ଦାସିନି ପ୍ରାଥମିକ ବିଦ୍ୟାଳୟରେ ଅଗ୍ନିକାଣ୍ଡ

କୋରାପୁଟ ଜିଲ୍ଲା ଜୟପୁର ବନ୍ଧୁଗାଁ ବ୍ଲକ ଦାସିନି ପ୍ରାଥମିକ ବିଦ୍ୟାଳୟରେ ଅଗ୍ନିକାଣ୍ଡ ଘଟି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ସ୍କୁଲ ସାମଗ୍ରୀ ପୋଡ଼ି ଯାଇଛି।

ସ୍କୁଲ ବନ୍ଦ ଯୋଗୁ ବଡ଼ ଦୁର୍ଘଟଣା ଟଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଛି। ଲଗାଣ ବର୍ଷାରେ ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଇଛି।

କୋରାପୁଟରେ ସର୍ବାଧିକ ବର୍ଷା

ରାଜ୍ୟରେ ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ କୋରାପୁଟ ସହରରେ ସର୍ବାଧିକ ୧୬୮ ମିମି ବର୍ଷା ରେକର୍ଡ ହୋଇଛି।

ନନ୍ଦପୁରରେ ୧୩୭, ସେମିଳିଗୁଡା ୧୦୩, ଜୟପୁର ୧୦୦.୮ ମିମି ବର୍ଷା ହୋଇଛି। ୨ଟି ସ୍ଥାନରେ ଅତି ପ୍ରବଳ ଓ ୧୯ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

ଭୁଶୁଡ଼ିଲା ମେଡିକାଲ କଲେଜ ପାଚେରୀ

କୋରାପୁଟରେ ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପାଚେରୀ।

ମେଡିକାଲ କଲେଜର ପଛପଟ ପାଚେରୀ ଭୁଶୁଡ଼ି ପଡ଼ିଛି।

ଅବିଭାହିତା ଭତ୍ତା ଅପେକ୍ଷାରେ ଗେଲ

ଜୟପୁର ବ୍ଲକ କଙ୍ଗା ପଞ୍ଚାୟତ ଘଡେଇଗୁଡା ଖଡ଼ପା ଗ୍ରାମର ଗେଲ ଗୌଡ଼ ବୟସ ୪୮ ବର୍ଷ । ସରକାର ବିଧବା, ଭିନ୍ନକ୍ଷମ ଓ ଅବିବାହିତା ଝିଅ ମାନଙ୍କୁ ଭତ୍ତା ପ୍ରଦାନ କରୁଥିବା ଗେଲା ବେଳେ ତାଙ୍କୁ ଏପର୍ଯ୍ୟନ୍ତ ତାହା ମିଳି ନାହିଁ । ସେ ସମ୍ପୂର୍ଣ୍ଣ ରୂପେ ପରିବାର ଉପରେ ନିର୍ଭର କରନ୍ତି ଓ ସେ ଅନେକ ଥର ଅଭିବାହିତା ଭତ୍ତା ପାଇଁ ଆବେଦନ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

କୋରାପୁଟ ବିଧାୟକଙ୍କୁ ହତ୍ୟା ଧମକ ଅଭିଯୋଗ

କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କୁ ଫେସ୍‌ବୁକ୍‌ରେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି।

ଟାଉନ ଥାନାରେ ବିଧାୟକଙ୍କ ଅଭିଯୋଗ ପରେ ଜଣେ ଯୁବକ ଅଟକ ଅଛନ୍ତି।

ରେଲ୍‌ୱେ ଟ୍ରାକ୍‌ରେ ପଡ଼ିଲା ପଥର, ଟ୍ରେନ୍ ବାତିଲ୍

କୋରାପୁଟ ଜିଲ୍ଲା ଟିକିରି ଓ ଲାଲିଗୁମ୍ମା ମଧ୍ୟରେ ରେଳ ଟ୍ରାକ୍‌ରେ ପଥର ପଡ଼ିଛି।

୨ଟି ଟ୍ରେନ୍ ବାତିଲ୍ ଓ ଆଉ ଗୋଟିଏ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଜଗଦଲପୁର-ରାଉରକେଲା, ରାଉରକେଲା-ଜଗଦଲପୁର ବାତିଲ୍ କରାଯାଇଥିବା ବେଳେ ଜଗଦଲପୁର-ଭୁବନେଶ୍ୱର ଟ୍ରେନ୍ କୋରାପୁଟ୍ ଆର୍କୁ ଦେଇ ଭୁବନେଶ୍ୱର ଯିବ।

ଡିଲ୍‌ ବେଳେ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ଜୟପୁର ଡିଭିଜନ ରାମଗିରି ବନଖଣ୍ଡ ବଡ଼ପଡା ଗାଁରୁ ବଜ୍ରକାପ୍ତା ଉଦ୍ଧାର ସହ ୨ ଜଣଙ୍କୁ ଧରିଲା ବନ ବିଭାଗ।

୬୦ ଲକ୍ଷରୁ ଅଧିକ ଟଙ୍କାରେ ଚାଲିଥିଲା ବଜ୍ରକାପ୍ତା ଡିଲ୍‌।

ରେଳ ଧାରଣାରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର

ରେଳ ଷ୍ଟେସନର କିଛି ଦୂରରୁ ୨ ମୃତଦେହ ଉଦ୍ଧାର ହୋଇଛି। ଉଭୟଙ୍କ ନିକଟରେ ଥିବା ଆଧାର କାର୍ଡରୁ ପରିଚୟ ମିଳିଥିବା ବେଳେ ଦୁଇ ମୃତକ କୋରାପୁଟ ଜିଲ୍ଲା କୋଟପାଡ଼ର ବୋଲି ସୂଚନା ମିଳିଛି।

ଯୁବକଙ୍କ ନାଁ ଯତୀନ ଶଙ୍କର ପାଢୀ, ଯୁବତୀଙ୍କ ନାଁ ତୃପ୍ତିମୟୀ ସାହୁ।
କେଉଁ ପରିସ୍ଥିତିରେ ଯୁବକଯୁବତୀଙ୍କ ମୃତ୍ୟୁ ଘଟିଛି ଅସ୍ପଷ୍ଟ ରହିଛି। ଏ ନେଇ କୋଟପାଡ଼ ଥାନାକୁ ସୂଚନା ପଠାଇଛି ଜିଆରପି ପୋଲିସ।

କୋରାପୁଟ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାର୍କିଂ ବ୍ୟବସ୍ଥା ନଥିବାରୁ ସପିଂ ମଲ୍‌ ସିଲ୍‌

ପାର୍କିଂ ବ୍ୟବସ୍ଥା ନଥିବାରୁ ଜୟପୁର ସହରର ଏକ ସପିଂ ମଲ୍‌କୁ ଆଜିଠୁ ୩ ଦିନ ଯାଏ ସିଲ୍‌ କଲା ମ୍ୟୁନିସପାଲିଟି।

ପାର୍କିଂ ସୁବିଧା ନ ଥିବାରୁ ଟ୍ରାଫିକ୍ ଅବ୍ୟବସ୍ଥା ନେଇ ଅଭିଯୋଗ ହୋଇଥିଲା।

Nuakhai wishes