ଥାନା ଘେରିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି

ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଘେରାଉ କରିଛନ୍ତି।

କଂଗ୍ରେସ କର୍ମୀଙ୍କ ସହ ପୌରପରିଷଦ ଅଧ୍ୟକ୍ଷ ଘେରାଉରେ ସାମିଲ ଅଛନ୍ତି।

ଘାଟିରେ ଓଲଟିଲା ବସ୍‌, ସମସ୍ତ ଯାତ୍ରୀ ସୁରକ୍ଷିତ

କୋରାପୁଟ ଶୁଙ୍କି ଘାଟିରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି।

ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ବସଟି ବିଶାଖାପାଟଣାରୁ ଭବାନୀପାଟଣା ଯିବା ବେଳେ ଦୁର୍ଘଟଣା ଘଟିଥିଲା।

ଫେରାର ପୂର୍ବତନ ବିଡିଓ ଦିଲ୍ଲୀରୁ ଗିରଫ

କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କରିଛି ଭିଜିଲାନ୍ସ।

୮ ବର୍ଷ ହେବ ଫେରାର ପୂର୍ବତନ ବିଡିଓ ଦୁର୍ନୀତି ମାମଲାରେ ଗିରଫ ହୋଇଛି। ୭ଟି ଦୁର୍ନୀତି ମାମଲାରେ ୱାଣ୍ଟେଡ୍ ଥିଲେ ରମେଶ ସାହୁ। ଦିଲ୍ଲୀ କୋର୍ଟରେ ହାଜର ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଉଛି।

ବିଜେପି ପକ୍ଷରୁ ଭୋଟର ସଚେତନତା ମହା ଅଭିଯାନ

କୋରାପୁଟ ଜିଲ୍ଲା କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁସୁମୀ ଗ୍ରାମ ପଞ୍ଚୟତ କଲ୍ୟାଣ ମଣ୍ଡପ ଠାରେ ବିଜେପି ପକ୍ଷରୁ ଭୋଟର ସଚେତନତା ମହାଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପାଣି ଘେରରେ ଭାଜିଗୁଡ଼ା ପ୍ରାଥମିକ ବିଦ୍ୟାଳୟ

ଜୟପୁର ବ୍ଲକ କଙ୍ଗା ପଞ୍ଚାୟତର ଭାଜିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପାଣି ଘେରରେ ରହିଛି।

ପ୍ରବଳ ବର୍ଷା ଯୋଗୁଁ ବିଦ୍ୟାଳୟରେ ପାଣି ପଶି ଯାଇଥିଲା ଏହି ସମସ୍ୟାକୁ ନେଇ ଗ୍ରାମର ଲୋକ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କିଛି ସମାଧାନ ହୋଇ ନଥିବା ନେ଼ଇ ଗ୍ରାମର ଲୋକ କହିଛନ୍ତି।

ଜୟପୁର ପୌରପାଳିକା ଅଞ୍ଚଳର ବିଭିନ୍ନ ହୋଟେଲ୍‌ ରେଡ୍‌

ନିମ୍ନମାନର ଖାଦ୍ୟ ବିକ୍ରିକୁ ନେଇ ସହରର ଅନେକ ହୋଟେଲ୍‌ରେ ଚଢ଼ାଉ କରିଛି ଜୟପୁର ପୌରପାଳିକା କର୍ତ୍ତୃପକ୍ଷ।

କିଛି ହୋଟେଲ୍‌ କିଚେନ ସିଲ୍‌ କରିବା ସହ ଜରିମାନା ଆଦାୟ କରିଛନ୍ତି।ଫୁଟପାଥରେ କିଛି ହୋଟେଲ ମଧ୍ୟ ଯାଞ୍ଚ କରି ତାଗିଦ କଲେ।

ରାସ୍ତାର ମରାମତି ପାଇଁ ଅନୁରୋଧ

ଜୟପୁର ବ୍ଲକ କଙ୍ଗା ପଞ୍ଚାୟତ କେନାଲ ମୁଣ୍ଡା ଛକ ଠାରୁ ସାନ ମୁଣ୍ଡାଗୁଡ଼ା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ଏହି ଏକ ମାତ୍ର ରାସ୍ତା ଦେଇ ଗ୍ରାମର ଲୋକ ଯିବା ଆସିବା କରନ୍ତି ବର୍ଷା ହେଲେ ଯିବା ଆସିବା କଷ୍ଟ ହୁଏ ବୋଲି ଗ୍ରାମର ଲୋକ ଅଭିଯୋଗ କରିଛନ୍ତି ।

ଅଳ୍ପ ଦିନ ତଳେ ଦୁଇ ଜଣ ଶିକ୍ଷକ ଏହି ରାସ୍ତାରେ ପଡି ଆହତ ହୋଇଛନ୍ତି ଏହାର ତୁରନ୍ତ ସମାଧାନ ପାଇଁ ଗ୍ରାମର ଲୋକ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ଦଶମନ୍ତପୁର ଆଇଆଇସି ସସ୍‌ପେଣ୍ଡ୍

କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି ସସ୍‌ପେଣ୍ଡ୍ ହୋଇଛନ୍ତି।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଚନ୍ଦ୍ରଭାନୁ। ଗିରଫ ହୋଇଥିବାରୁ ଆଇଆଇସିଙ୍କୁ ସସ୍‌ପେଣ୍ଡ୍ କରିଛନ୍ତି ଡିଜିପି।

ଅବକାରୀ ଆଇଆଇସି ଓ କନଷ୍ଟେବଲଙ୍କୁ ମାଫିଆଙ୍କ ଆକ୍ରମଣ

ଗଞ୍ଜେଇ ରେଡ୍‌ କରିବାକୁ ଯାଇଥିବା ବେଳେ କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଘୋଡ଼ାହାଡ଼ ଗାଁରେ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି ମାଫିଆ।

ଗୁରୁତର ଅବକାରୀ ଆଇଆଇସି ଓ କନଷ୍ଟେବଲଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ଏନଜିଟିରେ ମାମଲା

ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ୱାଇଲ୍ଡ ଲାଇଫ ସୋସାଇଟି ଅଫ୍‌ ଓଡ଼ିଶା ପକ୍ଷରୁ ଏନଜିଟିରେ ମାମଲା ରୁଜୁ ହୋଇଛି। ପ୍ରାୟ ୨୫ ଏକର ଜଙ୍ଗଲ ଜମିରେ କଂକ୍ରିଟ ନିର୍ମାଣକୁ ବିରୋଧ କରିଛି ୱାଇଲ୍ଡ ଲାଇଫ ସୋସାଇଟି ଅଫ୍‌ ଓଡ଼ିଶା।

ଏ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ, ରାଜ୍ୟ ଜଙ୍ଗଲ ବିଭାଗ, ରାଜ୍ୟ ଜୈବ ବିବିଧତା ବୋର୍ଡ, କୋରାପୁଟ ଜିଲ୍ଲାପାଳ, କୋରାପୁଟ ବନଖଣ୍ଡ ଅଧିକାରୀ, ସିମିଳିଗୁଡ଼ା ରେଞ୍ଜ୍‌ ଅଧିକାରୀଙ୍କୁ ନୋଟିସ୍‌ କରିଛି ଏନଜିଟି। ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ସବୁ ପକ୍ଷଙ୍କୁ ନିର୍ଦ୍ଦେଶ ରହିଛି। ଅଗଷ୍ଟ ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି।

Nuakhai wishes