ଲୁହା ଚୋରି ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ ଜିଲ୍ଲା ଜିନ୍ଦଲ କାରଖାନାରୁ ବାଲିଆ କଟା ଗ୍ରାମର ସନ୍ତୋଷ ନାଏକ ଦୁଇ ଟନ୍ ଅଶି କେଜି ଲୁହା ଚୋରି କରି ନିଜ ଘରେ ରଖିଥିଲେ।

ଏନେଇ ଆଜି ନିଶା ଥାନା ପୋଲିସ ସନ୍ତୋଷକୁ ଗିରଫ କରିଥିବା ଜଣାପଡ଼ିଛି।

ତାଳଚେର ଉପଜିଲ୍ଲାପାଳଙ୍କ ସନ୍ଥପଡ଼ା ଗ୍ରାମ ପଂଚାୟତ ପରିଦର୍ଶନ

ତାଳଚେର ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ରଥ ମଙ୍ଗଳବାର ତାଳଚେର ବ୍ଲକ ଅନ୍ତର୍ଗତ ସନ୍ଥପଡ଼ା ଗ୍ରାମ ପଂଚାୟତ ଗସ୍ତ କରି ପଂଚାୟତ କାର୍ଯ୍ୟାଳୟର ସମସ୍ତ କାଗଜପତ୍ର ଯାଂଚ କରିଛନ୍ତି ।

ଏଥିସହ ଉପଜିଲ୍ଲାପାଳ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବାସହ ପଂଚାୟତର ରାସ୍ତାଘାଟ ଏବଂ ଜଳ ଯୋଗାଣ ବିଷୟରେ ଲୋକଙ୍କୁ ପଚାରି ବୁଝିଥିଲେ । ସନ୍ଥପଡ଼ା ପଂଚାୟତର ସରପଂଚ ସହଦେବ ସାହୁଙ୍କ ଅଭିଯୋଗ କ୍ରମେ ଝାଡ଼ିଅମ୍ବା ଠାରେ କାର୍ଯ୍ୟରତ ମେଗା ଜଳଯୋଗାଣ ପ୍ରକଳ୍ପରେ ଠିକା ସଂସ୍ଥା ବାଲି ଫିଲିଂ କରିବା ବଦଳରେ ପାଉଁଶ ଫିଲିଂ କରିବା ବ୍ୟବସ୍ଥାକୁ ଉପଜିଲ୍ଲାପାଳ ଓ ବିଭାଗୀୟ ଯନ୍ତ୍ରୀ ତଦାରଖ କରୁଥିଲେ l

ବ୍ୟାଙ୍କ କର୍ମଚାରୀଙ୍କ ବଦଳି ପ୍ରତିବାଦରେ ଦାବି ପତ୍ର

ଅନୁଗୁଳ ଜିଲ୍ଲା ଜରପଡା ଥାନା ଜରପଡା ଜାତୀୟ ରାଜପଥ ୫୫ ନମ୍ବର ନିକଟରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କର ବ୍ୟାଙ୍କ୍ କର୍ମଚାରୀ ବଦଳି ପ୍ରତିବାଦରେ ଆଜି ସ୍ଥାନୀୟ ଜନସାଧାରଣ ବ୍ୟାଙ୍କ ପରିଚାଳକୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ଦେଶୀ ମଦ ସହ ତିନି ଜଣ ଗିରଫ

ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ ଅଞ୍ଚଳରେ ଆଜି ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ୭୭ ଲିଟର ଦେଶୀ ମଦ ସହ ତିନି ଜଣଙ୍କୁ ଗିରଫ କରିଛି।

ସେମାନେ ହେଲେ ଜୟିରାଟରୁ ଦୈତାରୀ ବେହେରା,ସଞ୍ଜାମୂରା ଗ୍ରାମରୁ ହାରାମଣି ସାହୁ ଏବଂ ବରପଦର ଗ୍ରାମରୁ ଦେବାନନ୍ଦ ସେଠି।

ଟ୍ରାକ୍ଟର ଓଲଟି ପଡିବାରୁ ଚାଳକ ମୃତ

ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଅନ୍ତର୍ଗତ ପୁରୂଣାପାଣି ଗ୍ରାମରେ ଆଜି ଜଣେ ବ୍ୟକ୍ତି ବିଲରେ‌ ଟ୍ରାକ୍ଟର ଯୋଗେ ହଳ କରୁଥିବା ସମୟରେ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।

ଏନେଇ ଘଟଣା ସ୍ଥଳରେ ପାଲଳହଡା ପୋଲିସ ପହଞ୍ଚି ଟ୍ରାକ୍ଟର ଜବତ କରି ଘଟଣାର ତଦନ୍ତ ଚଳାଇଛି।

ଭୂମିହୀନ ଚାଷୀଙ୍କ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ପ୍ରସ୍ତୁତି

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କମ୍ପଲା ଗ୍ରାମପଞ୍ଚାୟତରେ ଆଜି ଭୂମିହୀନ କୃଷକମାନଙ୍କ ଉନ୍ନତି ପାଇଁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବିଶେଷ କରି କୃଷକ ପଞ୍ଜିକରଣ ବିମା ଯୋଜନା ଉପରେ ଆଲୋଚନା କରାଯାଇଛି।

ହାତୀ ଆକ୍ରମଣରେ ଚାଷୀ ମୃତ

ଆଜି ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ମାରୁଢିପି ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀ ପ୍ରାଣ ହରାଇଛନ୍ତି।

ମୃତକ ଜଣକ ହେଲେ ସେହି ଗ୍ରାମର ଦୁର୍ଯ୍ୟୋଧନ ସାହୁ । ଆଜି ନିଜ ଜମି ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରି ମାରି ଦେଇଥିଲା l

ଗ୍ରାମୀଣ ବିକାଶ ବିଭାଗର ଯାନ ଭଡା ପାଇଁ ଟେଣ୍ତର

ଅନୁଗୁଳ ଜିଲ୍ଲା ଓଡିଶା ଗ୍ରାମୀଣ ବିକାଶ ଓ ବଜାର ନିୟନ୍ତ୍ରଣ ସୋସାଇଟିକୁ ଗୋଟିଏ ଯାନ ଭଡାରେ ଲଗାଇବା ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ମାସ ୨୭ ତାରିଖ ଭିତରେ ବିଡ ଦାଖଲ କରିବାକୁ ସୂଚନା ରହିଛି।

ତାଳଚେର ଓକିଲ ସଂଘର ରାଜରାସ୍ତା ଅବରୋଧ

ତାଳଚେର ଓକିଲ ସଂଘର ସଭାପତି ସନ୍ତୋଷ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ସଂଘ ପକ୍ଷରୁ ପାଲଲହଡା ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାଜରାସ୍ତାର ସଂପ୍ରସାରଣ, ନବୀକରଣ, ମରାମତି ନିମିତ ରାଜରାସ୍ତାକୁ ଶାନ୍ତିଶୃଙ୍ଖଳା ଭାବେ ଅବରୋଧ କରାଯାଇଥିଲା ।

ସଂଘର ତରଫରୁ ଏଥିପାଇଁ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିଲା । ଏହି ରାଜରାସ୍ତା ଅବରୋଧରେ ଓକିଲ ସଂଘର ସାଧାରଣ ସଂପାଦକ ଦିନବନ୍ଧୁ ସାହୁ, ଉପସଭାପତି ମାନସ ରଂଜନ ଶତପଥିଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ l

Nuakhai wishes