ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ମୟୂରଭଞ୍ଜ ଜିଲ୍ଲାପାଳ

ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ ମୟୂରଭଂଜ ଜିଲ୍ଲାପାଳ ଭାବେ ବଦଳି କରିଛନ୍ତି ରାଜ୍ୟ ସରକାର।

ମୟୂରଭଞ୍ଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପହଞ୍ଚିଛନ୍ତି। କିଛି ସମୟ ପରେ ଖିଚିଂ ସ୍ଥିତ କିଚକେଶ୍ୱରୀ ମନ୍ଦିର ଯିବେ।

ଆସନ୍ତାକାଲି କେନ୍ଦୁଝର, ଭୁବନେଶ୍ୱର ଭଳି ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ।

ବୃଦ୍ଧଙ୍କୁ ଦଳି ଦେଲା ହାତୀ

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ କାଳିଆନାଳ ଗାଁରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

ଘରେ ଶୋଇ ଥିବାବେଳେ ବୃଦ୍ଧଙ୍କୁ ଦଳି ଦେଲା ହାତୀ।

ଗ୍ରାମ୍ୟ ବ୍ୟାଙ୍କ କାନ୍ଥ ତାଡ଼ି ଚୋରି ଅଭିଯୋଗ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଶାଳଚୁଆ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ହୋଇଛି।

କେତେ କ’ଣ ଚୋରି ହୋଇଛି ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

ଗ୍ରାମ୍ୟ ବ୍ୟାଙ୍କ କାନ୍ଥ ତାଡ଼ି ଚୋରି ଅଭିଯୋଗ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଶାଳଚୁଆ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ହୋଇଛି।

କେତେ କ’ଣ ଚୋରି ହୋଇଛି ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି ଜିଅନ୍ତା ଜଳିଗଲେ ଯୁବକ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରରୁଆଁ ଥାନା ସିଙ୍ଗଡ଼ା ବଡ଼ବିଲ୍‌ ଗାଁରେ ଅଭାବନୀୟ ଘଟଣା ଘଟିଛି।

୧୧ କେଭି ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ। କ’ଣ ପାଇଁ ଯୁବକ ଜଣଙ୍କ ଖୁଣ୍ଟରେ ଚଢ଼ିଥିଲେ ଜଣାପଡ଼ି ନାହିଁ।

ଶିମିଳିପାଳରୁ ମହାବଳ ବାଘର ମୃତଦେହ ଠାବ

ଦୁଦୁରୁଚମ୍ପା ଠାରେ ମହାବଳ ବାଘର ମୃତଦେହ ମିଳିଥିବା ସୂଚନା ଦେଲେ ଅଭୟାରଣ୍ୟ କ୍ଷେତ୍ର ନିର୍ଦ୍ଦେଶକ।

ଗତ ୫ ତାରିଖ ଦିନ ଦୁଦୁରୁଚମ୍ପା ନାଳ ନିକଟରୁ ମୃତଦେହ ମିଳିଥିଲା।ମୃତ ବାଘର ବୟସ ସାଢ଼େ ୩ ବର୍ଷ ହେବା ଅନୁମାନ କରାଯାଉଛି। ମୃତ୍ୟୁର କାରଣ ଜଣାପଡ଼ିନି, ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିବ କହିଛନ୍ତି ନିର୍ଦ୍ଦେଶକ।

ଟ୍ରକ୍‌କୁ ପଛରୁ ପିଟିଲା ବରଯାତ୍ରୀ ବସ୍‌: ୧୦ ଆହତ

ମୟୂରଭଞ୍ଜ ଜିଲ୍ଲା ୨୨୦ନଂ ଜାତୀୟ ରାଜପଥ ଟାଟ ନିକଟରେ ଦୁର୍ଘଟଣା ଘଟିଛି।

୧୦ ଆହତଙ୍କ ମଧ୍ୟରୁ ୨ ଗୁରୁତର ଅଛନ୍ତି। ସେମାନଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ଜାମସେଦପୁରରୁ ଯାଜପୁରକୁ ବିବାହ କାର୍ଯ୍ୟରେ ଯୋଗଦେବାକୁ ଆସୁଥିଲେ। ବସ୍‌ରେ ୪୦ରୁ ଅଧିକ ବରଯାତ୍ରୀ ଥିଲେ।

ହେମନ୍ତ ସୋରେନଙ୍କୁ ଗିରଫ ପ୍ରତିବାଦରେ ରାଇରଙ୍ଗପୁରରେ ବନ୍ଦ ପାଳନ

ଜେଏମଏମ ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି।

ବନ୍ଦ ପାଳନ ଯୋଗୁଁ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି।ମୟୁରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଥିଲେ ବି ଅନ୍ୟ ସ୍ଥାନରେ ପ୍ରଭାବ ନାହିଁ।

Nuakhai wishes