ବିନା ହେଲମେଟରେ ମନ୍ତ୍ରୀ, ବିଧାୟକ; କଟିଲା ଚାଲାଣ

ବାଲେଶ୍ୱର ହେମକାପଦା ଛକରେ ହେଲମେଟ ଯାଞ୍ଚ ବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସଙ୍କୁ ଟ୍ରାଫିକ୍ ପୁଲିସ ଧରିଥିଲା।

ବିନା ହେଲମେଟରେ ବାଇକରେ ଉଭୟ ଯାଉଥିବାରୁ ୧୦୦୦ ଟଙ୍କା ଚାଲାଣ କାଟିଛି ଟ୍ରାଫିକ ପୁଲିସ। ଫାଇନ୍ ଟଙ୍କା ବିଧାୟକ ଦେଇଛନ୍ତି।

ଏଟିଏମ କାଟି ଲୁଟି ନେଲେ ଦୁର୍ବୁତ୍ତ

ବାଲେଶ୍ୱର ସଦର ଥାନା ହଳଦିପଦା ଫାଣ୍ଡି ପଦ୍ମପୁର ହାଟରେ ଥିବା ଏସବିଆଇ ଏଟିଏମରୁ ଗ୍ୟାସ୍ କଟରରେ କାଟି ଲୁଟ୍ କରିଥିବା ଜଣେ ସ୍ଥାନୀୟ ବ୍ୟକ୍ତି ସୂଚନା ଦେଇଛନ୍ତି ।

କେତେ ଟଙ୍କା ଲୁଟ୍ ହୋଇଛି ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ ପୁଲିସ ତଦନ୍ତ ଜରି ରଖିଛି ।

ଚାନ୍ଦିପୁରରୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର VL-SRSAMର ସଫଳ ପରୀକ୍ଷଣ

ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଉପକୂଳରୁ ନୌସେନାର ଏକ ଯୁଦ୍ଧ ଜାହାଜରୁ VL SRSAM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।

VL-SRSAM ହେଲା ଭର୍ଟିକାଲ ଲଞ୍ଚ୍ ସର୍ଟ ରେଞ୍ଜ ସର୍ଫେସଟୁ ଏୟାର ମିଶାଇଲ । ଏହା ଶତ୍ରୁପକ୍ଷର ଆକାଶ ମାର୍ଗରୁ କରାଯାଉଥିବା ଆକ୍ରମଣକୁ ପ୍ରତିହତ କରିବ।

ଆଣ୍ଟି ସ୍ମଗଲିଙ୍ଗ ଗାର୍ଡଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଜଳେଶ୍ୱରସ୍ଥିତ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ ଜନାର୍ଦ୍ଦନ ପଳେଇଙ୍କ ଘରେ ରେଡ ଚାଲିଛି।

ଜନାର୍ଦ୍ଦନ ପଳେଇଙ୍କ ଜଳେଶ୍ୱରସ୍ଥିତ ବାସଭବନ, ନୂଆବଜାରସ୍ଥିତ କାର୍ଯ୍ୟାଳୟ,  ନୂଆବଜାରସ୍ଥିତ ଚନ୍ଦନ ଢାବା, ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ପୈତୃକ ବାସଭବନ, ସମ୍ପର୍କୀୟଙ୍କ ଘର ସମେତ  ରାଜ୍ୟର ୫ଟି ସ୍ଥାନରେ ଚଢ଼ାଉ  ଜାରି ରହିଛି ।

ଡକ୍ଟର ଶ୍ୟମା ପ୍ରାସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ଭାରତୀୟ ଜନସଂଘର ପ୍ରତିଷ୍ଠାତା ଶ୍ରଦ୍ଧେୟ ଡକ୍ଟର ଶ୍ୟମା ପ୍ରାସାଦ ମୁଖାର୍ଜୀ ୬୯ତମ ବଳିଦାନ ଦିବସ ଅବସରରେ ଆଜି ଭୋଗରାଇ ନିର୍ବାଚନ ମଣ୍ଡଳୀ କମର୍ଦ୍ଦା ମଣ୍ଡଳର ଦୁଡ଼ପଲ , କମର୍ଦ୍ଦା, ବାଉଁସଡିହା, ଦାରୁହା,କୁଲିଦା,ଶକ୍ତିକେନ୍ଦ୍ରରେ ବଳିଦାନ ଦିବସ ପାଳିତ ହୋଇଯାଇଛି ।

କମର୍ଦ୍ଦା ମଣ୍ଡଳର ସଭାପତି ରାଜକୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବହୁ ଦେବ ଦୁର୍ଲଭ କାର୍ଯ୍ୟକର୍ତ୍ତା ଉପସ୍ଥିତ ମଧ୍ୟରେ ସତ୍ୟବ୍ରତ ଜେନା,ଦିବ୍ୟ ସୁନ୍ଦର୍ ଦାସ,ପ୍ରଦୀପ ବାରିକ,ଅଜୟ ସାହୁ,ଜ୍ଞାନରଥି ଦାସ,ଦିବ୍ୟ ଚନ୍ଦନ ଦାସ,ଗୌରହରି ଦାସ,ଓମ୍ ପ୍ରକାଶ ଭୂୟାଁ ଉପସ୍ଥିତ ଥିଲେ ।

ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଜିଲ୍ଲା ବିଜେପି ନେତା

ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସରେ ବାଲେଶ୍ଵର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବିଜେପି ନେତା।

ଏଥିରେ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପରଶୁରାମ ପରିଡା, ଶୁଭଙ୍କର ମହାପାତ୍ର, ବିପିନ ମାରାଣ୍ଡି,ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ସମେତ ବରିଷ୍ଠ ନେତା ଓ ନେତ୍ରୀ ଉପସ୍ଥିତ ଥିଲେ।

ନୂତନ ଜିଲ୍ଲାପାଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଲେ ପୌରାଧ୍ୟକ୍ଷ

ବାଲେଶ୍ଵର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କାର୍ଯ୍ୟଭାର ନେବାପରେ ଆଜି କାର୍ଯ୍ୟାଳୟରେ ସହରର ପୌରାଧ୍ୟକ୍ଷ ସବିତା ସାହୁ ସମେତ ବିଭିନ୍ନ ୱାର୍ଡ଼ର କାଉନସିଲର ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ ସମ୍ବର୍ଦ୍ଧିନା ଜ୍ଞାପନ କରିଛନ୍ତି।

ନିଶା ମାଫିଆ ଚମ୍ପଟ ଘଟଣାରେ ତିନି ପୁଲିସ ସସପେଣ୍ଡ

ଜଳେଶ୍ୱର ଥାନା ହାଜତରୁ ଗତ 19 ତାରିଖରେ ନିଶା ମାଫିଆ ସେକ ମୁକ୍ତାର ଚମ୍ପଟ ମାରିବା ଘଟଣାରେ ଆଜି ଥାନାର ଏସଆଇ ପ୍ରିୟଦର୍ଶିନୀ ଖଟୁଆ, କନଷ୍ଟେବଳ ସେକ ମଇରୁଦ୍ଦିନ ଓ ରବୀନ୍ଦ୍ର ହାଁସଦାଙ୍କୁ ନିଲମ୍ବିତ କରାଯାଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି l

ଆର୍ଡି ରାସ୍ତାର ସ୍ଥିତି ସମୀକ୍ଷା କଲେ ଦୁଇ ସରପଞ୍ଚ

ବାଲେଶ୍ଵର ଜିଲ୍ଲା କଲ୍ୟାଣପୁର ଓ ବଡ଼ପାଳ ପଞ୍ଚାୟତକୁ ସଂଯୋଗ କରୁଥିବା ଆର୍ଡି ରୋଡ଼ର ସ୍ଥିତି ଶୋଚନୀୟ ହୋଇପଡିଥିବା ବେଳେ ଆଜି ଉଭୟ କଲ୍ୟାଣପୁର ଓ ବଡ଼ପାଳ ପଞ୍ଚାୟତର ଦୁଇ ସରପଞ୍ଚ ଯାତାୟାତ ସୁବିଧା କରାଇବାକୁ ସ୍ଥିତି ସମୀକ୍ଷା କରିଛନ୍ତି।

Nuakhai wishes