ଅନ୍ତର୍ଜାତୀୟ ମାଗାଜିନ୍‌ରେ ଶିମିଳିପାଳର କଳାବାଘ

ଅନ୍ତର୍ଜାତୀୟ ମାଗାଜିନ୍‌ ‘ନ୍ୟାସନାଲ ଜିଓଗ୍ରାଫିକ୍‌’ର କଭରପେଜ୍‌ରେ ଓଡ଼ିଶାର କଳାବାଘକୁ ଦେଖିବାକୁ ମିଳିଛି। କଳା ରଙ୍ଗ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଛି ଶିମିଳିପାଳର ମହାବଳ ବାଘ।

ଖୁଣ୍ଟା ଥାନା ଏଏସଆଇ ଛବିଳକାନ୍ତ ନାୟକଙ୍କ ବଦଳି

ଫାର୍ମ ହାଉସ୍‌ରେ ଶାବଳ ନେଇ ଏଏସଆଇ ପଶିବା ଘଟଣାରେ ଖୁଣ୍ଟା ଥାନା ଏଏସଆଇ ଛବିଳକାନ୍ତ ନାୟକଙ୍କୁ ବଦଳି କରିଛନ୍ତି ଏସ୍‌ପି। ଏଏସଆଇଙ୍କର ବେତନଟୀ ବଦଳିକୁ ବାତିଲ କରି କରଞ୍ଜିଆ ଥାନାକୁ ପଠାଯାଇଛି।

କରଞ୍ଜିଆରେ କଙ୍ଗାରୁ କୋର୍ଟ: ୨ ଅଟକ

ପରକିୟା ପ୍ରୀତି ସନ୍ଦେହରେ ଯଶିପୁର ଥାନା ଅଞ୍ଚଳରେ ୨ ଯୁବକ ଓ ଜଣେ ମହିଳାଙ୍କୁ ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଛି।

ଯଶିପୁର ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ହେଟାବାଘ ଆକ୍ରମଣରେ କଲେଜ ଛାତ୍ର ସମେତ ୨ ଆହତ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଦୁଧିଆଣି ରେଞ୍ଜ ତିନିଟିଆ ଗାଁରେ ଏହି ଘଟଣା ଘଟିଛି। ହେଟାବାଘକୁ ଧରିବା ପାଇଁ ତିନିଟିଆ ଗାଁରେ ଟ୍ରାଙ୍କୁଲାଇଜ ଟିମ୍ ପହଞ୍ଚିଥିବା ବେଳେ ଡାକବାଜି ଯନ୍ତ୍ର ମାଧମରେ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ। ଗତକାଲି ୧୦ରୁ ଅଧିକ ଲୋକଙ୍କୁ ଆକ୍ରମଣ କରିଥିଲା ହେଟାବାଘ।

ଭିନ୍ନ ଭିନ୍ନ ଜନ୍ମତାରିଖ ପାଇଁ ଅଙ୍ଗନବାଡ଼ି ଦିଦି ଚାକିରିରୁ ବିଦା

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଦେବାନବାହାଳି-୨ ଅଙ୍ଗନବାଡ଼ି ଦିଦି ସୁମି ସିଂ ଶମ୍ବୁରାଇ ବହିଷ୍କୃତ ହୋଇଛନ୍ତି। ୪ଟି ଭିନ୍ନ ଭିନ୍ନ ଜନ୍ମତାରିଖ ଦର୍ଶାଇଥିବାରୁ ଜିଲ୍ଲାପାଳ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଦିଦିଙ୍କ ଶିକ୍ଷାଗତ ପ୍ରମାଣପତ୍ର ଓ ଆଧାର କାର୍ଡରେ ରହିଛି ଭିନ୍ନ ଭିନ୍ନ ଜନ୍ମତାରିଖ। ୩ ବର୍ଷ ଧରି ଚାକିରି କରି ଆସୁଥିଲେ ଅଙ୍ଗନବାଡ଼ି ଦିଦି।

ଏନ୍ଏସି ମାନ୍ୟତା ଦାବିରେ ଆଜି ଯଶିପୁର ବନ୍ଦ

କରଞ୍ଜିଆ ଯଶିପୁର ବିକାଶ ମଞ୍ଚ ପକ୍ଷରୁ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

ଜରୁରୀକାଳୀନ ସେବାକୁ ଛାଡି ସମସ୍ତ ଦୋକାନ ବଜାର ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ସମସ୍ତ ଅଫିସ୍ ସମେତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।

୨ ହଜାର ଟଙ୍କା ଲାଞ୍ଚ ନେଇ ଏଏସଆଇ ନିଲମ୍ବିତ

କରଞ୍ଜିଆ ରରୁଆଁ ଥାନାର ଏଏସଆଇ ମୀନକେତନ ପ୍ରଧାନଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସ୍‌ପି।

ବାଇକ୍‌ ଛାଡ଼ିବା ପାଇଁ ୨ ହଜାର ଲାଞ୍ଚ ନେଉଥିବା ସୂଚନା ମିଳିଛି। ଦେ

ଉଦଳା ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ

ଶାଢ଼ୀ ଦୋକାନରେ ନିଆଁ ଲାଗି ୭୦ ଲକ୍ଷର ଶାଢ଼ୀ ଜଳି ଯାଇଛି।ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ୩ ଘଣ୍ଟାର ଉଦ୍ୟମ ପରେ ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ।

ଛାତ୍ରୀ ଅସଦାଚରଣ ମାମଲାରେ ନିଲମ୍ବିତ ହେଲେ ଶିକ୍ଷକ

ମୟୂରଭଞ୍ଜ ଜିଲ୍ଲା ବେତନଟୀର ଏକ ସରକାରୀ ଉ.ପ୍ରା ବିଦ୍ୟାଳୟ ଶିକ୍ଷକ ପ୍ରମୋଦ ମହାନ୍ତ ନିଲମ୍ବିତ ହୋଇଛନ୍ତି।

ଏକାଧିକ କୋମଳମତି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ଛାତ୍ରୀମାନେ ଅଭିଯୋଗ କରିବା ପରେ ନିଲମ୍ବନ କଲେ ବିଇଓ। ତଦନ୍ତ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ କହିଲେ ବିଇଓ ।

୨ ନାବାଳିକାଙ୍କୁ ଉଦ୍ଧାର କଲେ ପୁଲିସ

ମୟୂରଭଞ୍ଜ ଜିଲ୍ଲା ଶୋସ ଥାନା ଅଞ୍ଚଳରୁ ୨ ଜଣଙ୍କୁ ଉଦ୍ଧାର କଲା କରଞ୍ଜିଆ ପୁଲିସ। ଅପହରଣ କରିଥିବା ମହିଳାକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଶରଧା ଗାଁର ୨ ନାବାଳିକା ଦୋକାନକୁ ଯାଇ ଗତକାଲିଠୁ ନିଖୋଜ ଥିଲେ।

Nuakhai wishes