ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ଏନଜିଟିରେ ମାମଲା

ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ୱାଇଲ୍ଡ ଲାଇଫ ସୋସାଇଟି ଅଫ୍‌ ଓଡ଼ିଶା ପକ୍ଷରୁ ଏନଜିଟିରେ ମାମଲା ରୁଜୁ ହୋଇଛି। ପ୍ରାୟ ୨୫ ଏକର ଜଙ୍ଗଲ ଜମିରେ କଂକ୍ରିଟ ନିର୍ମାଣକୁ ବିରୋଧ କରିଛି ୱାଇଲ୍ଡ ଲାଇଫ ସୋସାଇଟି ଅଫ୍‌ ଓଡ଼ିଶା।

ଏ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ, ରାଜ୍ୟ ଜଙ୍ଗଲ ବିଭାଗ, ରାଜ୍ୟ ଜୈବ ବିବିଧତା ବୋର୍ଡ, କୋରାପୁଟ ଜିଲ୍ଲାପାଳ, କୋରାପୁଟ ବନଖଣ୍ଡ ଅଧିକାରୀ, ସିମିଳିଗୁଡ଼ା ରେଞ୍ଜ୍‌ ଅଧିକାରୀଙ୍କୁ ନୋଟିସ୍‌ କରିଛି ଏନଜିଟି। ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ସବୁ ପକ୍ଷଙ୍କୁ ନିର୍ଦ୍ଦେଶ ରହିଛି। ଅଗଷ୍ଟ ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି।

ଗୁପ୍ତେଶ୍ୱର ପୀଠକୁ ୨୦କୋଟି

କୋରାପୁଟ ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠ ରୂପାନ୍ତରୀକରଣ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆଞ୍ଚ ନଆଣି ଉନ୍ନତୀକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନବୀନ।

ବଜ୍ରପାତରେ ପୃଥକ ପୃଥକ ସ୍ଥାନରେ ୪ ମୃତ, ୨ ଗୁରୁତର

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅଞ୍ଚଳ ଗାଁରେ ମାଆପୁଅ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ମୃତ୍ୟୁ ଘଟିଛି।

ନାଲକୋ ଥାନା ବଳରାମପ୍ରସାଦ ଗାଁରେ ଆସପଣ୍ଡରୁ ପାଉଁଶ ଉଠାଉଥିବା ବେଳେ ୨ ମହିଳାଙ୍କ ମୃତ୍ୟୁ ଘଟିଛି। ଆଉ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି।

ପ୍ରବଳ ବର୍ଷାରେ ଭାସିଗଲା କାଠପୋଲ

କୋରାପୁଟ ଜିଲ୍ଲା ପୋଡ଼ ନଦୀରେ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ କାଠପୋଲ ଭାସି ଯାଇଛି।

ଫଳରେ ଦଶମନ୍ତପୁର ଜିର୍ଲିଗୁମ୍ମା ପଞ୍ଚାୟତର ୪ଟି ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଛନ୍ତି।

ମିଳିଲା ନିଖୋଜ ଡାକ କର୍ମଚାରୀଙ୍କ ମୃତଦେହ

କୋରାପୁଟ ଜିଲ୍ଲା କୋଲାବ ଜଳ ଭଣ୍ଡାରରୁ ଡାକ କର୍ମଚାରୀଙ୍କ ମୃତଦେହ ମିଳିଛି।

ମୃତକ ସେମିଳିଗୁଡ଼ା ପୋଷ୍ଟ ଅଫିସ୍‌ରେ କାର୍ଯ୍ୟରତ ଥିଲେ। ସେ ବୁଧବାରଠୁ ନିଖୋଜ ଥିଲେ, ଘାଟଗୁଡ଼ା କେରାଣ୍ଡି ବ୍ରିଜ୍‌ରୁ ତାଙ୍କ ସ୍କୁଟି ମିଳିଥିଲା।

ପୁଲିସ କହି ଲୁଟ୍‌ କରୁଥିବା ଯବାନ ଗିରଫ

କୋରାପୁଟ ଜିଲ୍ଲା ପାଲଦା ଗାଁ ନିକଟରେ ଡକାୟତି ଉଦ୍ୟମ ଘଟଣାରେ ଗିରଫ ହୋଇଛନ୍ତି।

ଗିରଫ ମଧ୍ୟରେ ଆନ୍ଧ୍ରର ୨ ଜଣ ଏବଂ ଜଣେ CRPF ଯବାନ ଥିବା ସୂଚନା ମିଳିଛି। ୨ଟି ସ୍କୁଟି, ୱାକିଟକି, ୯ଟି ମୋବାଇଲ ସହ ଟଙ୍କା ଜବତ ହୋଇଛି। ନିଜକୁ ପୋଲିସ କହି ଧମକ ଚମକ ଦେଇ ଲୁଟୁଥିଲେ।

କଙ୍ଗାରେ କୁଆପଥର ବର୍ଷାରେ ଚାଷ ନଷ୍ଟ

ଗତ କାଲି ଜୟପୁର ବ୍ଲକ ଅନ୍ତର୍ଗତ କଙ୍ଗା ପଞ୍ଚାୟତରେ ପବନ ସହ କୁଆପଥର ବର୍ଷା ହୋଇଥିଲା। କୁଆପଥର ବର୍ଷା ଯୋଗୁ ଏକର ଏକର ଜମିରେ ଫସଲ ନଷ୍ଟ ‌ ହୋଇଛି।

ଧାନ ନଷ୍ଟ ହୋଇ ଥିବା ସେଠାକାର ଚାଷୀ ଧନ ପୂଜାରୀ, ସୁକ୍ରୁ ଅମାନତ୍ୟା, ତୁଳା ରାମ ପୂଜାରୀ, ଚନ୍ଦ୍ର ଅମାନତ୍ୟା, ସନୁ ଅମାନତ୍ୟା, ଦଳ ଅମାନତ୍ୟା , ମନ ପୂଜାରୀ , ଅନନ୍ତ ପୂଜାରୀ କହିଛନ୍ତି।

ଯୁବକଙ୍କୁ ହତ୍ୟା କରି ବିଲରେ ଫିଙ୍ଗି ଦେଲେ ଦୁର୍ବୃତ୍ତ

କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ସାନତରବିୟା ଗାଁର ଜଣଙ୍କୁ ହତ୍ୟା କରି ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ।

ବିଲରୁ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିବା ବେଳେ କିଏ କାହିଁକି ମାରିଲା ଅସ୍ପଷ୍ଟ ରହିଛି।

ବିଧାୟକ ରଘୁରାମ ପଡ଼ାଲଙ୍କ ଗାଡ଼ିକୁ ଅଣ୍ଡାମାଡ଼

କୋରାପୁଟ ଜିଲ୍ଲା ଲମତାପୁଟ ଛକରେ ବିଧାୟକଙ୍କ କାରକୁ ଅଣ୍ଡାମାଡ଼ କରିଛନ୍ତି କଂଗ୍ରେସ କର୍ମୀ।

ବ୍ଲକ ଅଫିସ କୋଠା ଉଦଘାଟନ କରିବାକୁ ଯିବାବେଳେ ଅଣ୍ଡାମାଡ଼ କରିଥିଲେ।

Nuakhai wishes