ଚନ୍ଦନ ଗଛ କାଟିନେଲେ ଚୋର

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନୂଆଡିହ ଗ୍ରାମର ପ୍ରମୋଦ କୁମାର ନାୟକଙ୍କ ବାଡି ଅଗଣାରୁ ଏକ ଚନ୍ଦନ ଗଛକୁ ଗତ ରାତ୍ରିରେ କିଛି କାଠ ମାଫିଆ କାଟି ନେଇଥିବା ସୂଚନା ମିଳିଛି ।

ଘର ଲୋକ ସକାଳୁ ଉଠି ଘର ପଛପାଖକୁ ଗୋବର ଢାଳିବାକୁ ଗଲାବେଳେ ଦେଖିଥିଲେ ଏବଂ ଏ ସମ୍ପର୍କ ରେ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ।

24 ଘଣ୍ଟାରେ କୋରେଇରେ 56.2 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ଯାଜପୁର ଜିଲ୍ଳାର କୋରେଇରେ 56.2 ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଦାନଗଦିରେ 53, ଯାଜପୁରରେ 43 ଓ ସୁକିନ୍ଦାରେ 41 ମିମି ବର୍ଷା ହୋଇଛି l

ବାବା ଲଛମନ ଜୀଉ ମେଲଣ ଉଦଯାପିତ

ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୋତପୁର ପଂଚୟତ ଭାବିଲ ମଠ ପରିସରରେ ୧୨ତମ ବାବା ଲଛମନ ଜୀଉ ମେଲଣ ଉଦଯାପିତ ହୋଇଯାଇଛି ।

ଏହି ମେଲଣରେ ୧୦ରୁ ଉର୍ଦ୍ଧ୍ବ ବିମାନ ଯୋଗ ଦେଇଥିଲେ । ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ରାସ୍ତାକଡ଼ରୁ ମଣିଷର କଟା ଗୋଡ଼ ଉଦ୍ଧାର

ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଙ୍ଗଳପୁର ୫୩ ନଂ ଜାତୀୟ ରାଜପଥ ଜଙ୍ଗଲ ରାସ୍ତାରୁ କଟା ଗୋଡ ଉଦ୍ଧାର ହୋଇଛି।

ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।

Nuakhai wishes