ମନ୍ତ୍ରିମଣ୍ଡଳକୁ ଫେରିଲେ ଉଷା ଦେବୀ

ପୂର୍ବତନ ମନ୍ତ୍ରୀ ତଥା ଚିକିଟି ବିଧାୟିକା ଉଷାଦେବୀ ଆଜି କ୍ୟାବିନେଟ ମନ୍ତ୍ରୀ ଭାବେ ଇଂରାଜୀରେ ଶପଥ ଗ୍ରହଣ କରିଛନ୍ତି ଳ

ସେ ଛଅ ଥର ବିଧାୟିକା ହୋଇଥିବା ବେଳେ ତିନି ଥର ମନ୍ତ୍ରୀ ମଧ୍ୟ ଥିଲେ l

ସୁବ୍ରତ ମଲ୍ଲିକ ଖଲ୍ଲିକୋଟ କଲେଜର ନୂତନ ଅଧ୍ୟକ୍ଷ

ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ,ଖଲ୍ଲିକୋଟର ଅଧ୍ୟକ୍ଷ ଭାବେ ପେଣ୍ଟିଂ ବିଭାଗ ମୁଖ୍ୟ ସୁବ୍ରତ ମଲ୍ଲିକକୁ ଦାୟିତ୍ବ ଦିଆଯାଇଛି ।

ଏବେ ଜୟନ୍ତ କୁମାର ଦାସ ଖଲ୍ଲିକୋଟ କଲେଜର ଅଧ୍ୟକ୍ଷ ଭାବେ ଅଵସର ନେଇଛନ୍ତି ।

ବୋଲେରୋ ଧକ୍କାରେ ଶିଶୁ ମୃତ,ମା, ଭଉଣୀ ଆହତ

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଦାନ୍ତିଲିଙ୍ଗି ଗ୍ରାମ ନିକଟରେ ଆଜି ଅପରାହ୍ନରେ ଏକ ବୋଲେରୋ ଧକ୍କାରେ ଜଣେ 4 ବର୍ଷର ଶିଶୁର ମୃତ୍ୟୁ ହୋଇଛି l
ଦୁର୍ଘଟଣାରେ ଶିଶୁ ଟିର ମା ଓ ଭଉଣୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି l ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ବୋଲେରୋ ଟିକୁ ଅଟକ ରଖିଛନ୍ତି l

ଆଇପିଏଲ୍ ବେଟିଂ ଅଭିଯୋଗରେ ୪ ଗିରଫ; ୬ ଫେରାର

ଗଞ୍ଜାମ ଜିଲ୍ଲା ଆସିକା ସୁବର୍ଣ୍ଣେଶ୍ୱର ମନ୍ଦିର ନିକଟରେ ବେଟିଂ ବେଳେ ପୁଲିସର ଚଢ଼ାଉ କରି ୪ ଜଣକୁ ଗିରଫ କରିଛି।

ଏହା ସହ ୭ ଲକ୍ଷ ୬୦ ହଜାର ଟଙ୍କା ସହ ୬ଟି ମୋବାଇଲ୍ ଜବତ କରିଛି।

Nuakhai wishes