ପାରିବାରିକ କଳହକୁ ନେଇ ପତ୍ନୀକୁ ହତ୍ୟା ଅଭିଯୋଗ

ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧ ଗାଁରେ ପାରିବାରିକ କଳହକୁ ନେଇ ସ୍ୱାମୀ ଟାଙ୍ଗିଆରେ ହାଣି ପତ୍ନୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିବା ପୁଲିସ ଆଜି କହିଛି l
ଗ୍ରାମବାସୀ ଅଭିଯୁକ୍ତ ସ୍ୱାମୀକୁ ଧରି ପୁଲିସକୁ ହସ୍ତାନ୍ତର କରିବା ପରେ ତଦନ୍ତ ଆରମ୍ଭ ହୋଇଛି l

ବାରକଣାଠାରେ ୬ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ

ଆଜି ଯାଜପୁର ଜିଲା ଧର୍ମଶାଳା ବ୍ଲକ ବାରକଣା ଗ୍ରାମ ହନୁମାନ ମନ୍ଦିର ପରିସରେ ୬ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି ।

ଯାଜପୁର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ବୁଷ୍ଟର ଡୋଜ ଟିକା ପ୍ରଦାନ

ଯାଜପୁର ଜିଲ୍ଲାର ଧର୍ମଶାଳା ପ୍ରେସ କ୍ଲବ, ଯାଜପୁର ମୁନସିପାଲଟି କାର୍ଯ୍ୟାଳୟ, କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ସରକାରଙ୍କ ଦ୍ୱାରା ପଞ୍ଜିକୃତ ସାମ୍ବାଦିକମାନେ ଟୀକା ନେଇଛନ୍ତି।

ସରକାରଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପଞ୍ଜିକୃତ ଜିଲ୍ଲାର ୪ଶହରୁ ଉର୍ଦ୍ଧ୍ଵ ଜଣ ସାମ୍ବାଦିକ ଏହା ଦ୍ୱାରା ଉପକୃତ ହେବେ।

ଧର୍ମଶାଳା ପଞ୍ଚାୟତ ସମିତି ବୈଠକ

ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l

ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତ ରାୟ,ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତ ରାୟ, ବ୍ଲକ ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା ଓ ବ୍ଲକ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଧର୍ମଶାଳା ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ପଞ୍ଚାୟତ ସ୍ତରର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

Nuakhai wishes