ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ କାର୍ଯ୍ୟ କରୁଥିବା ସମସ୍ତ ବିଦ୍ୟୁତ୍ ବିଭାଗର ଠିକା କର୍ମଚାରୀ ସେମାନଙ୍କ ଦାବି ନେଇ ଉଦଳା ଏସଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।
ବିଶେଷ କରି ହିନ୍ଦୁସ୍ଥାନ କମ୍ପାନୀ ଠିକା କର୍ମଚାରୀମାନଙ୍କୁ ଠିକ୍ ସମୟରେ ଦରମା, ସମାନ କାମ ପାଇଁ ସମାନ ଦରମା,୮ ଘଣ୍ଟା ଡ୍ୟୁଟି, ବାଇକରେ ଯିବା ଆସିବା ପାଇଁ ଟଙ୍କା ଓ ସେମାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ପାଇଁ ଦାବି ସହ ଧାରଣା ଦେଇଛନ୍ତି।