ବିଦ୍ୟୁତ ଆଘାତରେ ଝିଅ ମୃତ, ୪ ଗୁରୁତର

ଜଗତସିଂହପୁର ଜିଲ୍ଲାକୁଜଙ୍ଗ ଥାନା ବାଲିସାହି ଗାଁରେ କରେଣ୍ଟ ଲାଗି ଅଘଟଣ ଘଟିଛି।

ଝିଅକୁ ବଞ୍ଚାଇବାକୁ ଯାଇ ବାପା, ମାଆ, ଭାଇ ଓ ପଡ଼ୋଶୀ ଗୁରୁତର ହୋଇଛନ୍ତି। ୪ ଗୁରୁତରଙ୍କୁ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି।

ପୋଡ଼ିଗଲା ୩ଟି ବାଇକ୍‌

ଜଗତସିଂହପୁର ଜିଲ୍ଲା ପାରାଦୀପ ନୂଆବଜାରର ଏକ ଘର ତଳ ମହଲାରେ ଅଗ୍ନିକାଣ୍ଡ ଘଟି ୩ଟି ବାଇକ୍‌ ପୋଡ଼ିଯାଇଛି।

ଅଗ୍ନିଶମ ବାହିନୀ ନିଆଁ ଲିଭାଉଛି। ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଥିବା ବେଳେ କିପରି ନିଆଁ ଲାଗିଲା ଜଣାପଡ଼ି ନାହିଁ।

ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ଜଣେ ଅଟକ

ପାରାଦୀପ ବଡ଼ପଡିଆ ଛକରେ ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ଜଣେ ହୋଟେଲ କର୍ମଚାରୀ ଅଟକ ସହ କୋଦାଳ ଜବତ କରିଛି ପୁଲିସ।

ପ୍ରେମ ବ୍ୟାପାରରୁ ହତ୍ୟା ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ। ଅଭିଯୁକ୍ତର ଶାଳୀ ସହ ପ୍ରେମରୁ ହତ୍ୟା ଘଟିଥିବା ସୂଚନା ମିଳିଛି। ବାରଣ ସତ୍ତ୍ବେ ନ ମାନିବାରୁ ଅଭିଯୁକ୍ତ ହତ୍ୟା କରିଥିବା ସୂଚନା ମିଳିଛି।

ଯୁବକଙ୍କ ରକ୍ତାକ୍ତ ମୃତଦେହ ଠାବ

ପାରାଦୀପ ବଡ଼ପଡିଆ ଛକରେ ଥିବା ଏକ ମଣ୍ଡପରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡିଛି।

ଯୁବକଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି। ମୃତକ କେନ୍ଦ୍ରାପଡ଼ା ରାଜନଗରର ହୋଇଥିବା ବେଳେ ସ୍ଥାନୀୟ ହୋଟେଲରେ କାମ କରୁଥିଲେ।

ଟ୍ରକ୍‌ ଧକ୍କାରେ ମାଆ, ଛୋଟ ଝିଅ ମୃତ

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଚଷାପଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ସ୍କୁଟିରେ ଯାଉଥିଲା ବେଳେ ଧକ୍କା ଦେଲା ଟ୍ରକ୍‌। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ପୁଲିସ ଲୋକଙ୍କୁ ବୁଝାସୁଝା କରୁଛି।

ବିଳମ୍ବିତ ରାତିରେ ବଜ୍ରପାତରେ ଜଳିଗଲା ୨ ବଖରା

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବରିହାଡିହା ଗାଁରେ ଏହି ଘଟଣା ଘଟିଛି।

ଘର ଜଳିଯିବା ସହ ପୋଡ଼ି ହୋଇ ପରିବାରର ୨ ଜଣ ଗୁରୁତର ଅଛନ୍ତି।ଗୁରୁତର ମଧ୍ୟରେ ଜଣେ ମହିଳା ଅଛନ୍ତି। ଗୁରୁତର ଅବସ୍ଥାରେ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ମା’କୁ ହାଣି ବୀଭତ୍ସ ଭାବେ ହତ୍ୟା କଲା ପୁଅ

ଜଗତସିଂହପୁର ଜିଲ୍ଲା ଲକ୍ ଥାନା ଭୂତମୁଣ୍ଡାଇ କୁମାରସାହିରେ ଏହି ଅଭାବୀନୟ ଘଟଣା ଘଟିଛି।

ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଅଭିଯୁକ୍ତ ପୁଅ ଥାନାରେ ଅଟକ ରହିଛି। ମୃତକ ପାରାଦୀପଗଡ଼ ହାଇସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ।

କଟକ, ଜଗତସିଂହପୁରରେ ସର୍ବାଧିକ ପାସ୍ ହାର

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍‌ହାର ସର୍ବାଧିକ ୯୭.୯୯% ରହିଛି।

Nuakhai wishes