ପାରିବାରିକ କଳହରୁ ଘର ଭିତରେ ଗୁଳିମାଡ଼

ଗଞ୍ଜାମ ଜିଲ୍ଲା ପିତାପଡ଼ା ଗାଁରେ ସମ୍ପର୍କୀୟ ସାନଭାଇର ଗୁଳିମାଡ଼ରେ ବଡ଼ଭାଇ ଗୁରୁତର ହୋଇଛି।

ବଡ଼ଭାଇକୁ ୪ଟି ଗୁଳି ବାଜିଥିବା ସୂଚନା ମିଳିଛି। ଗୁଳିମାଡ଼ କରି ସାନଭାଇ ଫେରାର ହୋଇଯାଇଛି।

ଘରେ ବିସ୍ଫୋରଣ ଯୋଗୁଁ ପରିବାରର 6 ଜଣ ଆହତ

ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେରୁଆଁବାଡ଼ି ଗ୍ରାମରେ ଜଣଙ୍କ ଘରେ ଆଜି ସକାଳେ ବିସ୍ଫୋରଣ ହେବାରୁ ପରିବାରର ତିନି ପୁଅଙ୍କ ସମେତ ସ୍ତ୍ରୀ, ଭାଉଜ ଓ ଭାଇ ଆହତ ହୋଇ ବ୍ରାହ୍ମପୁରର ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି l

ତେବେ ଏହି ବିସ୍ଫୋରଣ ଗ୍ୟାସ ସିଲିଣ୍ଡର ପାଇଁ କିମ୍ବା ଗଛିତ ଥିବା ବାଣ ପାଇଁ ହୋଇଛି ତାହା ଜଣାପଡିନଥିବା ପୁଲିସ କହିଛି l

24 ଘଣ୍ଟାରେ କୁକୁଡାଖଣ୍ଡିରେ 14 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡିରେ 14 ମିଲିମିଟର ବର୍ଷା ହୋଇଥିବା ବେଳେ ଗୋପାଳପୁରରେ 8 ମିମି, ଛତ୍ରପୁରରେ 6 ଏବଂ ସାନଖେମୁଣ୍ଡିରେ 6 ମିମି ବର୍ଷା ରେକର୍ଡ କରାଯାଇଛି l

ସାର କାରଖାନା ନିର୍ମାଣକୁ ବିରୋଧ

ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମ ନିକଟରେ ପ୍ରସ୍ତାବିତ ସାର କାରଖାନା ନିର୍ମାଣକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିଛନ୍ତି l
ଏ ନେଇ ଅଞ୍ଚଳରେ ଆଜି ପ୍ରବଳ ଉତ୍ତେଜନା ପ୍ରକାଶ ପାଇବାରୁ ସଶସ୍ତ୍ର ପୁଲିସ ମୁତୟନ କରାଯାଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି l

Nuakhai wishes