ବାରିପଦାରେ ଆରମ୍ଭ ହେଲା ୧୦ ଦିନିଆ ଯୋଗସୂତ୍ର

ଆଜି ବାରିପଦା ଗାନ୍ଧୀମାର୍କେଟ ଠାରେ ବିବେକାନନ୍ଦ କେନ୍ଦ୍ର ବାରିପଦା ଶାଖା ପକ୍ଷରୁ ଏକ ୧୦ ଦିନିଆ ଯୋଗ ଶିବିର ଆରମ୍ଭ ହୋଇଥିବା ବେଳେ ଏହି ଶିବିରରେ ବିଭିନ୍ନ ବର୍ଗର ଲୋକେ ଯୋଗ ଦେଇଛନ୍ତି।

କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଶେଷ କରି ଯୁବ ସମାଜକୁ ଯୋଗ କଣ ଓ ତାହାର ଉପକାରିତା କେତେ ସେ ସମ୍ପର୍କରେ ଅବଗତ କରାଇ ଯୋଗ ପ୍ରତି ଆକୃଷ୍ଟ କରିବା । ଏଭଳି କାର୍ଯ୍ୟକ୍ରମ ଆଗକୁ ପ୍ରତ୍ୟେକ ମାସ କରାଯିବ ବୋଲି ଅନୁଷ୍ଠାନର ଓଡ଼ିଶା ପ୍ରାନ୍ତ ପ୍ରମୁଖ ଅନୀଲ କୁମାର କର ସୂଚନା ଦେଇଛନ୍ତି।

ପ୍ରବଳ ଗ୍ରୀଷ୍ମ ପ୍ରବାହ ; ଚେତା ହରାଇଲେ ଛାତ୍ରୀ

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟରେ ୨ୟ ବର୍ଷର ଛାତ୍ରୀ କବିତା ମୁଖି  ଆଜି କଲେଜର ଶ୍ରେଣୀ ଗୃହରେ ପଢ଼ୁଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଯୋଗୁଁ ଚେତାଶୂନ୍ୟ ହୋଇ ପଡ଼ିଥିଲେ ।

ତାଙ୍କୁ ଉଦ୍ଧାର କରାଯାଇ ଖୁଣ୍ଟାଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିବା ଜଣାଯାଇଛି ।

କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ସାମିଲ କରାଯାଉ: କୁଡୁମୀ ସେନା

କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ସାମିଲ କରିବା ଦାବି ନେଇ ଆଜି ବାରିପଦା ଳସ୍ଥିତ ହୋଟେଲ ବଜାର ଇଣ୍ଡିଆ ଠାରେ କୁଡୁମୀ ସେନାର ସଭାପତି ଜୟମୁନି ମହାନ୍ତଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

କୁଡୁମୀ ଜାତିର ହକ ପାଇଁ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ନୂତନ ରୂପରେଖ ଦିଆଯିବ ବୋଲି ସୂଚନା ଦେଇଛନ୍ତି କୁଡୁମୀ ସେନା ସଭାପତି।

କୂଅ ମଧ୍ଯରୁ ଉଦ୍ଧାର ହେଲା ୬ ଫୁଟ ଲମ୍ବ ଗୋଖର

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅଧିନ ବଡ଼ପଥରା ଗ୍ରାମର ଏକ କୂଅ ମଧ୍ୟରୁ ଆଜି ୬ ଫୁଟ ଲମ୍ବର ଗୋଖର ସାପକୁ ବନ୍ୟପ୍ରାଣୀ ଉଦ୍ଧାରକାରୀ ସଦସ୍ୟ କୃଷ୍ଣ ଗୋଛାୟତ ଉଦ୍ଧାର କରିଛନ୍ତି ।

ସାପଟି ଦେବରଞ୍ଜନ ମହାନ୍ତଙ୍କ ଘର ବାଡିରେ ଥିବା କୂଅରେ ପଡ଼ିଯାଇଥିବା ପରିବାର ଲୋକ ଦେଖି ବନ ବିଭାଗକୁ ଖବର ଦେଇଥିଲେ । କୂଅ ମଧ୍ୟରୁ  ସାପଟିକୁ ଉଦ୍ଧାର କାର୍ଯ୍ୟ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା ।

ଜନ୍ମ ମାଟିରେ ପହଞ୍ଚିବ ଯବାନଙ୍କ ମରଶରୀର

ଆଜି ନିଜ ଜନ୍ମ ମାଟି ମୟୂରଭଞ୍ଜ ଜିଲ୍ଲା ଖାନୂଆ ଗ୍ରାମରେ ଭାରତୀୟ ସେନା ବାହିନୀରେ କାର୍ଯ୍ୟରତ ଯବାନ ଚନ୍ଦକାନ୍ତ ଶେଜପଡାଙ୍କର ମରଶରୀର ପହଞ୍ଚିବ।

ତାଙ୍କ ମରଶରୀରକୁ ଭୁବନେଶ୍ୱର ଠାରୁ ନେଇ ଆସୁଛନ୍ତି ଭାରତୀୟ ସେନା ବାହିନୀ।ଯବାନ ଶେଜପଡାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ନାବାଳିକାକୁ ଅପହରଣ ଅଭିଯୋଗ : ଅଭିଯୁକ୍ତ ଗିରଫ

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳର ଜନୌକା ନାବାଳିକାଙ୍କୁ ଅପହରଣ ଏବଂ ଦୁଷ୍କର୍ମ କରାଯାଇଥିବା ସଂମ୍ପର୍କରେ ପିଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ ଆଜି ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି ।

ଗିରଫ ଅଭିଯୁକ୍ତ ଜଣକ ବଡ଼ଫେଣୀ ଗ୍ରାମର ଆକାଶ ସିଂ ବୋଲି ଜଣାଯାଇଛି ।

ଗୋପବନ୍ଧୁ ନଗର ବ୍ଳକରେ ଆରଡ଼ିସି ସେକ୍ରେଟେରୀଙ୍କ ସମୀକ୍ଷା

ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଳକରେ ଆଜି ଆରଡ଼ିସି ସେକ୍ରେଟେରୀ ଧନଞ୍ଜୟ ହେମ୍ବ୍ରମ ସମୀକ୍ଷା କରି ଫେରିଥିବା ଜଣାଯାଇଛି ।
 
ଏହି ସମୀକ୍ଷା ମାଧ୍ୟମରେ ବ୍ଳକରେ ବିଭିନ୍ନ ଯୋଜନାରେ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକୁ ଯାଞ୍ଚ ଓ ବ୍ୟୟ ଅର୍ଥରାଶି, ବ୍ୟାଙ୍କ ଜମା ଖାତାଗୁଡ଼ିକୁ ଯାଞ୍ଚ କରାଯାଇଥିବା ବେଳେ ନିର୍ମାଣାଧିନ ବିଭିନ୍ନ ପ୍ରକଳ୍ପଗୁଡିକୁ ବୁଲି ଦେଖିଥିଲେ ।

ଦିବ୍ୟସିଂହପୁର ଗ୍ରାମ ଠାରେ ଗ୍ରାମ୍ୟ ଉନ୍ନତି ବୈଠକ ଅନୁଷ୍ଠିତ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଭୀମତାଳି ପଞ୍ଚାୟତ ଦିବ୍ୟସିଂହପୁର ଠାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି ।

ବିଜେପି ବିଧାୟକ ଭାସ୍କର ମଢେଇ, କାବୁ ତ୍ରିପାଠୀ ଓ ରାଜନେତା ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଗ୍ରାମ ତଥା ପଞ୍ଚାୟତର ଉନ୍ନତି ନିମନ୍ତେ ଆଲୋଚନା ହୋଇଥିଲା ।

ବରଯାତ୍ରୀ ଗାଡି ଓଲଟି ୩ ଗୁରୁତର ୬ ଆହତ

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ଟେଣ୍ଟପୋଷିରୁ ବାଙ୍ଗିରିପୋଷି ଫେରିବା ବେଳେ ବିଜାତଳା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡ଼ି ।

ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

Nuakhai wishes