ଦହିବରା ଖାଇ ୩୦ ଜଣ ଅସୁସ୍ଥ
ଯାଜପୁର ଦଶରଥପୁର ବ୍ଲକ ପାଟପୁର ଗାଁରେ ଦହିବରା ଖାଇ ୩୦ଜଣ ଅସୁସ୍ଥ ଅଛନ୍ତି। ଦଶରଥପୁର ମେଡିକାଲରେ ୧୦ ଜଣଙ୍କୁ ଭର୍ତ୍ତି କରାଯାଇଛି, ଯାଜପୁର ମେଡିକାଲରେ ୨୦ଜଣ ଭର୍ତ୍ତି ହୋଇଛନ୍ତି।
ଗତକାଲି ଗାଁକୁ ଆସିଥିବା ଜଣେ ବିକାଳୀଠାରୁ ଦହିବରା ଖାଇଥିଲେ କିଛି ଲୋକ।
Credible Local News of Odisha
ଯାଜପୁର ଦଶରଥପୁର ବ୍ଲକ ପାଟପୁର ଗାଁରେ ଦହିବରା ଖାଇ ୩୦ଜଣ ଅସୁସ୍ଥ ଅଛନ୍ତି। ଦଶରଥପୁର ମେଡିକାଲରେ ୧୦ ଜଣଙ୍କୁ ଭର୍ତ୍ତି କରାଯାଇଛି, ଯାଜପୁର ମେଡିକାଲରେ ୨୦ଜଣ ଭର୍ତ୍ତି ହୋଇଛନ୍ତି।
ଗତକାଲି ଗାଁକୁ ଆସିଥିବା ଜଣେ ବିକାଳୀଠାରୁ ଦହିବରା ଖାଇଥିଲେ କିଛି ଲୋକ।
ଯାଜପୁର ସାରୁଆବିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଛୁଆତି ମାଡ଼ ଘଟଣାରେ ପ୍ରଧାନ ଶିକ୍ଷକ ବାସୁଦେବ ଦେହୁରୀଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ।
ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି।
ଯାଜପୁରରୁ ୧୩ ନାବାଳକଙ୍କୁ ଉଦ୍ଧାର କଲେ ଭଦ୍ରକ ଚାଇଲ୍ଡ ଲାଇନ ଅଧିକାରୀ। ୧୩ ଶିଶୁଙ୍କୁ ବିହାରରୁ ଯାଜପୁରକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି।
ଭଦ୍ରକରେ ଟ୍ରେନ ଅଟକାଇବାରେ ବିଫଳ ହେବା ପରେ ଯାଜପୁରରୁ ଉଦ୍ଧାର କରାଯାଇଛି।
କୋରେଇ ଥାନା ମୀନାବଜାର ଛକ ନିକଟରେ ବ୍ୟାସନଗର ତହସିଲଦାରଙ୍କ ଉପରକୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ କରାଯାଇଛି।
ଲଘୁ ଖଣିଜ ଲୁଟ୍ ଖବର ପାଇ ରେଡ୍ କରିବାକୁ ଯାଉଥିବା ବେଳେ ଆକ୍ରମଣ କରିଛନ୍ତି। ଗୁରୁତର ତହସିଲଦାର ପ୍ରଶାନ୍ତ ପଣ୍ଡାଙ୍କୁ କୋରେଇ ମେଡିକାଲରେ ଭର୍ତ୍ତି କରାଯାଇଛି।
ବିଜେଡିର ପରାଜିତ ପ୍ରାର୍ଥୀ ପ୍ରୀତିରଂଜନ ଘଡ଼େଇଙ୍କ ନିର୍ବାଚନୀ ମାମଲା ଖାରଜ ହୋଇଛି। ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି। ବିନା ଶୁଣାଣିରେ ସୁକିନ୍ଦା ନିର୍ବାଚନୀ ମାମଲା ଖାରଜ ପାଇଁ କରିଥିଲେ ଆବେଦନ।
ଯାଜପୁର ରୋଡ୍ ଗୋଶାଳା ଛକରେ ଥିବା ଘରୋଇ ନର୍ସିଂହୋମ ସିଲ୍ ହେବ। ଆସନ୍ତା ୨୦ ତାରିଖ ଡେଡ୍ଲାଇନ୍ କହିଲେ ସିଡିଏମ୍ଓ। ଘରୋଇ ନର୍ସିଂହୋମ୍ ଆଇନ୍ର ଉଲ୍ଲଙ୍ଘନ କରିଛି, ତେଣୁ ସିଲ୍ ହେବ।
ନାବାଳିକା ପୀଡ଼ିତାକୁ ଯାଜପୁର ସକ୍ଷୀ ଘରେ CWO କାଉନ୍ସେଲିଂ କରୁଛି। ମାଟ୍ରିକ୍ ପରୀକ୍ଷା ଦେବାକୁ ପୀଡ଼ିତା ପ୍ରଶାସନକୁ ଅନୁମତି ମାଗିଥିବା ସୂଚନା ମିଳିଛି। ୭୦ ବର୍ଷୀୟ ଅଭିଯୁକ୍ତ ବୃଦ୍ଧ ଓ ନର୍ସିଂହୋମ୍ ଏମ୍ଡି ପୂର୍ବରୁ ଗିରଫ ହୋଇଛନ୍ତି।
ସ୍ବତନ୍ତ୍ର ହେଲିକପ୍ଟରରେ ଯାଜପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ମା’ ବିରଜାଙ୍କ ଦର୍ଶନ କରିବା ସହ ନାଭିଗୟାରେ ପିଣ୍ଡଦାନ କାର୍ଯ୍ୟକ୍ରମ ରହିଛି।
କାଲି ରାଷ୍ଟ୍ରପତିଙ୍କ ମା’ ବିରଜା ଦର୍ଶନ ଓ ପିଣ୍ଡଦାନ ଥିବାରୁ ପୌରପାଳିକା ସମେତ ସହର ସଂଲଗ୍ନ ସବୁ ସ୍କୁଲ ବନ୍ଦ ରହିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କଲେ ବିଇଓ।
ପଦର ଅପବ୍ୟବହାର କରିବା ନେଇ ପୂର୍ବତନ ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରାଙ୍କୁ ସସ୍ପେଣ୍ତ୍ କରାଯାଇଛି।
ମଧୁସ୍ମିତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।
୨୦୨୦ ମସିହାରେ ଯାଜପୁର ବିଞ୍ଝାରପୁର ବାଛୋଳ ଗାଁ ହତ୍ୟାକାଣ୍ଡ ମାମଲାରେ ଦୋଷୀ ଗୁରୁଚରଣ ବେହେରାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରାଜଜ୍।
ରାସନ ଚାଉଳକୁ କେନ୍ଦ୍ର କରି ବଚସା ପରେ ବାପାକୁ ହତ୍ୟା କରିଥିଲା ଯୁବକ।