ପିକଅପ୍‌ ଭ୍ୟାନକୁ ମୁହାଁମୁହିଁ ଧକ୍କା ଦେଲା ବସ୍‌; ୩ ମୃତ

ଗଞ୍ଜାମ ଜିଲ୍ଲା ଆସିକା ୫୯ନଂ ଜାତୀୟ ରାଜପଥ ଖଡ଼ଭାଗ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ବସ୍‌ ଧକ୍କାରେ ପିକଅପ୍‌ରେ ଥିବା ୩ ଜଣଙ୍କ ମୃତ୍ୟୁ ଘଟିଛି।ଵଦୁର୍ଘଟଣାରେ ବସ୍‌ରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

ସ୍କୁଲ ନିକଟ ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

ଗଞ୍ଜାମ ଜିଲ୍ଲା ସୋରଡା ଥାନା ନୂଆଗଡ଼ ହାଇସ୍କୁଲ ନିକଟ ଗଛରେ ଝୁଲୁଛି ମୃତଦେହ।

ମୃତ ଯୁବକ ବାରଧାଙ୍ଗିଡି ଗାଁର। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସ୍କୁଲ ନିକଟ ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

ଗଞ୍ଜାମ ଜିଲ୍ଲା ସୋରଡା ଥାନା ନୂଆଗଡ଼ ହାଇସ୍କୁଲ ନିକଟ ଗଛରେ ଝୁଲୁଛି ମୃତଦେହ।

ମୃତ ଯୁବକ ବାରଧାଙ୍ଗିଡି ଗାଁର। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ବାଇକ୍‌ ଦୁର୍ଘଟଣା ; ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କେଶରୀପାଟଣା ନିକଟରେ ସ୍କୁଟି ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।

ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା।

ସାଙ୍ଗମାନେ ମିଶି ଭୋଜି କରୁଥିବା ବେଳେ ଗଣ୍ଡଗୋଳ

କେନ୍ଦୁବାଡ଼ି ପଞ୍ଚାୟତର ସମିତି ସଭ୍ୟ ନରେନ୍ଦ୍ର ସ୍ୱାଇଁ ଗୁରୁତର ହୋଇଛନ୍ତି।ଗୁଳି ବାଜି ଗଣ୍ଡଗୋଳ ତୁଟାଇବାକୁ ଯାଇଥିବା ବ୍ୟକ୍ତି ଗୁରୁତର ହୋଇଛନ୍ତି।

ଗୁରୁତର ନରେନ୍ଦ୍ର ସ୍ୱାଇଁଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଇଛି।ଗଞ୍ଜାମ ଜିଲ୍ଲା ପୋଲସରା ରେଇଝୁଳି ଗାଁରେ ଭୋଜି କରୁଥିବା ବେଳେ ଗଣ୍ଡଗୋଳ ହୋଇଥିଲେ।

ପିକନିକ୍ ବସ୍ ଓଲଟି ୧୦ରୁ ଊର୍ଦ୍ଧ୍ବ ଆହତ

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ବାଲିଆ ଛକ ନିକଟରେ ଦୁର୍ଘଟଣା ଘଟିଛି।

ଆହତମାନଙ୍କୁ ପୁରୁଷୋତ୍ତମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ତାରାତାରିଣୀ ଦର୍ଶନ ସାରି ଚିଲିକା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

ଛୁରାମାଡ଼ରେ ଗୁରୁତର ଜିଆର୍‌ଏସ୍‌ଙ୍କ ମୃତ୍ୟୁ

ଶଙ୍କୁରୁ ଓ ଏ.କରଡ଼ାବାଡ଼ି ପଞ୍ଚାୟତ ଜିଆର୍‌ଏସ୍‌ଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି।

ବୁଗୁଡ଼ା ଥାନା କଳମ୍ବ-ଅନ୍ତରପଡ଼ା ରାସ୍ତାରେ ଆକ୍ରମଣ କରାଯାଇଛି।ବାଇକରେ ଯିବାବେଳେ ଛୁରାମାଡ଼ ହୋଇଥିବା ବେଲେବଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି। ଜଣେ ପୂର୍ବତନ ସରପଞ୍ଚଙ୍କ ପୁଅ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।

ଗାଁ ରାସ୍ତାରେ ସାଙ୍କୁରା ଜିଆରଏସ୍‌ଙ୍କୁ ଛୁରାମାଡ଼

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କଳମ୍ବ-ଅନ୍ତରପଡ଼ା ରାସ୍ତାରେ ଛୁରାମାଡ଼ କରାଯାଇଛି।

ଜିଆରଏସଙ୍କ ଗୋଡ଼ରେ ଛୁରୀ ବାଜିଛି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। କିଏ କ’ଣ ପାଇଁ ଛୁରାମାଡ କରିଛି ଜଣାପଡ଼ି ନାହିଁ।

ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ଭଞ୍ଜନଗର ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।

ମୃତକ ତାରାସିଂ ଥାନା ବୁଢ଼ାବାରି ଗାଁର ଦୀପକ ବାରିକ। ପତ୍ନୀ ହତ୍ୟା ଅଭିଯୋଗରେ ଜେଲରେ ଥିଲେ, ଆତ୍ମହତ୍ୟା ସନ୍ଦେହ କରାଯାଉଛି।

ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ଭଞ୍ଜନଗର ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।

ମୃତକ ତାରାସିଂ ଥାନା ବୁଢ଼ାବାରି ଗାଁର ଦୀପକ ବାରିକ। ପତ୍ନୀ ହତ୍ୟା ଅଭିଯୋଗରେ ଜେଲରେ ଥିଲେ, ଆତ୍ମହତ୍ୟା ସନ୍ଦେହ କରାଯାଉଛି।

Nuakhai wishes