ବିଦ୍ୟାଳୟରେ ଅନୁଷ୍ଠିତ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ଡୁରା ସ୍ଥିତ ରାମନାରାୟଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏପ୍ରିଲ ୮ ତାରିଖଠାରୁ ଆରମ୍ଭ ହୋଇଥିବା ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା ତାଲିମ ଶିବିର ଆଜି ଉଦ୍‌ଜାପିତ ହୋଇଯାଇଛି ।

ଅଧ୍ୟକ୍ଷ ଶ୍ରୀ ବିଧୂଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦେଶକ ସୁଶାନ୍ତ ଦାସ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ତାଲିମର ଉପକାରିତା ଓ ଆବଶ୍ୟକ ସମୟରେ କିପରି ଏହି ଜ୍ଞାନକୌଶଳକୁ କାର୍ଯ୍ୟରେ ପରିଣତ କରିବା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଦିନରେ ତାତି ସନ୍ଧ୍ୟାରେ ଆଶ୍ୱସ୍ତି

ଗୋପାଳପୁର ଅଞ୍ଚଳରେ ଆଜି ତାପ ମାତ୍ରା ପ୍ରାୟ ୩୦ ରୁ ଉର୍ଦ୍ଧ ରହିଥିବା ରୁ ତାତିର ପ୍ରଭାବ ରହିଥିଲା ତେଣୁ ଲୋକେ ଦିନ ବେଳା ଗରମ କୁ ଅସହ୍ୟ ହୋଇ ପଡୁଥିବାରୁ ସଂଧ୍ୟାରେ ଆଶ୍ୱସ୍ତି ପାଇଁ ବେଳା ଭୂମି ମୁହାଁ ହେଉଥିବା ଦେଖିବାକୁ ମିଳିଛି।

ଗୋପାଳପୁରରେ ସନଡେ ଏଟ୍ ଗୋପାଳପୁର ସାଂସ୍କୃତିକ କାର୍ଯ୍ୟକ୍ରମ

ଗୋପାଳପୁର ବେଳାଭୂମିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଅନୁଷ୍ଠିତ ସନଡେ ଏଟ ଗୋପାଳପୁର ସଂସ୍କୃତିକ କାଯ୍ୟକ୍ରମରେ ବ୍ରହ୍ମପୁର ଓଡ଼ିଶୀ ନୃତ୍ୟାୟନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।

ରବିବାର ହେତୁ ବେଳାଭୂମିରେ ପଯ୍ୟଟକଙ୍କ ଭିଡ଼ ଜମିଥିବାରୁ ଏହି ସଂସ୍କୃତିକ କାଯ୍ୟକ୍ରମକୁ ଉପଭୋଗ କରିଥିଲେ ଶାନ୍ତି ଶଙ୍ଖଳା ଲାଗି ଗୋପାଳପୁର ପୁଲିସ ମୃତୟନ ଥିଲେ।

ଜ୍ବାଇଁ ଓ ସାଳକ ଗଣ୍ଡଗୋଳ ମାମଲାରେ ୫ କୋର୍ଟ ଚାଲାଣ

ଗୋପାଳପୁର ଥାନା ଅନ୍ତର୍ଗତ ଗଞ୍ଜୁ ଗ୍ରାମରେ ଶୁକ୍ରବାର ରାତ୍ର ୮ବେଳେ ନୂଆସାହିର ଜ୍ବାଇଁ ଓ ସାଳକ ମଧ୍ୟରେ ମାରପିଟ୍ ହୋଇଥିଲା।ଏ ନେଇ ଶନିବାର ଦିନ ଉଭୟ ପକ୍ଷରୁ ବିଜୟ ଦାସ ଓ ସିଶୁଳା ଦାସ ଲିଖିତ ଅଭିଯୋଗ ପରେ ୨ଟି ପୃଥକ ମାମଲା କେସ ନଂ ୬୪ଓ୬୫/୨୨ ମାମଲା ରୁଜୁ ହୋଇଥିଲା।

ପୁଲିସ ତଦନ୍ତ କରିବା ପରେ ଉଭୟ ଗୋଷ୍ଟିର ୫ ଜଣ ବିଜୟ ଦାସ, ଜଗା ଦାସ, ବଳିଆ ଦାସ,ପ୍ରଦୀପ ଦାସ ଓ କାଳିଆ ଦାସ କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଗୋଟେ ଖଣ୍ଡା,ଗୋଟେ ତେଣ୍ଟା ଓ ୨ଟି ଲାଠି ଜବତ କରାଯାଇଛି।ବାବୁ ଦାସ ମେଡିକାଲ୍ରେ ଚିକିତ୍ସାଧୀନ ଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି ।

ଗୋପାଳପୁରରେ ସାହିତ୍ୟ ଓ ସାଂସ୍କୃତିକ ସଂସଦ ପକ୍ଷରୁ ବାର୍ଷିକ ଉତ୍ସବ

ଗୋପାଳପୁରସ୍ଥିତ ପ୍ରେସିଡେନ୍ସି ପବ୍ଲିକ ସ୍କୁଲରେ ଆଜି ବେଳାଭୂମି ସାହିତ୍ୟ ସାଂସ୍କୃତିକ ସଂସଦର ସଭାପତି ସରୋଜ କାନ୍ତ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ହରିଶ୍ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ।ବିଶିଷ୍ଟ ସାହିତ୍ୟିକ,ନାଟ୍ୟକାର ନିର୍ଦ୍ଦେଶକମେଜର ରମା ରମଣ ପାଢ଼ୀ ଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା।ଏଥିରେ ୪୬ଜଣ କବି ଓ କବୟିତ୍ରୀ ଭାଗ ନେଇଥିଲେ।

କରାପଲ୍ଲୀରେ ହନୁମାନ ଜୟନ୍ତୀ ପାଳିତ

କରାପଲ୍ଲୀ ହନୁମାନ ମନ୍ଦିରରେ ଆଜି ହନୁମାନ ଜୟନ୍ତୀ ପାଳନ ହୋଇଥିଲା।ଆଜି ଭୋର ସକାଳୁ ନିତିକାନ୍ତି ଭାବେ ପୂଜାର୍ଚ୍ଚନା କରାଯିବା ସହ ୧୦୮ ହନୁମାନ ଚାଳିସାପାଠ,ଘୃତଯଜ୍ଞ,ନାମଯଜ୍ଞ ଆୟୋଜନ କରାଯାଇଥିଲା।

ପୁରୋହିତ ଭାବେ ଲକ୍ଷ୍ମୀକାନ୍ତ ପାଢ଼ୀ,କର୍ତ୍ତା ଭାବେ ବିଦ୍ୟାଧର ଗୌଡ଼ ପତ୍ନୀ ସନ୍ଧ୍ୟାରାଣୀ ପୂଜାର୍ଚ୍ଚନାର ଦାୟିତ୍ୱ ତୁଲାଇ ଥିଲେ। ।

ସ୍ବାସ୍ଥ୍ୟ ଓ ଆରୋଗ୍ୟ ଦିବସ ପାଳିତ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଭଞ୍ଜବିହାର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଆଜି ସ୍ବାସ୍ଥ୍ୟ ଓ ଆରୋଗ୍ୟ ଦିବସ ପାଳନ ହୋଇଯାଇଛି ।

ଏହା ପ୍ରତିବର୍ଷ ଏପ୍ରିଲ୍ ୧୪ରେ ସାରା ଭାରତରେ ପାଳନ କରାଯାଇଥାଏ। ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ରୁଚି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏଵଂ ଆୟୁଷ ଡ଼ାକ୍ତର ଡ଼ା କୃଷ୍ଣ ଶରଣ ପାଳ ତଥା ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ୫ ଗୋଟି ସ୍ବାସ୍ଥ୍ୟ ଉପକେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଦିବସ ପାଳନ କରାଯାଇଥିଲା।

ଅନ୍ତରବାଟିଆରେ ୩୪ ତମ ମେରୁଯାତ୍ରା ଅନୁଷ୍ଠିତ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ଅନ୍ତରବାଟିଆରେ ଆଜି ଦକ୍ଷିଣକାଳୀ ମଣ୍ଡପ ଠାରେ ବହୁ ଆଡମ୍ବର ମେରୁ ଯାତ୍ରା ପାଳିତ ହୋଇଥିଲା।

ମଧ୍ୟାହ୍ନରେ ଧୂଳି ଦଣ୍ଡ ଅପରାହ୍ନରେ ପାଣିଦଣ୍ଡ ପରେ ମେରୁ ଦଣ୍ଡ ପାଳିତ ହୋଇଥିଲା। ମେରୁ ମଣ୍ତପରେ କର୍ତ୍ତା ଭାବେ ରାଘବ ଦାସ ଓ ପୁରୋହିତ ବନୋଜ କୁମାର ଶତପଥୀ ପୁଜା ଅର୍ଚ୍ଚନାର ଦାୟିତ୍ବ ତୁଲାଇଥିଲେ। ମେରୁ ମଣ୍ଡପ ଆଣିବା ପୂର୍ବରୁ ପାଟ ଭୁକ୍ତା ପ୍ରଶାନ୍ତ ଦାସଙ୍କୁ ଝଯାଙ୍ଗି ପତ୍ର ବଟା,ଚନ୍ଦନ ଓ କର୍ପୁର ଲେପ ଦେଇ ମେରୁ ମଣ୍ଡପକୁ ଆଣି ହୋମ କୁଣ୍ଡରେ ଝୁଲାଇଥିଲେ।

ହନୁମାନ ଜୟନ୍ତୀରେ ରଙ୍ଗେଇଲୁଣ୍ଡାରେ ପଣା ବଣ୍ଟନ

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଗ୍ରାମରେ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତିରେ ଗ୍ରାମର ହନୁମାନଙ୍କ ପ୍ରତିମୂର୍ତ୍ତି ଠାରେ ନାମ ସଙ୍କୀର୍ତ୍ତନ ସହ ଯୁବକ ସଂଘ ପକ୍ଷରୁ ପଣା ବଣ୍ଟନ କରାଯାଇଛି।

Nuakhai wishes