ରେଳ ଷ୍ଟେସନରୁ ଦଶ କେଜି ଗଞ୍ଜେଇ ଜବତ

ଅନୁଗୁଳ ଜିଲ୍ଲା ବାମୁର ରେଳ ଷ୍ଟେସନ ଠାରୁ ଆଜି ସ୍ଥାନୀୟ ତହସିଲଦାର ଓ ରେଳୱେ ପୋଲିସ୍ ଫୋର୍ସ ଦ୍ଵାରା ଜଣେ ବ୍ୟକ୍ତି ପାଖରୁ ଦଶ କେଜି ଗଞ୍ଜେଇ ଜବତ କରି ତାକୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ଜିଲ୍ଲା ଖଣିଜ ପାଣ୍ଠିରେ ଶିକ୍ଷକ,ଶିକ୍ଷୟତ୍ରୀଙ୍କୁ ପୁନଃ ନିଯୁକ୍ତି କରାଯାଉ : ବିଧାୟକ

ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ବିଧାନସଭା ଗୃହ କାର୍ଯ୍ୟାଳୟ ଠାରେ ଭେଟି ଜିଲ୍ଲା ଖଣିଜ ପାଣ୍ଠିରେ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ପୁନଃ ନିଯୁକ୍ତି କରାଯାଉ ବୋଲି ଅନୁରୋଧ କରିଥିଲେ।

ଦୀର୍ଘ ଦୁଇ ବର୍ଷ ହେଲା ମହାମାରୀ କରୋନା ପାଇଁ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଛଟେଇ ହୋଇ ଥିବାରୁ ଜିଲ୍ଲାର ସମସ୍ତ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଅଭାବରୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେ କହିଛନ୍ତି l

ତାଳଚେର ମେଡିକାଲ୍ କଲେଜ ଶୀଘ୍ର କାର୍ଯ୍ୟକ୍ଷମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପତ୍ର

ଅନୁଗୁଳ ଜିଲ୍ଲା ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମିମ୍‌ସାରକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଆଜି ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ମେଡିକାଲ୍ କଲେଜ୍ ଶୀଘ୍ର କାର୍ଯ୍ୟକ୍ଷମ ନକଲେ ଆଗାମୀ ଦିନରେ ବୃହତର ଆନ୍ଦୋଳନ କରାଯିବ ବୋଲି କମିଟି ପକ୍ଷରୁ ଆବାହକ ପଦ୍ମ ଚରଣ ସାମଲ ପ୍ରକାଶ କରିଛନ୍ତି ।

ନିର୍ଦ୍ଵନ୍ଦରେ ବ୍ରଜବନ୍ଧୁ ସାହୁ ହେଲେ ସଭାପତି

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ସେବା ସମବାୟ ସମିତିର ସଭାପତି ଭାବେ ଆଜି ବ୍ରଜବନ୍ଧୁ ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ।

ଶିକ୍ଷକ ନିଯୁକ୍ତି ଦାବିରେ ଗ୍ରାମବାସୀଙ୍କ ସ୍କୁଲ ସମ୍ମୁଖରେ ଧାରଣା।

ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଅନ୍ତର୍ଗତ ଝାରବେଡା ଗ୍ରାମର ଉପ୍ରା ବିଦ୍ୟାଳୟ ଓ ଗିରିଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ଏହି ଦୁଇଟି ସ୍କୁଳରେ ଶିକ୍ଷକ ଅଭାବ ହେତୁ ଛାତ୍ରଛାତ୍ରୀ ପାଠପଢ଼ାରେ ଅସୁବିଧା ହେଉଛି।
ତେଣୁ ଏନେଇ ଆଜି ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି।

ମେଡିକାଲ କଲେଜକୁ ଶୀଘ୍ର କାର୍ଯ୍ୟକ୍ଷମ ନକଲେ ତୀବ୍ର ହେବ ଆନ୍ଦୋଳନ

ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜକୁ ସରକାର ଶୀଘ୍ର କାର୍ଯ୍ୟକ୍ଷମ କରିବା ଦାବୀ ତଥା ସରକାର ଏହାକୁ କାର୍ଯ୍ୟକାରୀ ନକଲେ ଆଗାମୀ ଦିନରେ ତୀବ୍ରତର ଆନ୍ଦୋଳନ କରାଯିବ ବୋଲି ତାଳଚେର ସରକାରୀ ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିଷ୍ପତି ହୋଇଛି ।

ଏହି ପରିପ୍ରେକ୍ଷୀରେ କମିଟିର ଏକ ସାଧାରଣ ବୈଠକ ଆଜି ତାଳଚେର ଟାଉନ୍ ସ୍ଥିତ ଚିତ୍ରକୂଟ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ମେଡିକାଲ କଲେଜକୁ ଯଦି ସରକାର ଯଥାଶୀଘ୍ର କାର୍ଯ୍ୟକ୍ଷମ ନକରନ୍ତି ତେବେ ଆନ୍ଦୋଳନ ତୀବ୍ରତର ହୋଇ ତାଳଚେରରୁ ଖଣ୍ଡିଏ ବି କୋଇଲା ବାହାରକୁ ଛଡାଯିବ ନାହିଁ ବୋଲି ବୈଠକରେ ନିଷ୍ପତି ଗ୍ରହଣ ହୋଇଛି ।

୧୪୯ ନମ୍ବର ଜାତୀୟ ରାଜପଥରେ ଭାରି ଯାନ ଚଳାଚଳ ପାଇଁ କଟକଣା

ଅନୁଗୁଳ ଜିଲ୍ଲା ତାଳଚେର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ଭାରି ଯାନ ଚଳାଚଳ ପାଇଁ ଆଜି ଜିଲ୍ଲାପାଳ ସିଦ୍ଧାନ୍ତ ଶଙ୍କର ସ୍ବାଇଁ କଟକଣା ଜାରି କରିଛନ୍ତି।

ଏଥିରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଏବଂ ସନ୍ଧ୍ୟା ୪ଟାରୁ ୮ଟା ପର୍ଯ୍ୟନ୍ତ ଏହି କଟକଣା ରହିଛି।

ହାତୀଙ୍କ ଉପଦ୍ରବ ନେଇ ବନବିଭାଗ ଦୃଷ୍ଟି ଦେଉନଥିବାରୁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ

ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଭୁବନପୁର ଗ୍ରାମରେ ହାତୀ ଗାଁ ଭିତରକୁ ପଶିଆସି ଘର ଭାଙ୍ଗି ଦେବା ସହ ବାଡ଼ିରେ ପଶି ଫସଲ ନଷ୍ଟ କରୁଛନ୍ତି।

ଏନେଇ ବନବିଭାଗ ଜଣାଇଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଆଜି ଭୁବନପୁର‌ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି।

ନିର୍ଦ୍ଵନ୍ଦରେ ପଙ୍କଜିନୀ ହେଲେ ଉପସଭାପତି

ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ତୁବେ କୃଷି ସମବାୟ ସମିତିର ଉପସଭାପତି ଭାବେ ପଙ୍କଜିନୀ ସାହୁ ଆଜି ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।

ଦିଶା ତରଫରୁ ଟେଣ୍ତର ବିଜ୍ଞପ୍ତି ପ୍ରକାଶ

ଅନୁଗୁଳ ଜିଲ୍ଲା ଦିଶା(DISHA)ତରଫରୁ ରେଲୱେ ଓ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ଯ ଜରୁରୀକାଳୀନ ଭିତ୍ତିରେ ଶେଷ କରିବାକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ଜୁଲାଇ ମାସ ୩୦ ଯାଏ ବିଡ ଦାଖଲ କରିବେ।

Nuakhai wishes