଇ ଜବତ କରି ତାକୁ ଗିରଫ କରାଯାଇଥିବା ଜଣାପଡ଼ିଛି।

Nuakhai wishes