ଦୁଇଜଣଙ୍କୁ ଅପହରଣ ଘଟଣାରେ ଜଣେ ଅପହର୍ତ୍ତା ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଖାକିପଡା ଅଂଚଳରୁ ଦୁଇଜଣଙ୍କୁ ଅପହରଣ ଘଟଣାରେ ପୁଲିସ ଜଣେ ଅପହର୍ତ୍ତାକୁ ଗିରଫ କରି ଏକ ଲକ୍ଷ ଟଙ୍କା, କାର ଏବଂ ମୋବାଇଲ ଫୋନ ଜବତ କରିଛି l
ଦୁଇ ଅପହୃତଙ୍କ ଘର ରାଞ୍ଚିରେ ହୋଇଥିବା ବେଳେ ସମ୍ପର୍କୀୟଙ୍କ ଠାରୁ 3 ଲକ୍ଷ ଟଙ୍କା ନେବା ପରେ ଅପହର୍ତ୍ତା ମାନେ ସେମାନଙ୍କୁ ଛାଡିଥିଲେ l

ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ବିକ୍ରମ ଆରୁଖ

ପୂର୍ବତନ ମନ୍ତ୍ରୀ ତଥା ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦ ପାଇଁ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଆସନ୍ତା 13 ତାରିଖ ଦିନ ସେ ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଛି l

ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ଜଣେ ଆହତ

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଯାମୁନି ଗାଁରେ ଗତକାଲି ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି l

ଆହତ ବ୍ୟକ୍ତିଙ୍କୁ ବିଆଖାପାଟଣାର ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l

ପାନ ଦୋକାନ ସମ୍ମୁଖରେ ଲାଞ୍ଚ ନେଉଥିଲେ, ଧରାପଡ଼ିଲେ ଏଏସଆଇ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ଭେଜିପୁଟ ଫାଣ୍ଡି ଏଏସଆଇ ମାନସ ରାଉତ ଆଜି ଏକ ମାମଲାର ରଫାଦଫା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଫାଣ୍ଡି ସମ୍ମୁଖ ପାନ ଦୋକାନ ନିକଟରେ 3 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l

ସଂଘବଦ୍ଧ ଆକ୍ରମଣରେ ପୂର୍ବତନ ସରପଞ୍ଚ ଓ ୨ ସହଯୋଗୀ ଆହତ

ବ୍ରହ୍ମପୁରରେ ଗତକାଲି ବିଳମ୍ବିତ ରାତିରେ ଶୀତଳଷଷ୍ଠୀ ଯାତ୍ରା ଚାଲିଥିବା ବେଳେ ସଂଘବଦ୍ଧ ଆକ୍ରମଣରେ ସଦର ଥାନା ମସିହାଖାଲିର ପୂର୍ବତନ ସରପଞ୍ଚ ମନୋଜ ସେଠୀ ଓ ୨ ସହଯୋଗୀ ଆହତ ହୋଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି ।

ଆହତ ପୂର୍ବତନ ସରପଞ୍ଚ ଭୁବନେଶ୍ୱର ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ୨ MKCGରେ ଭର୍ତ୍ତି ହୋଇଛନ୍ତି ।

Nuakhai wishes