ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ଜନ୍ମ ଜୟନ୍ତୀ ପାଳିତ

ବ୍ରହ୍ମପୁର ବିଜିପୁର ବଡ଼ ସାହି ସ୍ଥିତ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ନୃତ୍ୟ ଗବେଷଣା କେନ୍ଦ୍ର ପରିସର ମଧ୍ୟରେ ଶିକ୍ଷାବିତ,ସମାଜ ସେବୀ ତଥା ଗବେଷଣା କେନ୍ଦ୍ର ର ନିର୍ଦେଶକ ଶଙ୍କର୍ଷଣ ପାତ୍ର ଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇଥିଲା।

ଉକ୍ତ ସଭାରେ ବକ୍ତା ମାନେ ନବ ଉତ୍କଳର ନିର୍ମାତା , ଓଡ଼ିଶା ର ବର ପୁତ୍ର, ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ଜୀବନ ଦର୍ଶନ ଉପରେ ନିଜ ନିଜ ର ବକ୍ତବ୍ୟ ପ୍ରଦାନ କରିଥିଲେ।ପ୍ରଥମେ ଗାନ୍ଧୀ ନଗର ଛକ ସ୍ଥିତ ମଧୁ ସୁଦନ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରାଦ୍ଧ ସୁମନ ପ୍ରଦାନ କରାଯାଇଥିଲା।ଶେଷରେ ଜଳପାନର ବ୍ୟବସ୍ଥା କରାଯାଇଥିଲା।

ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘ ପକ୍ଷରୁ ସଭାପତି ଉପେନ୍ଦ୍ର ପାଳଙ୍କ ଅଧ୍ୟକ୍ଷତାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ବିଶ୍ୱବିଦ୍ୟାଳୟର ଟାଇପ ସୁପ୍ରିଟେଡେଣ୍ଟ ଲେବଲ୍ ୨ କର୍ମଚାରୀ ସଙ୍ଘର ବରିଷ୍ଠ ସଦସ୍ୟ ପ୍ରଫୁଲ କୁମାର ମହାରଣାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଶ୍ରୀ ମହାରଣା ଜଣେ ମେଳାପି,ମିଷ୍ଟଭାସି ଓ ଭଲ ମଣିଷ ଭାବେ ପରିଚିତ ଥିଲେ। ଆଜି ସଙ୍ଘ ପକ୍ଷରୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।ଶ୍ରୀ ମହାରଣା ଜଣେ ମେଳାପି,ମିଷ୍ଟଭାସି ଓ ଭଲ ମଣିଷ ଭାବେ ପରିଚିତ ଥିଲେ। ଆଜି ସଙ୍ଘ ପକ୍ଷରୁ ଉପଢୌକନ ସହ ମାନପତ୍ର ଦେଇ

ମା ମୂତ୍ୟାଲୁ ଆମ୍ମା ଯାତ୍ରା ଲାଗି ଶୁଭ ଖୁଣ୍ଟି ସ୍ଥାପନ

ଗୋପାଳପୁର ରେ ମେ ମାସ ୧୭ ତାରିଖ ଠାରୁ ଜୁନ ୧ ପର୍ଯ୍ୟନ୍ତ ହେବାକୁ ଥିବା ମା ମୂତ୍ୟାଲୁ ଆମ୍ମା ଯାତ୍ରା ଲାଗି ଆଜି ଶୁଭ ଖୁଣ୍ଟି ସ୍ଥାପନ ହୋଇଥିବା ବେଳେ କର୍ତ୍ତା ଭାବେ ଯାତ୍ରା କମିଟି ର ସଭାପତି ଏମ୍.ଚନ୍ଦ୍ର ଶେଖର କର୍ତ୍ତା ଭାବେ ଓ ପୁରୋହିତ ଗୌରୀ ଶଙ୍କର କର ଓ ନୀଳାଞ୍ଚଳ ଶତପଥି ପୂଜା ଅର୍ଚ୍ଚନା ତୁଲାଇଥିଲେ।

ଏହି କାର୍ଯ୍ୟକ୍ରମରେ ପଞ୍ଚୁ ବେହେରା, ଜି.ମୋହନ,କେ.ମଧୁ,ଟୁନା ବେହେରା, ପ୍ରମୋଦ ବେହେରା ଙ୍କ ସମେତ ଅଂଚଳର ବହୁ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।ସେହିପରି ତୋଟା ଆମ୍ମା ଯାତ୍ରା ମେ ମାସ ୧୬ ତାରିଖ ଠାରୁ ଆରମ୍ଭ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଭାରତ୍ତୋଳନରେ ରୌପ୍ୟ

ଖେଲୋ ଇଣ୍ଡିଆରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଭାରତ୍ତୋଳନରେ ପିପୁଲସ କଲେଜ ବୁଗୁଡ଼ାର ପ୍ରମିଳା କ୍ରୀସାନି +୩ ଶେଷ ବର୍ଷା ଛାତ୍ରୀ ୫୫ କେଜି ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି।

ବାଙ୍ଗାଲୋର ସ୍ଥିତ ଜୈନ ବିଶ୍ଵବିଦ୍ୟାଳୟ ରେ ୨୪ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲି ଥିବା ଖେଲୋ ଇଣ୍ଡିଆ ପ୍ରତିଯୋଗିତା ରେ ଆଜି ପ୍ରଥମ ଦିନ ରେ ମହିଳା ଭାରତ୍ତୋଳନ ରେ ପ୍ରମିଳା କ୍ରୀସାନି ସ୍ନlଚ ୭୧ କେଜି,ଜର୍କ ୯୫ କେଜି ମୋଟ ୧୬୬ କେଜି ଉତ୍ତଳନ କରି ରୌପ୍ୟ ପଦକ ହାସଲ କରିଥିବା ଗସ୍ତରେ ଯାଇଥିବା ମେନେଜର ରାଜେଶ ମହାନ୍ତି କୋଚ ସୀତା ପ୍ରସାଦ ପଟନାୟକ ସୁଚନା ଦେଇଛନ୍ତି।

ଚଷାନିମଖଣ୍ଡି ଗାଁ ନିକଟରୁ ଦୁଇ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷାନିମଖଣ୍ଡି ଗାଁ ନିକଟରୁ ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି ।

ମୃତକ ପାଳଝଡ଼ି ଗାଁର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର ବୋଲି ଜଣାପଡିଛି ।ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା
ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।ପରିବାର ଲୋକେ ଦିଗପହଣ୍ଡି ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି ।

ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗରେ ସ୍ବାଗତ ଉତ୍ସବ ପାଳିତ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜିର ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗରେ ଆଜି ସ୍ବାଗତ ଉତ୍ସବ ପାଳିତ ହୋଇଥିଲା।ଏଥିରେ ବିଭାଗୀୟ ମୁଖ୍ୟ ଡ଼ଃ .ବନ୍ଦିତା ପଣ୍ଡା, ପ୍ରଫେସର ଗଣେଶ ସେଠି,ଡ଼ଃ.ଜୟନ୍ତ କୁମାର ପଣ୍ଡା,ଡ଼ଃ.ନେହା ପାଣ୍ଡେ,ଡ଼ଃ. ଚିହ୍ନ୍ନୁ ବହିଦାର,ଅଗ୍ନି କୁମାର ବେହେରା, ସୌରଭ ସେଠ୍, ସ୍ୱୟମ ପ୍ରକାଶ ବେଦାନ୍ତ,ଡ଼ଃ.ଜଗନ୍ ମୋହନ ମହାପାତ୍ର ମଞ୍ଚlସିନ ରହି ଛାତ୍ର ଛାତ୍ରୀ ଙ୍କୁ ନିୟମିତ ଶ୍ରେଣୀ କୁ ଆସିବା ସହ ପାଠ ପଢା ପ୍ରତି ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥିଲେ।

ପୁନିତ ସାଗର ଅଭିଯାନ ସହ ୱାର୍ଲଡ ଆର୍ଥ ଡେ ପାଳିତ

ବ୍ରହ୍ମପୁର ଏନ୍.ସି.ସି. ଗ୍ରୁପ୍ ହେଡ୍ କ୍ବାଟର ପକ୍ଷରୁ ଗୋପାଳପୁର ବେଳାଭୂମି ଠାରେ ୱାର୍ଲଡ ଆର୍ଥ ଡେ ଅବସରରେ ପାଳନ ହୋଇଯାଇଛି ‘ପୁନିତ ସାଗର ଅଭିଯାନ’। ସମୁଦ୍ର ବେଳାଭୂମି ତଥା ସମୁଦ୍ର ତଟକୁ ପରିଷ୍କାର ଓ ପରିଛନତା ଉପରେ ଗୁରୁତ୍ବ ଦିଆଯାଇ ଏହି ‘ପୁନିତ ସାଗର ଅଭିଯାନ’ ପାଳନ କରାଯାଉଛି ।

ବ୍ରହ୍ମପୁର ଏନ୍.ସି.ସି. ଗ୍ରୁପ୍ ହେଡ୍ କ୍ବାଟର  ପକ୍ଷରୁ ଗୋପାଳପୁର ବେଳାଭୂମି ଠାରେ ୱାର୍ଲଡ ଆର୍ଥ ଡେ ଅବସରରେ ପାଳନ ହୋଇଯାଇଛି ‘ପୁନିତ ସାଗର ଅଭିଯାନ’। ସମୁଦ୍ର ବେଳାଭୂମି ତଥା ସମୁଦ୍ର ତଟକୁ ପରିଷ୍କାର ଓ ପରିଛନତା ଉପରେ ଗୁରୁତ୍ବ ଦିଆଯାଇ ଏହି ‘ପୁନିତ ସାଗର ଅଭିଯାନ’ ପାଳନ କରାଯାଇଛି ।

ମନ୍ଦିର ଅଗ୍ନିକାଣ୍ଡରୁ ଅଳ୍ପକେ ରକ୍ଷା ପାଇଲେ ଦୁଇ ଦୃଷ୍ଟିହୀନ

ବ୍ରହ୍ମପୁର ଗେଟ ବଜାର ନିକଟରେ ଥିବା କୁଠାରି ମନ୍ଦିରରେ ଦୁଇଟି ସୋଫା ପୋଡ଼ି ଯାଇଥିବା ବେଳେ ସେଠାରେ ଥିବା ଦୁଇଜଣ ଦୃଷ୍ଟିହୀନ ଅଳ୍ପକେ ରକ୍ଷା ପାଇଥିବା ଆଜି ପୁଲିସ କହିଛି l

ମନ୍ଦିରର ପୂଜାରୀ ଦୁଇଟି ସୋଫାରେ ନିଆଁ ଲଗାଇଥିବା ସିସିଟିଭିରୁ ଜଣାପଡିଛି ବୋଲି ପୁଲିସ କହିଛି l ତେବେ ଏହାର କାରଣ ଜଣାପଡ଼ିନାହିଁ l

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଖୋଲିଲା କଫି କେଫେ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ଆନନ୍ଦ ବଜାର ନିକଟରେ ଆଜି ଅତ୍ୟାଧୁନିକ କଫି କେଫେ ଉଦଘାଟନ ହୋଇଥିବା ବେଳେ ଏହାକୁ ମାଲିକ ବୃନ୍ଦାବନ ପାଢ଼ୀ ଏହାର ଶୁଭାରମ୍ଭ କରିଛନ୍ତି।

ଉଦଘାଟନ ବେଳେ ଉପକୁଳ ସଚିବ ଡଃ.ବାବୁଜୀ ସାମଲ, ସହ କୁଳସଚିବ ଡ଼ଃ ସରୋଜ କୁମାର ଦାଶ, ଡ଼ଃ.ମିହିର ତ୍ରିପାଠୀ, ଏ.ସୁରୀୟା ପ୍ରକାଶ , ଭିମା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।

ସୁଭଦ୍ରା ମହତାବ ସେବା ସଦନ ଜରାଶ୍ରମରେ ସ୍ବାସ୍ଥ୍ୟ ପରୀକ୍ଷା

ଗଞ୍ଜାମ ଜିଲ୍ଲା ଗୋପାଳପୁରସ୍ଥିତ ସୁଭଦ୍ରା ମହତାବ ସେବା ସଦନ ଜରାଶ୍ରମରେ ଆଜି ବ୍ରହ୍ମପୁର ଏମକେସ ଜି ମେଡ଼ିକାଲର ମଧୁମେହ ବିଶେଷଜ୍ଞ ଆସୋସିଏଟ ପ୍ରଫେସର୍ ଡା. ପି.ରବି କୁମାର ଜରାଶ୍ରମର ଅନ୍ତେବାସୀ ପ୍ରାୟ ୩୦ ଜଣଙ୍କୁ ବିପି ଚେକିଂ, ମଧୁମେହ ପରୀକ୍ଷା କରିବା ସହ ମାଗଣା ଔଷଧ ପ୍ରଦାନ କରିଥିଲେ।

ତାହା ସହ ମଧୁମେହ ର କାରଣ,ଲକ୍ଷଣ ଓ ନିରାକରଣ ଉପରେ ବୁଝାଇଥିଲେ।

Nuakhai wishes