୫ ବେଆଇନ ବାଲି ବୋଝଇ ଟ୍ରାକ୍ଟର ଜବତ

ଆଜି ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଯାଜପୁର ଜିଲ୍ଲା କୁଣ୍ଡପାଟଣା ନିକଟସ୍ଥ ବ୍ରାହ୍ମଣୀ ନଦୀ ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିବା ୫ଟି ଟ୍ରାକ୍ଟର ଜବତ ହୋଇଛି।

ଛତୁ ଚାଷକରି ସ୍ୱାବଲମ୍ବୀ ହେଇପାରିଛନ୍ତି ସସ୍ମିତା

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମଧୁପୁରଗଡ଼ ପଞ୍ଚାୟତର ସସ୍ମିତା ଧୀର ୨୦୧୯ରେ ତାଲିମ ପରେ ଛତୁଚାଷ କରି ସ୍ୱାବଲମ୍ବୀ ହେବା ସହ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ସ୍ୱାମୀଙ୍କ ଭଲ ରୋଜଗାର ନଥିବାରୁ ସେ ଘରକାମ ସହିତ ଅଳ୍ପ ଖର୍ଚ୍ଚରେ ଛତୁଚାଷ କରି ମାସିକ ୧୫ହଜାର ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ।

ଝିଅ ନିଖୋଜ ଘଟଣାରେ ମା’ଙ୍କ ଇଛାମୃତ୍ୟୁ ଆବେଦନ

ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୁଦନପୁର ଗ୍ରାମର ଦୁଇ ବର୍ଷର ଝିଅ ପିହୁ 2020 ଅଗଷ୍ଟ 9 ତାରିଖରୁ ଗାଁ ଦାଣ୍ଡରୁ ନିଖୋଜ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଲିସ ତାକୁ ଠାବ କରିବାରେ ବିଫଳ ହୋଇଛି l

ନିରାଶ ହୋଇ ପିହୁର ମା ମୋନାଲିସା ନାୟକ ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ତାଙ୍କୁ ଇଛାମୃତ୍ୟୁ ଅନୁମତି ଦେବାକୁ ଜିଲ୍ଲାପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ନିବେଦନ ପଠାଇଛନ୍ତି l

କର୍ଣ୍ଣାଟକରେ ପୁରସ୍କୃତ ହେଲେ ଓଡ଼ିଆ ଶିକ୍ଷାବିତ

ଯାଜପୁର ଜିଲ୍ଲା ବାସିନ୍ଦା ସ୍ବର୍ଗତ ହରିବଲ୍ଲବ ପତିଙ୍କ ସାନପୁଅ ନୀଳାଚଳ ମିସନ ଟ୍ରଷ୍ଟର ଟ୍ରଷ୍ଟି ଶିକ୍ଷାବିତ ସୁଧାକର ପତିଙ୍କୁ କର୍ଣ୍ଣାଟକ ସରକାର ପକ୍ଷରୁ ସୁବର୍ଣ୍ଣଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।

ସମାଜ ସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କର୍ଣ୍ଣାଟକ ରାଜ୍ୟ ପଛୁଆବର୍ଗ ଫେଡେରେସନ ଓ ସୁବର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ବାଙ୍ଗାଲୋର ରବୀନ୍ଦ୍ର କଳାକ୍ଷେତ୍ରଠାରେ ଆୟୋଜିତ ଉତ୍ସବରେ ପୁରସ୍କୃତ କରାଯାଇଛି ।

ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଉଭୟ ପକ୍ଷରୁ ୮ ଆହତ

ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବାଲିଗରି ଗ୍ରାମରେ ଜମି ଜମା ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଉଭୟ ପକ୍ଷରୁ ୮ ଜଣ ଆହତ ହୋଇଥିବା ଜଣାପଡିଛି ।

ସେମାନେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇ ଥିବା ଜଣାପଡିଛି।

ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ସମୀକ୍ଷା ବୈଠକ

ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜେପିର ନିର୍ବାଚନ ସମୀକ୍ଷା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଧର୍ମଶାଳା ବିଜେପି ନେତ୍ରୀ ସ୍ମୃତିରେଖା ପହିଙ୍କ ସଭାପତିତ୍ୱରେ ବହୁ ବରିଷ୍ଠ ବିଜେପି କର୍ମକର୍ତା ଯୋଗ ଦେଇଥିଲେ । ୫୪ଟି ପଂଚାୟତର କର୍ମକର୍ତା ଯୋଗଦେଇ ଅଂଚଳର ବିଭିନ୍ନ ପ୍ରକାର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ଓଭରବ୍ରିଜରୁ ଖସିଲା ବସ, ଅନେକ ଯାତ୍ରୀ ଆହତ

ଭୁବନେଶ୍ୱରରୁ ଯଶିପୁର ଯାଉଥିବା ‘ଜୟଦୁର୍ଗା’ ନାମକ ବସ ଆଜି ସନ୍ଧ୍ୟାରେ ଯାଜପୁର ଜିଲ୍ଲାର ବଡ଼ଚଣା ନିକଟରେ ଓଭରବ୍ରିଜରୁ ଖସି ପଡିବାରୁ ଅନେକ ଯାତ୍ରୀ ଆହତ ହୋଇଛନ୍ତି l ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ କରୁଛନ୍ତି l

ବସରେ 40 ରୁ ଅଧିକ ଯାତ୍ରୀ ଥିଲେ l

Nuakhai wishes