ହସ୍ପିଟାଲରେ ଅବ୍ୟବସ୍ଥା ନେଇ ଆଜି କଣ୍ଟାବାଞ୍ଜି ବନ୍ଦ

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ପ୍ରତିବାଦରେ ପ୍ରେସ କ୍ଲବ ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି।

ଏଥିରେ ବିଭିନ୍ନ ସଂଗଠନ ସାମିଲ୍ ହୋଇଥିବା ବେଳେ ଗାଡ଼ି ମୋଟର ଚଳାଚଳ ପ୍ରଭାବିତ ହେବା ସହ ଦୋକାନ ବଜାର ବନ୍ଦ ରହିଛି।

ମୀନାବଜାରରେ ଦୋଳିରୁ ପଡ଼ି ଯୁବକ ମୃତ

ବଲାଙ୍ଗିର ଜିଲ୍ଲା ତୁରେଇକେଲାରେ କାର୍ତ୍ତିକ ଯାତ୍ରା ଏହି ଘଟଣା ଘଟିଛି।

ଆକାଶ ଦୋଳିରୁ ଖସି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦେବରାଜ ସାହୁ। ତାଙ୍କୁ ୩୮ବର୍ଷ ହୋଇଥିଲା। ଦେବରାଜ କୁକୁଡ଼ା ବ୍ୟବସାୟୀ ଥିଲେ।

୨ ଲୁଟେରାଙ୍କୁ ଗୋଡ଼ାଇ ଧରିଲା ପୁଲିସ

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରୁ ୫ ଲକ୍ଷ ଟଙ୍କା ଲୁଟି ଚମ୍ପଟ ମାରୁଥିବା ବେଳେ ୨ ଲୁଟରାଙ୍କୁ ଧରିଛି ପୁଲିସ।

ପ୍ରଥମେ ଝାଙ୍ଗରପାଲିରେ ଧରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ ଏସ୍‌ଡିପିଓ। ପରେ ଟାଉନ୍ ଥାନା ସାମ୍ନା ରାସ୍ତାରେ ୨ ଲୁଟେରାଙ୍କୁ କାବୁ କରିଛି ପୁଲିସ। ଲୁଟେରାମାନେ ଯାଜପୁରର ବୋଲି ସୂଚନା ମିଳିଛି।

ସଚେତନ ମହିଳା ମଞ୍ଚ ଓ ସୌମ୍ୟ ସେବା ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ

ଆଜି ବଲାଙ୍ଗିର ଜିଲ୍ଲାର ବାଦୀବାହାଲ ଗ୍ରାମପଞ୍ଚାୟତର ଭାଲୁପାଲି ଗ୍ରାମରେ ସଚେତନ ମହିଳା ମଞ୍ଚ ଓ ସୌମ୍ୟ ସେବା ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି।

200 ଜଣ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ ସହିତ ପରାମର୍ଶ କରାଯାଇଛି 40 ଜଣ କିଡନୀ ରୋଗୀ ଙ୍କୁ ପରାମର୍ଶ ସହିତ ବିଭିନ୍ନ ପରୀକ୍ଷା ପାଇଁ ଭୀମ ଭୋଇ ମେଡିକାଲ କଲେଜ କୁ ଯିବାପାଇଁ ପରାମର୍ଶ ଦେଇଥିଲେ I ସଚେତନ ମହିଳା ମଞ୍ଚ ର ସାଗରିକା ଗୁରୁ ନିହାରିକା ମିଶ୍ର ଓ ପ୍ରମିଳା ମିଶ୍ର ପରିଚାଳନା କରିଥିଲେ ଭାଲୁପାଲି ଗ୍ରାମର ଅଙ୍ଗନବାଡି କର୍ମୀ ଆଶା କର୍ମୀ ସହଯୋଗ କରିଥିଲେ I

ଘର ଛାତ ପଡ଼ି ମାଆ ଝିଅ ଗୁରୁତର

ବଲାଙ୍ଗିର ଜିଲ୍ଲା ରୁଗିଡ଼ିପଡ଼ା ମ୍ୟୁନିସିପାଲିଟି କଲୋନୀରେ ଏହି ଘଟଣା ଘଟିଛି।

ଗୁରୁତର ମାଆଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ବେଳେ ଝିଅଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ହତ୍ୟାକାରୀ ବଡ଼ଭାଇକୁ ଆଜୀବନ କାରାଦଣ୍ଡାଦେଶ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଂଜି ବେହେରନ୍‌ସିଲେଟ୍ ଗାଁରେ ସାନଭାଇ ହତ୍ୟା ମାମଲାରେ ହତ୍ୟାକାରୀ ବଡ଼ଭାଇକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ଏଡିଜେ।

୨୦୧୯ ମସିହାରେ ସମ୍ପତ୍ତି ବିବାଦରୁ ସାନଭାଇକୁ ହତ୍ୟା କରିଥିଲା ବଡ଼ଭାଇ।

କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୫୨ ଦାଦନ ଶ୍ରମିକ ଉଦ୍ଧାର

ହାଇଦ୍ରାବାଦ ଚାଲାଣ ପାଇଁ ଉଦ୍ୟମ ବେଳେ ୧୮ ପୁରୁଷ, ୧୭ ମହିଳା, ୧୭ ନାବାଳିକାଙ୍କୁ ଉଦ୍ଧାର କରିଛି ପୁଲିସ।

ସେମାନେ ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାର ବୋଲି ସୂଚନା ମିଳିଛି। ଜଣେ ଦାଦନ ଦଲାଲକୁ ପୁଲିସ ଅଟକ ରଖିଥିବା ବେଳେ ଆଉ ଜଣେ ଦଲାଲ ଫେରାର ହୋଇଯାଇଛି।

କୋର୍ଟରେ ମମିତାଙ୍କ ମାଆ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଏଡିଜେ କୋର୍ଟରେ ହାଜର ହୋଇଛନ୍ତି ଅଭିଯୁକ୍ତ ଗୋବିନ୍ଦ ଓ ରାଧେ।

ମମିତାଙ୍କ ମାଆ ତୁଳସୀ ମେହେର ମଧ୍ୟ ସାକ୍ଷ୍ୟ ଦେବାକୁ କୋର୍ଟରେ ହାଜର ହୋଇଛନ୍ତି।

ହସ୍ପିଟାଲ ନିକଟ ନାଳରୁ ମୃତ ଶିଶୁକନ୍ୟା ଉଦ୍ଧାର

ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜର ଏମସିଏଚ ବିଲ୍ଡିଂ ପଛପଟ ନାଳରୁ ମୃତ ଶିଶୁକନ୍ୟା ଉଦ୍ଧାର ହୋଇଛି।

ନାଳରେ ଏକ ବ୍ୟାଗ ଭିତରେ ଥିଲା ମୃତ ଶିଶୁକନ୍ୟା। ପୁଲିସ ଓ ମେଡିକାଲ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି।

ଅଧରାତିରେ ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଫେରାର ଅଭିଯୋଗ

ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ମହିପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ସ୍ୱାମୀ ଦିବ୍ୟ ସିଂ ଭୋଇ ଶୋଇଥିବା ବେଳେ ସ୍ତ୍ରୀ ଯଶୋଦା ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Nuakhai wishes