ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା; ଆଉ ୨ ଜଣ ଗିରଫ

ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ ଓ ଅଧ୍ୟାପକ କୃତି ଚନ୍ଦନଙ୍କୁ ଗିରଫ କରିଛି କଣ୍ଟାବାଞ୍ଜି ପୁଲିସ୍।

ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

ଯୁବତୀଙ୍କୁ ପୋଡ଼ି ମାରିବା ଘଟଣାରେ ଯୁବକ ଗିରଫ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଯୁବତୀଙ୍କୁ ପୋଡ଼ି ମାରିବା ଘଟଣାରେ ସଚିନ ଅଗ୍ରୱାଲ ନାମକ ଜଣେ ଯୁବକକୁ ଗିରଫ କରିଛି ପୁଲିସ।

ପୂର୍ବରୁ ତା’ନାମରେ ଅପରାଧିକ ମାମଲା ରହିଛି। ସେ ଗଞ୍ଜେଇ ଚାଲାଣ ଓ ଗୁଳିମାଡ଼ କରିବା ପରି ଜଘନ୍ୟ ମାମଲାରେ ସଂଶ୍ଲିଷ୍ଟ ଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ, ଗତ ୨୪ ତାରିଖରେ ତୁରେଇକେଲାରୁ ଯୁବତୀଙ୍କ ମୃତଦେହ ମିଳିଥିଲା।

ବଲାଙ୍ଗିରରେ ମାଓ ଅପରେସନ ପରେ ବରିଷ୍ଠ ଅଧିକାରୀଙ୍କ ସମୀକ୍ଷା

ଗତକାଲିର ମାଓ ଅପରେସନ ପରେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ସିଆରପିଏଫ ଏଡିଜି, ଆଇଜି ଅପରେସନ ଅମିତାଭ ଠାକୁର, ଏସ୍ଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂ ସମୀକ୍ଷା କରିଛନ୍ତି।

ନିହତ ୨ ମାଓବାଦୀଙ୍କ ନିକଟରୁୁ ୨ଟି ବନ୍ଧୁକ, ଗୁଳିଗୋଳା ମିଳିଥିଲା।

ବଲାଙ୍ଗିରରୁ ହାଇଦ୍ରାବାଦ ଚାଲାଣ ବେଳେ ୪୪ ଦାଦନ ଶ୍ରମିକ ଉଦ୍ଧାର

ଉଦ୍ଧାର ୪୪ ଦାଦନଙ୍କ ମଧ୍ୟରୁ ୧୪ ଜଣ ନାବାଳକ ରହିଥିବା ସୂଚନା ମିଳିଛି।

ଉଦ୍ଧାର ଶ୍ରମିକମାନେ ବେଲପଡ଼ା ରେଙ୍ଗାଳୀ ଗାଁର।

ଗନ୍ଧମାର୍ଦ୍ଦନ ପାହାଡ଼ରେ ଗୁଳି ବିନିମୟ: ୨ ନକ୍ସଲ ନିହତ

ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡ଼ରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି।

ବଙ୍ଗୋମୁଣ୍ଡା ଗୋଲେଇ ଛକରୁ ୨୫ ଦାଦନ ଶ୍ରମିକ

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଗୋଲେଇ ଛକରୁ ୨୫ ଦାଦନ ଶ୍ରମିକକୁ ଉଦ୍ଧାର କରିବା ସହ ଜଣେ ସର୍ଦ୍ଦାରଙ୍କୁ ଗିରଫ କରିଛି ପୁଲିସ।

ଅନ୍ୟ ଜଣେ ସର୍ଦ୍ଦାର ଫେରାର ହୋଇଯାଇଛି। ଶ୍ରମିକଙ୍କୁ କଣ୍ଟାବାଞ୍ଜି ଷ୍ଟେସନରୁ ହାଇଦ୍ରାବାଦ ଚାଲଣ କରୁଥିବା ବେଳେ ଉଦ୍ଧାର କରିଛନ୍ତି।

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର

ବଲାଙ୍ଗିର ଜିଲ୍ଲା ବେଲପଡ଼ା ତହସିଲ ଅଫିସର ସେକ୍ସନ ଅଫିସର ଯୁଗଳ ରାଉତ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଜମି ମୁ୍ୟଟେସନ ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଧରିଛି।

ଜଳିଗଲା କପଡା ଦୋକାନ

ବଲାଙ୍ଗୀର ଜିଲ୍ଲା ବେଲପଡା ପଂଚାୟତ କାର୍ଯ୍ୟାଳୟ ପାଖରେ ଥିବା ସମ୍ବଲପୁରୀ କପଡା ଦୋକାନରେ ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ପୋଷାକ ପୋଡ଼ି ପାଉଁଶ ହୋଇଯାଇଛି ।

ବିଷଧର ସାପର ଦାନ୍ତ କାଟି ଜଣେ ଗିରଫ

ବିଷଧର ସାପର ଦାନ୍ତ ନେଲ୍‌କଟରରେ କାଟିବା ଘଟଣାର ଭିଡିଓ ଭାଇରାଲ୍ ପରେ ବନବିଭାଗ ସାପଧରାଳି ବୀର ବିଶ୍ୱାଳଙ୍କୁ ଗିରଫ କରିଛି।

ବଲାଙ୍ଗିର ଜିଲ୍ଲା ପୁଇଁତଳା ବିଲେଇସର୍ଡା ଗାଁରୁ ଭିଡିଓ ଭାଇରାଲ୍ ପରେ କାର୍ଯ୍ୟାନୁଷ୍ଠାନ ନେଇଛି ବନବିଭାଗ।

Nuakhai wishes