ଶୁଦ୍ଧ ପାଣି, ଗ୍ରାମକୁ ରାସ୍ତା ଦାବି କରି ଗ୍ରାମବାସୀଙ୍କ ରାସ୍ତା ରୋକ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ମଝିଗଡ଼ିଆ ପଞ୍ଚାୟତ ମହିସିଡୁଭା ଗ୍ରାମକୁ ଶୁଦ୍ଧ ପାଣି, ଗ୍ରାମକୁ ରାସ୍ତା ଦାବି କରି ଆଜି ଉଦଳା- କପ୍ତିପଦା ରାସ୍ତା କପ୍ତିପଦା ଛକ ନିକଟରେ ଗ୍ରାମର ଲୋକେ ରାସ୍ତା ରୋକ କରଛନ୍ତି ।

ଦୁଇ ଘଣ୍ଟା ହେବ ଯାନବାହନ ଚଳାଚଳ ବନ୍ଦ ରହିଛି । ବର୍ତ୍ତମାନ ସୁଦ୍ଧା ପୁଲିସ ବିଭାଗ ପହଁଚି ଥିବା ବେଳେ କୌଣସି ଅଧିକାରୀଙ୍କ ଦେଖା ନାହିଁ ।

ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାବି

ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଲୁହାକାନି ପଞ୍ଚାୟତ ଅଧୀନ କୁଣ୍ଡୁରା ଗାଁରେ ସରକାରୀ ଅନୁଦାନ ଅର୍ଥରେ ନିର୍ମାଣ ପ୍ରକଳ୍ପ କ୍ଲବ ଘର, ରାସ୍ତା, ପୋଖରୀ ଅସମ୍ପୂର୍ଣ୍ଣ ଭାବେ ବର୍ଷ ବର୍ଷ ଧରି ପଡିରହିଛି।

ଏ ଦିଗରେ ପ୍ରଶାସନ ମଧ୍ୟ ନିରବ ହେତୁ ଗାଁର ବାରିଆଳ ସୋରେନ୍ ପ୍ରକଳ୍ପ ଗୁଡ଼ିକ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଲିଖିତ ଭାବେ ଜିଲ୍ଲାପାଳ,ଉପଜିଲ୍ଲାପାଳ, ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯଦି ଏ ଦିଗରେ ପ୍ରଶାସନ ପଦକ୍ଷେପ ନ ନିଏ ତେବେ ଲୁହାକାନି ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ବିଡ଼ିଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଗାଡି ଚୋରି କରୁଥିବା ସମୟରେ ଛେଚା ଖାଇଲେ ଯୁବକ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା କୃଷକ ବଜାରରେ ଆଜି
ଜଣେ ଚୋର ଜନୈକ ଲୋକର ହିରୋ ଗ୍ଲାମର ଗାଡି ଚାବି ଭାଙ୍ଗି ଚୋରି କରି ନେଇ ଯାଉଥିବା ସମୟରେ ସ୍ଥାନୀୟ ଲୋକେ ତାକୁ ନିର୍ଧୁମ ଛେଚି ପୁଲିସରେ ଦେଇଛନ୍ତି ।

ପୁଲିସ ଖୋଳତାଡ଼ କରୁଥିବା ବେଳେ ଯୁବକଙ୍କ ଘର ରେମୁଣା ବୋଲି ଜଣାପଡିଛି ।

ନାମଯଜ୍ଞ ସଙ୍କୀର୍ତ୍ତନ ଉଦଯାପିତ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ର ମଣଦା ଠାରେ ଗ୍ରାମ୍ୟ କମିଟି ପକ୍ଷରୁ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ସଙ୍କୀର୍ତ୍ତନ ହର୍ଷଉଲ୍ଲାସରେ ଉଦଯାପିତ ହୋଇଥିବା ବେଳେ ଏହି ଅବସରରେ ମହୁଲିଆ, ଦିଗାରି ଅସ୍ତିଆ, ଉଠାଣି ନୂଆଗାଁ, ଅଁଳାକୁଡ଼ା ଏବଂ ଗନ୍ଧସିଳା ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥିଲେ।

ଏହି ନାମଯଜ୍ଞ ସଙ୍କୀର୍ତ୍ତନକୁ ପୃଥୁନାଥ ଗିରି, ସୁଶିଲ ସାହୁ, ନିଲାରତ୍ନ ସାହୁ, କାଳିପଦ ଗୋପ, ବ୍ରଜମୋହନ ଗିରି ପ୍ରମୁଖ ପରିଚାଳନା କରିଥିଲେ। କମିଟି ପକ୍ଷରୁ ଭକ୍ତ,ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ଛତ୍ରର ବ୍ୟବସ୍ଥା କରାଯାଇଥିଲା ।

ଉଦଘାଟିତ ହେଲା ଆଦର୍ଶ ଶବଦାହ କେନ୍ଦ୍ର

ବହୁ ପ୍ରତୀକ୍ଷା ପରେ ଆଜି ମୟୁରଭଞ୍ଜ କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକରେ ଉଦଘାଟିତ ହୋଇଛି ଆଦର୍ଶ ଶବଦାହ କେନ୍ଦ୍ର।

ଏଥିରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଉପଜିଲ୍ଲାପାଳ ଭଗବାନ ବେହେରା ଏବଂ ମୂଖ୍ଯ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଭାସ୍କର ମଢେଇ ପ୍ରମୁଖ ଯୋଗ ଦେଇଥିଲେ ।

ବୋଲର ଓ ବାଇକ ମୁହାଁମୁହିଁ ଧକ୍କା

ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସୁବର୍ଣରେଖା ମୁଖ୍ୟକେନାଲ ନିକଟରେ ଏକ ବୋଲେରୋ ଗାଡି ସହିତ ଏକ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବୋଲେରୋଟି ୨୦ଫୁଟ ତଳକୁ ଖସି ଯାଇଛି।

ତେବେ ଦୁଇ ବାଇକ ଆରହୀ ଗୁରୁତର ଥିବା ସୂଚନା ମିଳିଛି।

ଆମ ଆଦମୀ ପାର୍ଟିର ସମୀକ୍ଷା ବୈଠକ ଅନୁଷ୍ଠିତ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଉଦଳା, ଶ୍ରୀଦାମଚନ୍ଦ୍ରପୁର, ବୃନ୍ଦାଗୋଡି ଓ ହାତୀମଡ଼ା ଗ୍ରାମରେ ଆଜି ଆମ ଆଦମୀ ପାର୍ଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ୨୦୦ ୟୁନିଟ ଦେୟ ମୁକ୍ତ ବିଜୁଳି ଆନ୍ଦୋଳନକୁ ଜୋରଦାର କରାଯିବା ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା ।

ଅଂଶୁଘାତରେ ବୃଦ୍ଧ ଚେତାଶୂନ୍ୟ; ଡାକ୍ତରଖାନାରେ ଭର୍ତ୍ତି

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନଛିପୁର ଗ୍ରାମର ଆଜି ଏକ ମହିଳାଙ୍କ ମୃତଦେହ ଗ୍ରାମର ଲୋକେ ଦାହ କରିବାକୁ ନିକଟସ୍ଥ ନଦୀପଠାକୁ ଯାଇଥିଲେ ।

ହେଲେ ସେହି ଗ୍ରାମର ବୃଦ୍ଧ ବ୍ୟକ୍ତି ବୃନ୍ଦାବନ କୁସୁମାଳିଆ (୬୨) ଅଂଶୁଘାତର ଶିକାର ହୋଇ ଚେତା ଶୂନ୍ୟ ହୋଇ ଯାଇଥିଲେ । ଗ୍ରାମର ଲୋକେ ଡାକ୍ତରଖାନାକୁ ଆଣି ଚିକିତ୍ସା କରୁଛନ୍ତି ।

Nuakhai wishes