କପିଳଯୋର ନଦୀରେ ମାଛ ମଡ଼କ
ପାରାଦୀପ କପିଳଯୋର ନଦୀରେ ୩ ଦିନ ହେଲାଣି ମରି ଭାସୁଛନ୍ତି ଶହ ଶହ ମାଛ।
ମାଛ ମଡ଼କ ଯୋଗୁଁ ଦୁର୍ଗନ୍ଧରେ ଫାଟି ପଡୁଛି ଅଞ୍ଚଳ।
Credible Local News of Odisha
ପାରାଦୀପ କପିଳଯୋର ନଦୀରେ ୩ ଦିନ ହେଲାଣି ମରି ଭାସୁଛନ୍ତି ଶହ ଶହ ମାଛ।
ମାଛ ମଡ଼କ ଯୋଗୁଁ ଦୁର୍ଗନ୍ଧରେ ଫାଟି ପଡୁଛି ଅଞ୍ଚଳ।
ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଯୁବ ନେତା ତଥା ସମାଜସେବୀ କାହ୍ନା ସେନାପତିଙ୍କୁ ଏରସମା ସମାଜସେବୀ ସଂଗଠନ ତରଫରୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣା ଯାଇଛି।
କାହ୍ନା ସେନାପତି ଏରସମା ଅଞ୍ଚଳର ଏକ ପରିଚିତ ନାମ। ଏରସମା ଅଞ୍ଚଳର କୃଷକ ମାନଙ୍କ ସମସ୍ୟା ଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ସମସ୍ୟା ଆବାସ ଦୁର୍ନୀତି, ପାଣି ସମସ୍ୟା, ରାସନ୍ କାର୍ଡ, ଭତା, ରାସ୍ତା ଘାଟ, ସ୍ବାସ୍ଥ୍ୟ ସମସ୍ୟା କୁ ନେଇ ବିଭିନ୍ନ ସରକାରୀ ମହଲରେ ସ୍ୱୋର ଉଠାଇ ଚର୍ଚ୍ଚାରେ ସବୁବେଳେ ରହି ଅଞ୍ଚଳରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ଅଠରବାଙ୍କି ନଦୀକୁ ସ୍କୁଲ ବ୍ୟାଗ ଫୋପାଡ଼ି ଡେଇଁ ପଡ଼ିଲେ ଛାତ୍ରୀ।
ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନେଇଛନ୍ତି ସ୍ଥାନୀୟ ଲୋକ।
ଜାଲ୍ ଜାତିଗତ ପ୍ରମାଣପତ୍ର ଦେଖାଇ ଚାକିରି କରିଥିବା ଅଭିଯୋଗରେ ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ ବିନ୍ଧାଣୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ଏସ୍ଏଲ୍ଏସସିଙ୍କ ନିର୍ଦ୍ଦେଶ କ୍ରମେ ବହିଷ୍କାର କଲେ ବନ୍ଦର କର୍ତ୍ତୃପକ୍ଷ। ୧୯୯୧ରେ ସହକାରୀ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ ପ୍ରମୋଦ।୨୦୨୧ରେ ଜାଲ୍ ଜାତି ପ୍ରମାଣପତ୍ର ଦେଇଥିବା ଅଭିଯୋଗ ହୋଇଥିଲା।
ପାରାଦୀପ ଆଇଓସିଏଲ ଗେଟ୍ ନିକଟରେ ପଡ଼ିଥିବା ସନ୍ଦିଗ୍ଧ ସୁଟକେସ୍ ଆଇଓସିଏଲର ଜଣେ କର୍ମଚାରୀଙ୍କର ବୋଲି ସ୍ପଷ୍ଟ ହୋଇଛି ।
ଡଗ୍ ସ୍କ୍ୱାଡ୍ ଯାଞ୍ଚ କରୁଥିବା ବେଳେ ଜଣେ ବ୍ୟକ୍ତି ପହଞ୍ଚି ସୁଟକେସ ତାଙ୍କର ବୋଲି କହିଥିଲେ । ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ସୁଟକେସ ଖୋଲିବା ପରେ ସେଥିରେ କିଛି ପ୍ଲାଷ୍ଟିକ ରଶି, ସେଲୋ ଟେପ୍, ସ୍କୃ ଡ୍ରାଇଭର, ରେଞ୍ଚି, ମଲ୍ଟି ମିଟର ଇତ୍ୟାଦି ଥିଲା।
ପାରାଦୀପ ଆଇଓସିଏଲ ତୈଳ ବିଶୋଧନଗାର ଫାଟକ ସମ୍ମୁଖରେ ସନ୍ଦିଗ୍ଧ ଆଟାଚି ପଡ଼ିଛି।
ଆଟାଚିରେ ବୋମା ସନ୍ଦେହ କରି ପୁଲିସକୁ ଜଣାଇଲେ କର୍ତ୍ତୃପକ୍ଷ। ଡଗ ସ୍କ୍ୱାଡ୍ ସହ ଘଟଣାସ୍ଥଳରେ ଅଭୟଚାନ୍ଦପୁର ପୁଲିସ ଛାନଭିନ୍ କରୁଛି।
ପାରାଦୀପରେ ବାଲୁକା ପୂଜା ବେଳେ ଅଠରବାଙ୍କୀ ନଦୀରେ ଭାସି ନିଖୋଜ ଅଛନ୍ତି ନାବାଳିକା।
ଖୁଦୁରୁକୁଣୀ ଓଷା ପାଳନ ପାଇଁ ୪/୫ ଝିଅ ନଦୀକୁ ଯାଇଥିଲେ।
ହୀରାକୁଦ ପାଇଁ ବିସ୍ଥାପିତ ୧୯ଟି ଗାଁର ଲୋକଙ୍କୁ ବିଭିନ୍ନ ସ୍ଥାନରେ ଜମି ସମସ୍ୟା ସମାଧାନ କରାଯାଇ ପଟ୍ଟା ଦେବାକୁ ନିଷ୍ପତ୍ତି ହୋଇଛି।
୧୭୪୯ ପରିବାରକୁ ୩୨୩୧ ଏକର ଜମି ଉପରେ ଅଧିକାର ମିଳିବ।ଡିସେମ୍ବରରୁ ଲିମେଇତିକ୍ରା,ସାହାସବାଗ, ଲାଛିପଲ୍ଲୀ ଗାଁ ଲୋକଙ୍କୁ ପଟ୍ଟା ଦିଆଯିବ।
ଚିଲିକା ମୁହାଣରୁ ୭୧ ମାଇଲ୍ ଦୂରରେ ଏକ ସନ୍ଦିଗ୍ଧ ଯୁବକ ବୋଟ୍ରେ ଚଢ଼ିଯାଇଥିଲା।
ସନ୍ଦିଗ୍ଧ କେଉଁଠୁ ଭାସି ଆସିଥିବା ଅସହାୟ ବ୍ୟକ୍ତି ନା ଅନୁପ୍ରବେଶକାରୀ ଅସ୍ପଷ୍ଟ ଅଛି। ଯୁବକଙ୍କୁ ଧରି ପାରାଦୀପ ଆଣୁଛନ୍ତି ବୋଟ୍ କର୍ମଚାରୀ।
ଚିଲିକା ମୁହାଣରୁ ୭୧ ମାଇଲ୍ ଦୂରରେ ଏକ ସନ୍ଦିଗ୍ଧ ଯୁବକ ବୋଟ୍ରେ ଚଢ଼ିଯାଇଥିଲା।
ସନ୍ଦିଗ୍ଧ କେଉଁଠୁ ଭାସି ଆସିଥିବା ଅସହାୟ ବ୍ୟକ୍ତି ନା ଅନୁପ୍ରବେଶକାରୀ ଅସ୍ପଷ୍ଟ ଅଛି। ଯୁବକଙ୍କୁ ଧରି ପାରାଦୀପ ଆଣୁଛନ୍ତି ବୋଟ୍ କର୍ମଚାରୀ।