ମହାଦେବ ମନ୍ଦିର ସାମ୍ମନାରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟନାୟକଙ୍କ ୨୫ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ଅପରାହ୍ନରେ ପୁଟିଣା ମହାଦେବ ପଡ଼ିଆ ଠାରେ ପ୍ରଦୀପ ପ୍ରଜ୍ୱଳନ ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହଇଯାଇଛି ।

ଏହି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ବିଜେଡି ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ଦିବସ ଅବସରରେ ଜିଲ୍ଲା ବିଜେଡି ପକ୍ଷରୁ ବାଲେଶ୍ଵର ସହରର ବିଭିନ୍ନ ସ୍ଥାନରେ ଥିବା ସ୍ବର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।

ଏଥିରେ ଜିଲ୍ଲା ବିଜେଡି ସଭାପତି ରବିନ୍ଦ୍ର ଜେନା, ସଦର ବିଧାୟକ ସ୍ଵରୂପ କୁମାର ଦାସ ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ମନ୍ତ୍ରୀଙ୍କ ଦ୍ଵାରା ମଞ୍ଜି ବଣ୍ଟନ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନନ୍ଦୁରୁ ପଞ୍ଚାୟତରେ ପୃଷ୍ଟିକର ପରିବା ପାଇଁ ବିଭିନ୍ନ ପ୍ରଜାତିର ମଞ୍ଜିକୁ ଆଜି ମଧ୍ୟାହ୍ନରେ ବଣ୍ଟନ କରିଥିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

ପୋଖରୀରେ ବିଷ ପକାଇ ମାଛ ମାରିଲେ ଦୁର୍ବୃତ୍ତ

ବାଲେଶ୍ଵର ଜିଲ୍ଲା ସୋର ବ୍ଲକ୍ ଜଡିଦା ଗ୍ରାମରେ ଏକ ପୋଖରୀକୁ ମା’ ବୃନ୍ଦାବତୀ ସ୍ୱୟଂ ସହାୟକ ଗୋଷ୍ଠୀ ଲିଜ ସୂତ୍ରରେ ନେଇ ମାଛଚାଷ କରିଥିବା ବେଳେ ଗତକାଲି ରାତିରେ କେହି ଦୁର୍ବୃତ୍ତ ପୋଖରୀରେ ବିଷ ପକାଇଦେବାରୁ ପ୍ରଚୁର ପରିମାଣରେ ମାଛ ମରି ଭାସୁଥିବାର ଦେଖିବାକୁ ମିଳିଛି।

ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ତିଳତର୍ପଣ

ବାଲେଶ୍ଵର ଜିଲ୍ଲା ସୋର ବ୍ଲକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି ସକାଳୁ ସୋର ବିଧାୟକ ପର୍ଶୁରାମ ଧଡା ସାଜନପୁର କାଂଶବାଂଶ ନଦୀ ଘାଟଠାରେ ତିଳତର୍ପଣ ଅର୍ପଣ କରିଥିଲେ।

ତାଙ୍କ ସହ ସ୍ଥାନୀୟ ନେତୃବୃନ୍ଦଙ୍କ ସହିତ ଗ୍ରାମବାସୀମାନେ ଉପସ୍ଥିତ ଥିବା ସୂଚନା।

ବିଜୁ ପଟ୍ଟନାୟକଙ୍କର ୨୫ ତମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଜଳଦା ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କର ଆଜି ସକାଳ ସମୟରେ ୨୫ ତମ ଶ୍ରାଦ୍ଧ ବାର୍ଷିକ ବରିଷ୍ଠ ବିଜେଡି ନେତା ରମାକାନ୍ତ ମହାନ୍ତ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ରାଧାନାଥ ରାୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

କବିବର ରାଧାନାଥ ରାୟଙ୍କ ଶ୍ରାଦ୍ଧ ଦିବସ ଅବସରରେ ବାଲେଶ୍ଵର ଗଡଗଡିଆରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।

କଂଗ୍ରେସର ଯୁଵ ନେତା ବିକ୍ରମ ପଣ୍ଡା ଓ ତାଙ୍କ ସମର୍ଥକଙ୍କ ଦ୍ବାରା ଏହି କାର୍ଯ୍ୟ ସମାପନ ହୋଇଥିଲା।

ଛେଳି ଚୋରକୁ ନିସ୍ତୁକ ମାଡ଼

ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅବଝୁଣା ପଞ୍ଚାୟତ ବାସୁଦେବପୁର ରାଣୀତାଲ ରାସ୍ତା ମଝାମଝିରେ ଆଜି ଅପରାହ୍ନ ୨ଟା ବେଳେ ଦୁଇ ଜଣ ଯୁବକ ଦୁଇଟି ଛେଳିକୁ ଚୋରି କରି ନେଇଯାଉ ଥିବା ବେଳେ ଗ୍ରାମବାସୀ ଜଣେ ଯୁବକକୁ ଧରି ନିସ୍ତୁକ ମାଡ଼ ମାରିଛନ୍ତି।

ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇଛି।

Nuakhai wishes