୧୦ ଦଫା ଦାବୀରେ ବିଦ୍ୟୁତ ଠିକା କର୍ମଚାରୀଙ୍କ ଧାରଣା

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବିଦ୍ୟୁତ ବିଭାଗ ଅଧିନରେ ଟିପିଏନଓଡ଼ିଏଲ ସଂସ୍ଥା ପକ୍ଷରୁ କାର୍ଯ୍ୟରତ ଠିକା କର୍ମଚାରୀ ମାନେ ବିଭିନ୍ନ ସମସ୍ୟା କୁ ନେଇ ଆଜି ଖୁଣ୍ଟା ବିଦ୍ୟୁତସେକସନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।

କର୍ମଚାରୀଙ୍କ ଦାବୀ ଅନୁଯାୟୀ ୨୪ ଘଣ୍ଟା ପରିବର୍ତ୍ତେ ୮ ଘଣ୍ଟାର କାର୍ଯ୍ୟ କରିବା , ୮ ଘଣ୍ଟାରୁ ଅଧିକ କାର୍ଯ୍ୟକଲେ ଓଭର ଟାଇମ ଉଭା ପ୍ରଦାନ , ଆଦି ୧୦ ଦଫା ଦାବୀନେଇ ଏହି ଧାରଣା ଦିଆଯାଇଥିଲା ।

ବିଦ୍ୟୁତ କର୍ମଚାରୀଙ୍କ ଅଫିସ୍ ସମ୍ମୁଖରେ ଧାରଣା

ସମାନ କାମକୁ ସମାନ ଦରମା-ଭଳି ଦଶ ଦଫା ଦାବି ପୂରଣ ନେଇ ଝାରପୋଖରିଆ ସେକ୍ସନ ବିଦ୍ୟୁତ କର୍ମଚାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ସହ ସ୍ଥାନୀୟ ଲୋକେ ଆଜି ନାରାବାଜି କରିଛନ୍ତି।

ବିଦ୍ୟୁତ୍ ଠିକା କର୍ମଚାରୀଙ୍କ ଧାରଣା

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ କାର୍ଯ୍ୟ କରୁଥିବା ସମସ୍ତ ବିଦ୍ୟୁତ୍ ବିଭାଗର ଠିକା କର୍ମଚାରୀ ସେମାନଙ୍କ ଦାବି ନେଇ ଉଦଳା ଏସଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ବିଶେଷ କରି ହିନ୍ଦୁସ୍ଥାନ କମ୍ପାନୀ ଠିକା କର୍ମଚାରୀମାନଙ୍କୁ ଠିକ୍ ସମୟରେ ଦରମା, ସମାନ କାମ ପାଇଁ ସମାନ ଦରମା,୮ ଘଣ୍ଟା ଡ୍ୟୁଟି, ବାଇକରେ ଯିବା ଆସିବା ପାଇଁ ଟଙ୍କା ଓ ସେମାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ପାଇଁ ଦାବି ସହ ଧାରଣା ଦେଇଛନ୍ତି।

ଛାତ୍ରୀ ନିବାସ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଭାଲୁବସା ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଛାତ୍ରୀ ନିବାସ ଖୋଲିବା ପାଇଁ ଆଜି ଅଭିଭାବକମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଧାନ ଶିକ୍ଷକଙ୍କ ଜରିଆରେ ପ୍ରଦାନ କରିଛନ୍ତି ।

ବହୁ ଦୂରରୁ ପଢିବା ପାଇଁ ଆସୁଥିବା ଛାତ୍ରୀମାନେ ରହିବା ପାଇଁ କିମ୍ବା ଯାଅ ଆସ ପାଇଁ ଅନେକ ଅସୁବିଧା ହେଉଥିବାର ଶାନ୍ତିଲତା ମହାନ୍ତି, ରଣଜିତ ମହାନ୍ତ, ବସେନ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ଦେଇଥିଲେ ।

ଟୁଲଗଡ଼ିଆ ହାଟ ନିକଟରେ ଏସୟୁଆଇର ପ୍ରତିବାଦର ସଭା

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଟୁଲଗଡ଼ିଆ ହାଟ ନିକଟରେ ଆଜି ଏସୟୁଆଇର ପ୍ରତିବାଦର ସଭା ଅନୁଷ୍ଠିତ ହୋଇଥିଲା ।

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଆଦି ଅନେକ ଜିନିଷ ଉପରେ ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ପ୍ରତିବାଦ କରିଥିଲେ ବୋଲି କହିଛନ୍ତି ସଂଘର ସମ୍ପାଦକ ସଦାଚରଣ ବଦ୍ରା।

ବ୍ଲକ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ନୂଆଗାଁ ପଞ୍ଚାୟତ ନୀଳଶୈଳ ହାଇସ୍କୁଲରେ ଓଡିଶା ମାଧ୍ୟମିକ ସ୍କୁଲ ସଂଘର ଆଜି ଏକ ବ୍ଲକ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

ନୂତନ ନିଯୁକ୍ତି, ଅବସର ପରେ ପେନସନ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା ହୋଇଥିଲା । ସଭାପତି ଭାବେ ମନୋରମା ନାୟକ, ଉପ ସଭାପତି ନିରଂଜନ ରାଉତ ବେହେରାଙ୍କୁ ମନୋନୀତ କରାଯାଇଥିଲା ।

ଉର୍ମଳ କଲ୍ୟାଣିମଣ୍ଡପ ଠାରେ ଡାକମେଳା ଅନୁଷ୍ଠିତ

ଉଦଳା ବ୍ଲକ ଅନ୍ତର୍ଗତ ଉର୍ମଳ କଲ୍ୟାଣିମଣ୍ଡପ ଠାରେ ଡ଼ାକ ବିଭାଗ ଦ୍ଵାରା “ଡ଼ାକମେଳା” ଅନୁଷ୍ଠିତ ହୋଇଯାଇଛି । ଟଙ୍କା ନେଣ ଦେଣ, ପ୍ୟାନ କାର୍ଡ, ଆଧାର ସଂଶଧନ ସୁବିଧା ଉପଲବ୍ଧ ଓ ସଚେତନ କରାଯାଇଛି ।

ଉପସ୍ଥିତ ଡ଼ାକବିଭାଗୀୟ ଅଧିକାରୀ ସମସ୍ତ ପୋଷ୍ଟ ମାଷ୍ଟର ଓ ଷ୍ଟାଫ୍ ସହିତ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟା, ନାଏବ ସରପଞ୍ଚ,ଗ୍ରାମ ପଞ୍ଚାୟତ ପଞ୍ଚାୟତ ର ଲୋକମାନେ ଯୋଗ ଦେଇଥିଲେ ।

ରାମ ମନ୍ଦିର ନିର୍ମାଣ ନିମନ୍ତେ ବୈଠକ ଅନୁଷ୍ଠିତ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଭୀମତାଳି ଠାରେ ନୂତନ ଭାବେ ରାମ ମନ୍ଦିର ନିର୍ମାଣ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।

ଏଥିରେ ମୁଖ୍ୟ ଭାବେ ସୁବାଷ ପଣ୍ଡା ପରିଚାଳନା କରିଥିଲେ । ଉପାଧ୍ୟକ୍ଷ ରଜନୀ ଦାସ ଯୋଗ ଦେବା ସହିତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ଖାଉଛି ନଦୀ କୂଳ ; ପଥର ପ୍ୟାକିଙ୍ଗ ପାଇଁ ଦାବି

କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଛୋଟରାୟପୁର ଗ୍ରାମନିକଟରେ ଥିବା ନଦୀ ପୋଲ କୂଳ ଖାଉ ଥିବାରୁ ଅନେକ ଚାଷ ଜମି ସହିତ ରାସ୍ତା କ୍ଷତିଗ୍ରସ୍ତ ହେଉଥିବା ଗ୍ରାମବାସୀ ଦାବୀ କରିଛନ୍ତି ।

ଏଥିପାଇଁ ତୁରନ୍ତ ପଥର ପ୍ୟାକିଙ୍ଗ ନକଲେ ଆହୁରି କ୍ଷତି ହେଇ ଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏନେଇ ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଛନ୍ତି ।

Nuakhai wishes