ଷ୍ଟେସନ ଛକରେ ସର୍ଟସର୍କିଟ ଯୋଗୁ ଜଳିଗଲା ଟ୍ରାନ୍ସଫର୍ମର

ବାଲେଶ୍ଵର ଜିଲ୍ଲା ସୋର ପୌରପାଳିକା ଅଧିନ ଷ୍ଟେସନ ଛକ ନିକଟରେ ଥିବା ଏକ ଟ୍ରାନ୍ସଫର୍ମରରେ ସର୍ଟସର୍କିଟ ଯୋଗୁ ଆଜି ମଧ୍ୟାହ୍ନରେ ହଠାତ୍ ନିଆଁ ଲାଗିଯାଇଥିଲା।

ଖବରପାଇ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ ସରବରାହ ବନ୍ଦ କରିବାରୁ ନିଆଁ ଆୟତ୍ତ ହୋଇଥିଲା।ସୌଭାଗ୍ଯ କ୍ରମେ ନିକଟରେ ଥିବା ଦୋକାନ ଗୁଡିକ ସୁରକ୍ଷିତ ଥିବା ଜଣାଯାଇଛି।

ଷୋଳଗାଁରେ ବିଜେପିର ସାମାଜିକ ନ୍ୟାୟ ପକ୍ଷ ପାଳନ

ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ଆଜି ପୂର୍ବାହ୍ନରେ ବିଜେପି ନେତା ରାକେଶ ମଲ୍ଲିକଙ୍କ ନେତୃତ୍ଵରେ କର୍ମୀମାନେ ବାଲେଶ୍ଵର ଜିଲ୍ଲା ସୋର ବ୍ଲକ୍ ତେଣ୍ଟେଇ ପଞ୍ଚାୟତ ଷୋଳଗାଁ ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନଙ୍କୁ ଫଳ ବଣ୍ଟନ କରିବା ସହ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ବି. ଏନ. ଉପ୍ରା ବିଦ୍ୟାଳୟରେ ବିଦାୟ କାଳୀନ ସମ୍ୱର୍ଦ୍ଧନା

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ବି. ଏନ. ଉପ୍ରା ବିଦ୍ୟାଳୟରେ ଆଜି ଅଷ୍ଟମ ଶ୍ରେଣୀ ଛାତ୍ର,ଛାତ୍ରୀଙ୍କର ବିଦାୟ କାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି।

ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବିନ୍ଧାଣି ,ସହକାରୀ ଶିକ୍ଷକ ବୀରେନ୍ଦ୍ର କୁମାର ସିଂ,କଳ୍ପନା ଜେନା , ସୁରେଶ କୁମାର ସେଣ ,ଦେବେନ୍ଦ୍ର କୁମାର ଭଞ୍ଜ ,ଖେଳ ଶିକ୍ଷକ ଧନଞ୍ଜୟ ଦତ୍ତ, ବଂଶୀଧର ମାଝୀ ଏବଂ ଦିଲ୍ଲୀପ କୁମାର ଗିରି ପ୍ରମୁଖ ଉପସ୍ଥିତ ଥିଲେ ।

ବିଡିଓଙ୍କ ସହ ଆଲୋଚନା କଲେ ଜିଲ୍ଲା ବିଜେପି ନେତା

ବାଲେଶ୍ଵର ସଦରବ୍ଲକ ବିଡିଓଙ୍କ ସହ ଆଜି ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ଜିଲ୍ଲା ବିଜେପି ନେତା।

ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆଵାସ ଯୋଜନାରେ ଘର ପ୍ରଦାନ , ସିଧାସଳଖ ଭତ୍ତା ଟଙ୍କା ବ୍ୟାଙ୍କ ଖାତାକୁ ପ୍ରଦାନ ଆଦି ଦାବି କରିଥିଲେ ବିଜେପି ନେତା। ଏଥିରେ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବରିଷ୍ଠ ନେତା ଜୀବନ ପ୍ରଦୀପ ଦାସ,ନେତ୍ରୀ ଶୋଭନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଅଙ୍ଗନୱାଡି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ବାଣ୍ଟିଲେ ସାଂସଦ

ବାଲେଶ୍ଵର ସହରସ୍ଥିତ ଏକ ଅଙ୍ଗନୱାଡି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି ବାଲେଶ୍ଵର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ।

ସାଥିରେ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ବରିଷ୍ଠ ନେତା ଜୀବନ ପ୍ରଦୀପ ଦାସ, ପରଶୁରାମ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

ନାଗରିକ ମଞ୍ଚର ରେଳରୋକ ଆନ୍ଦୋଳନ ୧୦ଦିନ ପାଇଁ ସ୍ଥଗିତ

ବାଲେଶ୍ଵର ଜିଲ୍ଲା ସୋର ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ଆସନ୍ତା ୨୦ ତାରିଖରେ ସୋର ରେଳ ଷ୍ଟେସନରେ ରେଳ ରୋକ ଆନ୍ଦୋଳନ କରାଯିବ ବୋଲି ରେଳ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଆଜି ଦିନ ୩ଟା ବେଳେ ରେଳ ବିଭାଗର ଏକ ପ୍ରତିନିଧି ଦଳ ସ୍ଥାନୀୟ ଆନ୍ଦୋଳନକାରିଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରିବା ପରେ ପ୍ରତିଶ୍ରୁତି ଆଧାରରେ ରେଳରୋକକୁ ଆଗାମୀ ୧୦ ଦିନ ପାଇଁ ସ୍ଥଗିତ ରଖିବାକୁ ନାଗରିକ ମଞ୍ଚର ସଂପାଦକ ନରହରି ଦାସ ସୂଚନା ଦେଇଛନ୍ତି।

ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ

ବାଲେଶ୍ଵର ଜିଲ୍ଲା ସୋର ପୌରପାଳିକା ଅଧିନ ମାଟିଆ ପଲାର ଗୋବିନ୍ଦ ସିଂଙ୍କ ୬ବର୍ଷର ଝିଅର ମୁଣ୍ଡରେ ଆଘାତ ଲାଗିଥିବା କାରଣରୁ ଆଜି ସୋର ମେଡିକାଲକୁ ଆଣିଥିଲେ।

ସେଠାରେ ଡ୍ୟୁଟିରେ ଥିବା ଡାକ୍ତର ଅପେକ୍ଷା କରିବାକୁ କହି ସମୟ ଗଡେଇ ଚାଲିବା ସହିତ ବାହାରେ ଏକ ଘରୋଇ କ୍ଲିନିକକୁ ନେଇ ଚିକିତ୍ସା କରିବାକୁ ପ୍ରବର୍ତାଇ ଥିବା ଗୋବିନ୍ଦ କହିଛନ୍ତି। ମଧ୍ୟାହ୍ନ ସମୟରେ ଅନ୍ଯ ଉପାୟ ନପାଇ ଗୋବିନ୍ଦ ନିଜ ଝିଅକୁ ଘରୋଇ ଭାବେ ଚିକିତ୍ସା କରି ଫେରିଥିବା କହିଛନ୍ତି।

କୃଷି ଓ ଉଦ୍ୟାନ ବିଭାଗ ଦ୍ଵାରା ଉନ୍ନତ ମାନର ବିହନ ବଣ୍ଟନର ଶୁଭାରମ୍ଭ

ବାଲେଶ୍ଵର ଜିଲ୍ଲା ସୋର ବ୍ଲକର ୨୪ଟି ପଞ୍ଚାୟତରେ ପଞ୍ଜିକୃତ ଚାଷୀମାନଙ୍କୁ ଆଜି ଉନ୍ନତମାନର ବିହନ ବିତରଣର ଶୁଭାରମ୍ଭ କରିଛନ୍ତି ବିଧାୟକ ପର୍ଶୁରାମ ଧଡା।

ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା,ତଥା କୃଷି ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ଘରୋଇ କଳହରୁ ଯୁବକଙ୍କ ଆତ୍ମହତ୍ଯା

ବାଲେଶ୍ଵର ଜିଲ୍ଲା ସୋର ଥାନା ମୁଳିସିଂ ଅଞ୍ଚଳର କରୁଣାକର ଖଣ୍ଡା ନିଜ ଶ୍ୱଶୁର ଘର ବିଲବାଙ୍କିଆରେ ରହୁଥିବା ବେଳେ ଆଜି ସକାଳେ ଏକ କୋଠରୀରୁ କରୁଣାକରର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୁଲିସ।

ଘରୋଇ କଳିରୁ କରୁଣାକର ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।ପୁଲିସ ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବା ସୂଚନା ମିଳିଛି।

Nuakhai wishes