ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,
ଯାଜପୁର ଜିଲ୍ଲା କୋରେଇ ଥାନା କାହ୍ନୁ ଚରଣ ସ୍କୁଲ ନିକଟ ଭଡ଼ା ଘରୁ ମୃତଦେହ ଉଦ୍ଧାର ହୋଇଛି।
ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Credible Local News of Odisha
ଯାଜପୁର ଜିଲ୍ଲା କୋରେଇ ଥାନା କାହ୍ନୁ ଚରଣ ସ୍କୁଲ ନିକଟ ଭଡ଼ା ଘରୁ ମୃତଦେହ ଉଦ୍ଧାର ହୋଇଛି।
ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ଯାଜପୁରର ବରୀ ଓ କୋରେଇ ବ୍ଲକରେ ନିର୍ମାଣ ହେବ ଏହି ପ୍ରକଳ୍ପ ।
ବରୀ ଓ କୋରେଇ ବ୍ଲକରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟ ୫ ବର୍ଷରେ ଶେଷ ହେବ ।
ଯାଜପୁର ବ୍ୟାସନଗରରେ ଅନୁଷ୍ଠିତ ଅନ୍ତର୍ଜାତୀୟ କ୍ରାଫ୍ଟ ସମ୍ମିଳନୀରେ ଯୋଗଦେଇଛନ୍ତି ବଲିଉଡ଼ ଅଭିନେତ୍ରୀ ଦୀୟା ମିର୍ଜା।
ଓଡ଼ିଶାକୁ ଆସି ସେ ଖୁବ୍ ଖୁସି ଏବଂ ଓଡ଼ିଶାର କଳା ସଂସ୍କୃତି ତାଙ୍କୁ ବେଶି ପ୍ରଭାବିତ କରିଛି ବୋଲି କହିଛନ୍ତି।
ଯାଜପୁର ଜିଲ୍ଲା କୁଆଖିଆ ଥାନା ଏନ୍ଏଚ୍ ୧୬ ଗୋପାଳପୁର ନିକଟରେ ଏହି ଦୁର୍ଘଟଣା ଘଟିଛି।
କାରରେ ଜଗତସିଂହପୁରରୁ ଘଟଗାଁ ତାରିଣୀ ଦର୍ଶନ ପାଇଁ ଯିବାବେଳେ ଦୁର୍ଘଟଣା ଘଟିଛି।
ଆଜି ରାତି ଓ କାଲି ସକାଳେ ଯାଜପୁର ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ଥିବାରୁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି।
କୁହୁଡ଼ିଜନିତ ଦୁର୍ଘଟଣା ଏଡ଼ାଇବାକୁ ପୁଲିସ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି।
ଯାଜପୁରରେ ଓଡ଼ିଶାର ଆଜି ପ୍ରଥମ ମିଶନ ଶକ୍ତି ଭବନ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହାସହ ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରେ ମିଶନ ଶକ୍ତି ଭବନ ଉଦଘାଟନ କରିବେ ନବୀନ ପଟ୍ଟନାୟକ।
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଏଣ୍ଡଳବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଵାଘୁଆବାରଣା ଖେଳ ପଡିଆରେ ବଜରଙ୍ଗ ବାଲି କ୍ରିକେଟ ଟିମ ର ଆନୂକୁଲ୍ୟାରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି ।
ଏହି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସରେ ପ୍ରଥମ ପର୍ଯ୍ୟାୟ ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏହି ବେଳେ ଜଖପୁରା ଟିମ ଶୁକଦେଈପୁରକୁ ୧୨ ଓଭର ବିନିମୟରେ ୯୬ ରନ କରି ହରାଇ ବିଜୟୀ ହୋଇଥିବା ଦେଖିବାକୁ ମିଳିଥିଲା ।ପରବର୍ତ୍ତୀ ମ୍ୟାଚ ସିଙ୍ଗାପୁର ସହିତ କାଶିପୁର ସହିତ ଅନୁଷ୍ଠିତ ହେବା ସହ ସିଙ୍ଗାପୁର ୧୧୫ ରନ ସଂଗ୍ରହ କରି ୧୨ ଓଭର ରେ ବିଜୟଲାଭ କରିଛି ।
ଯାଜପୁର ଜିଲ୍ଲା ଫୁଲଝର ଛକ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।
ଛିଡ଼ା ହୋଇଥିବା ଟ୍ରକ୍କୁ ସ୍କୁଟି ଚାଳକ ଧକ୍କା ଦେଇଥିଲା। ସ୍କୁଟିରେ ୩ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି ଓ ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ବଡ଼ ଅଦଳବଦଳ କରିଥିବା ବେଳେ ବିନିତ ଅଗ୍ରୱାଲଙ୍କୁ ଯାଜପୁର ଏସପି ନିଯୁକ୍ତି ଦେଇଛନ୍ତି।
ଯାଜପୁର ଟାଉନର ମେଡିକାଲ୍ ସାମ୍ନାରେ ଥିବା ରୁଚିକା ହୋଟେଲ୍ରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି।