ଆଦର୍ଶ ଗ୍ରାମ ମୃତ୍ତିକା ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ

ବାଲେଶ୍ଵର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ରସାଳପୁର ଠାରେ ଆଦର୍ଶ ଗ୍ରାମ ମୃତ୍ତିକା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଛି।

ଏହି ଅବସରରେ ଦୁଇ ବିଧାୟକ ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ରହି ଉକ୍ତ ମେଳାରେ କୃଷି ବିକାଶ ବିଭାଗ ପକ୍ଷରୁ କାର୍ଡ ପ୍ରଦାନ କରିଛନ୍ତି।

ଖଇରା ଚାଇଲଡ଼ ଲାଇନ ପକ୍ଷରୁ ୩ଜଣ ଶିଶୁ ଉଦ୍ଧାର

ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଳକ କହ୍ନେଇବିନ୍ଧା ପଞ୍ଚାୟତର କଇଁଶୀ ଆଦିବାସୀ ସାହିରୁ ଆଜି ୧୨.୩୦ମିନିଟ ସମୟରେ ୩ଅନାଥ ଶିଶୁ ଉଦ୍ଧାର ହୋଇଛନ୍ତି।

ତାଙ୍କୁ ବାଲେଶ୍ଵର ଜିଲ୍ଲା ମଙ୍ଗଳ ଅଧିକାରୀ ନିକଟରେ ଦାଖଲ କରାଯିବ ।

ସୁବର୍ଣ୍ଣରେଖା ନଦୀରୁ ନିଖୋଜ ଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର

ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଗୁର୍ଦାସପୁର ପୋଲ ଠାରେ ସୁବର୍ଣ୍ଣରେଖା ନଦୀରୁ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି।

ଯୁବକ ଜଣକ ହେଲେ ଗବରଘଟା ପଂଚାୟତର ହେମନ୍ତ ସିଂ । ଘଟଣା ସ୍ଥଳରେ ଜଳେଶ୍ୱର ପୁଲିସ ପହଁଚି ତଦନ୍ତ ଜାରି ରଖିଛି।

୬ଟି ବାଲି ଖାଦାନ ଉପରେ ୧୪୪ ଧାରା ଜାରି

ସରକାରଙ୍କ ନିୟମକୁ ଉଲଙ୍ଘନ କରି ବାଲି ଉତ୍ତୋଳନ କରିବା ଅଭିଯୋଗରେ ୬ଟି ବାଲି ଖାଦାନରେ ନାଲି ପତାକା ଲଗାଇ ୧୪୪ ଧାରା ଜାରି କରିଛି ବାଲେଶ୍ବର ଜିଲ୍ଲା ପ୍ରଶାସନ।

ବସ୍ତା ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ଆମ୍ବକୁଡୁଚି, ଦେଭୋଗ, କଦରାୟା, ଧୁତିପୂରା, ବେଣାପୁରା ଓ ଜଳକା ନଦୀର ବାଲି ଖାଦାନ ଉପରେ ୧୪୪ ଧାରା ହୋଇଛି।

10 ଲକ୍ଷର ଗଞ୍ଜେଇ ଜବତ, ଦୁଇ ଗିରଫ

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ଲର ଚାଲନ୍ତି ଛକ ନିକଟରୁ ଏକ ସ୍ବିଫ୍ଟ କାରରୁ ଆଜି ପୁଲିସ ପ୍ରାୟ ଦଶ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି l

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଶୋଭାଯାତ୍ରା ଓ ବିକ୍ଷୋଭ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବାଲେଶ୍ଵର ଶାଖା ପକ୍ଷରୁ ବିଭିନ୍ନ ବିଦ୍ୟୁତ୍ ସମସ୍ୟାର ସମାଧାନ ଦାବିରେ ରେଳ ଷ୍ଟେସନ ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ୩ ଜୁଆଡ଼ି ଗିରଫ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ଠାରେ ଚାଲିଥିବା ଜୁଆଖେଳ ଉପରେ ଖଇରା ପୁଲିସର ଏକ ଟିମ୍ ଆଜି ସକାଳେ ଅଚାନକ ଚଢ଼ାଉ କରି ୩ଜଣ ଜୁଆଡ଼ିକୁ ଗିରଫ କରିବା ସହିତ ୧୮୭୦ ଟଙ୍କା ଜବତ କରିଛି ଖଇରା ପୁଲିସ ।

ଚିଟଫଣ୍ଡ ଠକ ପ୍ରିନ୍ସ କୁମାରକୁ କୋର୍ଟରେ ହାଜର କରାଗଲା

ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ନିବେଶକଙ୍କୁ ପ୍ରାୟ ଦେଢ଼ କୋଟି ଟଙ୍କା ଠକିଥିବା ଅଭିଯୋଗରେ ମଥୁରାରୁ ଗିରଫ ହୋଇଥିବା ଡିଜିଟାଲ ରିଭୋଲ୍ୟୁସନ ଟେକ୍ନୋଲୋଜି ଲିମିଟେଡ଼ର ମୁଖ୍ୟ ପ୍ରିନ୍ସ କୁମାରକୁ ଆଜି କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ଅଧିକାରୀ ମାନେ ବାଲେଶ୍ୱର ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ହାଜର କରାଇଛନ୍ତି l

Nuakhai wishes