ଆଜି ବଲାଙ୍ଗିର ତୁଷୁରା ୧୨ଘଣ୍ଟିଆ ବନ୍ଦ ଡାକରା

ତୁଷୁରା ସରକାରୀ ଡାକ୍ତରଖାନାକୁ ପିଏଚସିରୁ ସିଏଚସି ଡାକ୍ତରଖାନା ମାନ୍ୟତା ଦାବିରେ ତୁଷୁରା ୟୁଥ ଏକ୍ସନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।

ହରିଶଙ୍କରରେ କାଉଡିଆଙ୍କ ଜଳାଭିଷେକ

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ପଶ୍ଚିମ ଓଡିଶାର ଐତିହାସିକ ଶୈବପୀଠ ହରିଶଙ୍କର ଠାରେ ଆଜି ଶ୍ରାବଣର ୨ୟ ସୋମବାରରେ କାଉଡିଆ ତଥା ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଛି।

ଶ୍ରଦ୍ଧାଳୁମାନେ ଧାଡିରେ ଛିଡା ହୋଇ ଜଳାଭିଷେକ କରୁଥିବା ଜଣାଯାଇଛି।

ପାର୍ସଲ ବୋମା ବିସ୍ଫୋରଣ ମାମଲା; ମୁଖ୍ୟ ଅଭିଯୁକ୍ତର ଜାମିନ ଆବେଦନ ଖାରଜ

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ।

ଜାମିନ ଆବେଦନ ଖାରଜ ସହ ତ୍ୱରିତ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଖେଳ ସାମଗ୍ରୀ ଯୋଗାଣକୁ ନେଇ ଟେଣ୍ତର ବିଜ୍ଞପ୍ତି

ବଲାଙ୍ଗିର ଜିଲ୍ଲା ବଲାଙ୍ଗିର ସ୍ପୋର୍ଟ ହଷ୍ଟେଲକୁ ଖେଳ ସାମଗ୍ରୀ ଯୋଗାଇବା ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ଜୁଲାଇ ମାସ ତା‐୨୯ ଭିତରେ ବିଡ ଆବେଦନ କରିପାରିବେ।

Nuakhai wishes