ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୭ ବିଜୟରାମଚନ୍ଦ୍ରପୁର ଅଞ୍ଚଳର ପ୍ରହ୍ଲାଦ ନାୟକଙ୍କ ଝିଅ କରିନା ନାୟକ(୨୧)ଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଘର ଭିତରୁ ଉଦ୍ଧାର ହୋଇଛି।

ସୂଚନା ଅନୁଯାୟୀ, ସେ ସୋମବାର ଅପରାହ୍ଣ ସମୟରେ ଘରେ ଥିବା ସିଲିଂ ଫ୍ୟାନରେ ଶାଢ଼ୀ ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି। ତାଙ୍କର ଝୁଲନ୍ତା ଶବ ପରିବାର ଲୋକେ ଦେଖି ପୁଲିସକୁ ଖବର ଦେବା ପରେ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ପ୍ରକ୍ରିୟା ଜାରି ଥିବା ନେଇ ଟାଉନ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି କହିଛନ୍ତି।

ଓପିଟିସିଏଲ ଡିଜିଏମଙ୍କୁ ୫ ବର୍ଷ ସଜା

୨୦୧୭ରେ ୩ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଓପିଟିସିଏଲ ଡିଜିଏମ୍ ଯଶୋବନ୍ତ ଚୌଧୁରୀଙ୍କୁ ୫ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ।

ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ସମାରୋହ

ଆଜି ମୟୁରଭଞ୍ଜ ସାହିତ୍ୟ ପରିଷଦ ସଦ୍ଭାବନା ସମିତି ବାରିପଦା ଆନୁକୂଲ୍ୟରେ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷ ଠାରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ସମାରୋହ ତଥା ଆଧ୍ୟାତ୍ମିକ ଭାବ ବିନିମୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ସମ୍ମିଳନୀରେ ଅତିଥିମାନେ “ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” ବିଷୟବସ୍ତୁ ଉପରେ ଆଲୋଚନା କରିଥିଲା ବେଳେ ମଞ୍ଚରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଡ. ବିଜୟ ଅଗ୍ରୱାଲା ଯୋଗ ଦେଇଥିଲେ।

ଜଙ୍ଗଲୀ ଦନ୍ତା ହାତୀ ଆକ୍ରମଣରେ ୧ମୃତ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବନଖଣ୍ଡ ଅଧୀନ ବେତେଇ ଗ୍ରାମର କିଛି ଲୋକ ନିକଟସ୍ଥ ଜଙ୍ଗଲକୁ ଶାଳ ପତ୍ର ସଂଗ୍ରହ କରିବାକୁ ଯାଇ ଜଂଗଲୀ ହାତୀ ହାବୁଡରେ ପଡ଼ିଯାଇଥିଲି।

ପ୍ରାଣ ବିକଳରେ ଅନ୍ୟମାନେ ଦୌଡୁଥିବା ବେଳେ ମହେଶ୍ବର ଦେହୁରି (୬୧) ଙ୍କୁ ଦଳି ଦେଲା ଦନ୍ତା ।

ଜଙ୍ଗଲରୁ ମୃତ ଦେହ ଆଣି ଉଦଳା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି । ଏନେଇ ବନ ଭିବାଗ ଅନୁକମ୍ପା ଅନୁଯାଇ ସହାୟତା ଯୋଗାଇଥିବା ଜଣାପଡ଼ିଛି ।

କାଲି ଧାରଣା ଆଜି ସମାଧାନ

ଗତ କାଲି ଉଦଳା ବ୍ଲକ ଖଣ୍ଡାଚିରା ଗ୍ରାମରେ ପାଣି ସମସ୍ୟା ପାଇଁ ଗ୍ରାମବାସୀ କଲିଆ ଛକ ଠାରେ ରାସ୍ତା ଅବରୋଧ କରିଥିଲେ। ।

!ପ୍ରଶାସନର ପ୍ରତିଶୃତି ପରେ ଆଜି ଉଦଳା ବିଡ଼ିଓ ଦେବଜାନୀ ଭୁଁୟା ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଯାଇ ସମସ୍ୟା ଅନୁଧ୍ୟାନ କରି ଅଚଳ ନଳକୂପକୁ ମରାମତି କରାଯାଇଥିବା ସୂଚନା ମିଳିଛି।

ଦୁର୍ଘଟଣା ଘଟାଇ ବାଇକ ଫେରାର : ଜଣେ ଆହତ

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ କଲେଜ ଛକ ନିକଟରେ ଆଜି ସଂଧ୍ୟା ରେ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଖୁଣ୍ଟା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ବ୍ୟକ୍ତି ଜଣକ ଗୟଳମରା ଗ୍ରାମର ସିଦ୍ଧେଶ୍ଵର ଟୁଡୁ । ଦୁର୍ଘଟଣା ଘଟାଇଥିବା ବାଇକ ଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

ପ୍ରତିଶ୍ରୁତି ପରେ ରାସ୍ତା ରୋକରୁ ହଟିଲେ ଲୋକେ

କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ କଲିଆ ଛକ ନିକଟରେ ନଳକୂପ ପାଇଁ ରାସ୍ତା ରୋକ ଓ ଧାରଣା ଦେଇଥିବା ଖଣ୍ଡାଚିରା ଗ୍ରାମର ଲୋକେ ପ୍ରଶାସନର ପ୍ରତିଶୃତି ପରେ ଉଠି ଯାଇଛନ୍ତି।

ଘଟଣା ସ୍ଥଳରେ ଉଦଳା ବିଡିଓ ଦେବଯାନୀ ଭୂୟାଁ, ଉପାଧ୍ୟକ୍ଷ ରଜନୀ ଦାସ ପହଞ୍ଚି ପ୍ରତିଶ୍ରୁତି ଦେବାପରେ ରାସ୍ତା ରୋକ ହଟିଥିଲା । ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।

ପାଣି ପାଇଁ ରାସ୍ତା ଅବରୋଧ

ମୟୂରଭଞ୍ଜ ଜିଲ୍ଲା ଉଦଳା କାଲିଆ ଛକ ଠାରେ ପାନୀୟ ଜଳ ସମସ୍ୟା ପାଇଁ ଖଣ୍ଡାଚିରା ଗ୍ରାମର ଲୋକ ମାନେ ଗୋରା ବାଲଟି ଧରି ବାରିପଦା- ଉଦଳା ମୁଖ୍ୟ କାଲିଆ ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି

ପିକପ ଧକ୍କାରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର

କପ୍ତିପଦା ଉପଖଣ୍ଡ ଉଦଳା ଥାନା ମଦନପାଳ ଛକ ଠାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଆଜି ସନ୍ଧ୍ୟା ୫ଘଟିକା ସମୟରେ ଏକ ବାଇକରେ ଦୁଇଜଣ ଯାଉଥିବା ବେଳେ ଅପରପକ୍ଷରେ ଏକ ଆସୁଥିବା ପିକପ ଭ୍ୟାନ ଧକ୍କା ଦେଇଥିଲା ।

ଏତିକିବେଳେ ଛକି ବସିଥିଲା ମୃତ୍ୟୁ । ଘଟଣା ସ୍ଥଳରେ ଦୁଇ ବାଇକ ଆରହୀ ମଧ୍ୟରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛି । ମୃତ ବ୍ୟକ୍ତି ଜଣଙ୍କ ସତ୍ୟରଞ୍ଜନ ନାୟକ (୩୫) । ଏନେଇ ପୋଲିସ ତଦନ୍ତ ଚଳାଇଛି ।

Nuakhai wishes