ବରଯାତ୍ରୀ ଗାଡି ଓଲଟି ୩ ଗୁରୁତର ୬ ଆହତ

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ଟେଣ୍ଟପୋଷିରୁ ବାଙ୍ଗିରିପୋଷି ଫେରିବା ବେଳେ ବିଜାତଳା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡ଼ି ।

ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ନିଆଁ ଲାଗି ମାଆ ସହ ୨ ଶିଶୁ ଜୀବନ୍ତ ଦଗ୍ଧ

ମୟୁରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଉଚ୍ଚାଗାଁରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଘରେ ଶୋଇଥିବା ବେଳେ ନିଆଁ ଲାଗି ମାଆ ସହ ୨ ଶିଶୁ ଜୀବନ୍ତ ଦଗ୍ଧ ହୋଇଥିବା ଜଣେ ଗ୍ରାମବାସୀ ସୂଚନା ଦେଇଛନ୍ତି ।

ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗାଡ଼ିରେ ବାହାରିଲା ଧୂଆଁ, ଭୟଭୀତ ଯାତ୍ରୀ

କପ୍ତିପଦା ଉପଖଣ୍ଡ ଉଦଳା ମଦନାପାଳ ଛକ ନିକଟରେ ଉଦଳାରୁ ସାଳଚୁଆ ଯାଉଥିବା ସାମଲ ବସ ରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଧୂଆଁ ବାହାରିଥିଲା । ଭୟରେ ଯାତ୍ରୀମାନେ ବସ ରୁ ଓଲ୍ହାଇ ଆସିଥିଲେ ।

କିଛି ସମୟ ପରେ ମେକାନିକ ଆସିବା ପରେ ଗାଡି ଟିକୁ ଠିକ କରାଯାଇଥିଲା । ପରେ ଚଳା ଚଳ ସ୍ୱାଭାବିକ ହୋଇଥିଲା ।

ସାଂସଦ ଅପରାଜିତାଙ୍କ ସାମ୍ବାଦିକ ସମ୍ମିଳନୀ

ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାପାଇଁ ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସି ବାରିପଦା ସ୍ଥିତ ହୋଟେଲ ଅମ୍ବିକା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରଖିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ଜମି ଜବରଦଖଲ, ସମେତ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ଉପରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟି କଲେ ଅପରାଜିତା।

ଅପରାଜିତାଙ୍କୁ ବେତନଟୀଠାରେ ଭବ୍ୟ ସ୍ୱାଗତ ସମ୍ବୋର୍ଦ୍ଧନା

ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବାରିପଦାରେ ଏକ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ଆସୁଥିବା ସମୟରେ ବେତନଟୀ ବଙ୍ଗଳାଛକଠାରେ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବୋର୍ଦ୍ଧନା କରାଯାଇଥିଲା l

ୟୁଥ ଫର ଆକ୍ସନ ସଭାପତି ଭବାନୀ ଶଙ୍କର ପରିଡାଙ୍କ ନେତୃତ୍ୱରେ ଶତାଧିକ ଯୁବକ, ବୁଦ୍ଧିଜୀବୀ ଏହି ସମ୍ବର୍ଦ୍ଧନା ଉତ୍ସବରେ ସାମିଲ ହୋଇଥିଲେ l

ବ୍ୟାଙ୍କରେ ଟଙ୍କା ଜମା ମେସିନ ଅଚଳ, ଗ୍ରାହକ ହନ୍ତସନ୍ତ

ମୟୂରଭଞ୍ଜ ଜଳ କପ୍ତିପଦା ଉପଖଣ୍ଡ ଉଦଳା ବଜାରରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଉଦଳା ଶାଖାରେ ଆଜି ସକାଳ ୧୧ଟା ଠାରୁ ଟଙ୍କା ଜମା କାଉଣ୍ଟରରେ ଥିବା ଟଙ୍କା କାଉଁଟିଙ୍ଗ ମେସିନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଚଳ ହେଇଯାଇଛି ।

ଏଥିରେ ଶାଖାକୁ ଆସୁଥିବା ଅନେକ ଗ୍ରାହକ ଆଜି ଟଙ୍କା ଜମା କରିନପାରିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ୟାଙ୍କ ମେନେଜରଙ୍କ କହିବା ମୁତାବକ ଏଥିପାଇଁ ଅଭିଯୋଗ କରାଯାଇଛି ଆସନ୍ତାକାଲି ଟେକ୍ନିସିଆନ ଆସିଲେ ସଜଡ଼ା ଯିବା ବୋଲି କହିଛନ୍ତି ।

୨୪ ଘଣ୍ଟାରେ ବାରିପଦାରେ ୫୦ ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର ବାରିପଦାରେ 50 ମିଲିମିଟର, ବେତନଟୀରେ 25 ମିମି ଏବଂ ଜାମଦାରେ 20 ମିମି ବର୍ଷା ରେକର୍ଡ କରାଯାଇଥିବା ଜଣାପଡିଛି l

ସାପ ଓଗାଳିଲା ୫ କୁକୁଡ଼ା ଅଣ୍ଡା

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ କୁଟଲିଙ୍ଗ ଗ୍ରାମ ଏକ ଘରୁ ନାଗ ସାପ ପାଟିରୁ ୫ ଟି କୁକୁଡ଼ା ଅଣ୍ଡା ବାହାରିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଉକ୍ତ ଗ୍ରାମର କରୁଣାକର ବିଶୋଇଙ୍କ ରୋଷେଇ ଘରୁ ଉଦଳା ଅଞ୍ଚଳର ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ବସନ୍ତ ବେହେରା ଏକ ନାଗ ସାପ ଉଦ୍ଧାର କରିବା ପରେ ସାପଟି ୫ ଟି ଅଣ୍ଡା ଓଗାଲି ଥିଲା ।

ଉଦଳାରେ ନୂତନ ଠିକାଦାର ସଂଘ ଗଠିତ

ମୟୂରଭଞ୍ଜ ଜିଲ୍ଲା ଆଜି ଉଦଳା ସେହ୍ନା ତୁଳସୀ କଲ୍ୟାଣ ମଣ୍ଡପ ଠାରେ ନୂତନ ଠିକାଦାରଙ୍କ ବିଭିନ୍ନ ପଦ ପଦବୀ ନାମ ଘୋଷଣା କରାଯାଇଥିଲା।

ଏହା ସ୍ଵାଧୀନ ଠିକାଦାର ସଂଘରେ ନାମିତ ହୋଇଥିବା ବେଳେ କପ୍ତିପଦା ଉପଖଣ୍ଡରେ ଥିବା ଖୁଣ୍ଟା, ଜିବିନଗର, କପ୍ତିପଦା ଓ ଉଦଳାର ୧୦୦ ଜଣଙ୍କୁ ନେଇ ଏହି ସଂଘ ଗଠିତ ହୋଇଛି।

ଖୁଣ୍ଟା ବ୍ଳକରେ ପଞ୍ଚାୟତ ସମିତି ବୈଠକ

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ପଞ୍ଚାୟତ ସମିତି ବୈଠକ ବ୍ଳକ ଅଧ୍ଯକ୍ଷ ସୁଧନ୍ୟା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ବିଧାୟକ ପ୍ରକାଶ ସରେନ ,ଉପାଧ୍ଯକ୍ଷା ଯବା କିସ୍କୁ , ବିଡ଼ିଓ , ଜିଲ୍ଲା ପରିଷଦ ସଭ୍ୟ , ଜିପିଓ ପ୍ରମୁଖ ଯୋଗ ଦେଇଥିଲେ । ପାନୀୟଜଳ , କୃଷି , ଶିକ୍ଷା ସ୍ଵାସ୍ଥ୍ୟ ସମେତ ବିଭିନ୍ନ ଅଞ୍ଚଳର ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

Nuakhai wishes