ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବିରେ ଆନ୍ଦୋଳନ

ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସରକାରୀ, ବେସରକାରୀ ଅଫିସ୍ ବନ୍ଦ ଡାକରା ଦିଆଯାଇଛି।

ଫଳରେ ବ୍ୟାଙ୍କ, ପୋଷ୍ଟ ଅଫିସ୍ ସମେତ ବିଭିନ୍ନ ଅଫିସ୍ ଆଜି ବନ୍ଦ ରହିଥିବା ଦେଖିବାକୁ ମିଳିଛି।

୪୦୦ ବୋତଲ କଫ୍ ସିରପ୍ ଜବତ ସହ ବାପପୁଅ ଗିରଫ

ବଲାଙ୍ଗିର ଜିଲ୍ଲା ବରପାଲିପଡାରେ ଚଢ଼ାଉ କରି ୪୦୦ ବୋତଲ କଫ୍ ସିରପ୍ ଜବତ କରିଛି ଟାଉନ ଥାନା ପୁଲିସ।

ଏହା ସହ ନଗଦ ୯୨ ହଜାର ଟଙ୍କା ସହ ୨୯ ବୋତଲ ଏନର୍ଜି ଡ୍ରିଙ୍କ ମଧ୍ୟ ଜବତ କରିଛି ପୁଲିସ।

ଅତିରିକ୍ତ ତଦସିଲଦାର ଓ ଆରଆଇଙ୍କୁ ମାଡ଼ ଅଭିଯୋଗ

ବଲାଙ୍ଗିର ଜିଲ୍ଲା ଆଗଲପୁର ଅତିରିକ୍ତ ତହସିଲଦାର ପ୍ରଭାକର ପ୍ରଧାନ ଓ ଆରଆଇ ସୁଶାନ୍ତ ପଟେଲ ବାଲି ଚୋରାଚାଲାଣ ନେଇ ଚଢ଼ାଉ କରିଥିବା ବେଳେ ମାଫିଆ ଆକ୍ରମଣ ମାରିଥିବା ଅଭିଯୋଗ ହୋଇଛି।

ଏ ନେଇ ଲୋଇସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅତିରିକ୍ତ ତହସିଲଦାର।

୧୨ ଘଣ୍ଟିଆ ଖପ୍ରାଖୋଲ ବନ୍ଦ

ହରିଶଙ୍କର-ନୃସିଂହନାଥ ପ୍ରସ୍ତାବିତ ରୋପେଓ୍ବ ବାତିଲ ପ୍ରତିବାଦରେ କୋଶଳ ସଂଘର୍ଷ ବାହିନୀ ପକ୍ଷରୁ ଆଜି ୧୨ ଘଣ୍ଟିଆ ଖପ୍ରାଖୋଲ ବନ୍ଦ ଡାକରା ଦିଆଯାଇଛି।

ପ୍ରଭାବରେ ଦୋକାନ ବଜାର, ସ୍କୁଲ, କଲେଜ ସହ ଗାଡ଼ିଚଳାଚଳ ବନ୍ଦ ରହିଛି।

ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପ ଖୁବଶୀଘ୍ର : ରେଳ ମନ୍ତ୍ରୀ

ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ କାମ ଜୋରରେ ଚାଲିଛି, ୧୦୦ କିମି ଜଙ୍ଗଲ ଜମି ନେଇ ସମସ୍ୟା ରହିଛି, ସମସ୍ୟାର ସମାଧାନ ନେଇ ରାଜ୍ୟ ସରକାରଙ୍କ ପଛରେ ଲାଗି ପଡ଼ିଥିଲୁ, ଏବେ ରାଜ୍ୟ ସରକାର ସୁପାରିସ କରିଛନ୍ତି, ଶୀଘ୍ର ଅନୁମତି ମିଳିଯିବ ବୋଲି ଆଜି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ଓଡ଼ିଶାର ଏହି ସ୍ୱପ୍ନର ପ୍ରକଳ୍ପ ଖୁବ ଶୀଘ୍ର ବାସ୍ତବ ରୂପ ନେବ ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।

ଠିକା ନିଯୁକ୍ତି ବନ୍ଦ ପଦକ୍ଷେପକୁ ସ୍ୱାଗତ ଯୋଗ୍ଯ କହିଲେ ନରସିଂହ

ବଲାଙ୍ଗିର ବିଧାୟକ ତଥା ପୂର୍ବତନ ବିରୋଧି ଦଳ ନେତା ନରସିଂହ ମିଶ୍ର ସରକାରଙ୍କ ଠିକା ନିଯୁକ୍ତି ସମାପ୍ତ ପଦକ୍ଷେପକୁ ସ୍ୱାଗତ ଯୋଗ୍ଯ ପଦକ୍ଷେପ ବୋଲି ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି।

ଓଡିଶା ସରକାରୀ ଠିକା ନିଯୁକ୍ତି ସଂଘ(OGCEA)ର ବହୁ ଦିନର ସଂଘର୍ଷର ବିଜୟ ଏବଂ ଯଥା ଶୀଘ୍ର ଲାଗୁ କରିବାକୁ ସେ କହିଛନ୍ତି।

ସ୍କୁଲରେ ଭୋଜି ସହ ମଦ୍ୟପାନ କରି ଦୁଇ ପ୍ରଧାନଶିକ୍ଷକ ନିଲମ୍ବିତ

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ମାଟୁପାଲି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଭୋଜିଭାତ ସହ ମଦ୍ୟପାନ କରିବା ଅଭିଯୋଗରେ ମାଟୁପାଲି ସ୍କୁଲର ପ୍ରଧାନଶିକ୍ଷକ ଜୟଦେବ ବିଶି ଓ ତାଙ୍କ ସହ ସାମିଲ ଥିବା ଡ଼ୁମେରପିଟା ସ୍କୁଲର ପ୍ରଧାନଶିକ୍ଷକ ସଂଜିତ ଦୋରାଙ୍କୁ ନିଲମ୍ବିତ କରାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି l

ତିନି ମହିଳାଙ୍କ ସମେତ 16 ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗୀର ଜିଲ୍ଲାର ତୁରେଇକେଲା ଥାନା ଅଂଚଳରୁ ତେଲେଙ୍ଗାନା ଚାଲାଣ ହେଉଥିବା ବେଳେ ପୁଲିସ ତିନି ମହିଳା ଓ ତିନି ଛୋଟ ପିଲାଙ୍କ ସମେତ 16 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ଲ
ତେବେ ଏହି ଘଟଣାରେ କୌଣସି ଦଲାଲ ଧରା ପଡ଼ିନାହାନ୍ତି l

ପାଗଳ କୁକୁର କାମୁଡ଼ାରେ ୩ ବର୍ଷର ଝିଅ ମୃତ, ୧୨ ଆହତ

ବଲାଙ୍ଗିର ଜିଲ୍ଲା ପାଟଣାଗଡ ବାଲିପଟା ଗାଁରେ ଏହି ଘଟଣା ଘଟିଛି।

ଶିଶୁ କନ୍ୟାଟି ଘର ବାହାରେ ଖେଳୁଥିବା ବେଳେ କୁକୁର ଝୁଣି ମାରିଦେଇଛି। କୁକୁର କାମୁଡ଼ାରେ ଆଉ ୧୨ ଜଣ ଲୋକ ଆହତ ହୋଇ ପାଟଣାଗଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

Nuakhai wishes