କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ

ଭିସିରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍।

ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟକୁ ଗଡ଼ିଲା ବସ୍‌।୬ଟି ଜିଲ୍ଲାର ୧୧୩୧ଟି ପଞ୍ଚାୟତ, ୬୩ ଲକ୍ଷ ଲୋକ ଉପକାର ପାଇଲେ ।

ଜଙ୍ଗଲରୁ ୧୦୬ କେଜି ଗଞ୍ଜେଇ ଜବତ

କୋରାପୁଟ ଜିଲ୍ଲା ତୋଟାପୁଟ ଜଙ୍ଗଲରେ ମାଛକୁଣ୍ଡ ପୁଲିସ ଅଚାନକ ଚଢ଼ାଉ କରି ୧୦୬ କେଜି ଗଞ୍ଜେଇ ଜବତ କରିଛି।

ମାଫିଆ ଏହି ଘଟଣାରେ ଚମ୍ପଟ ମାରିଛନ୍ତି।

ବର୍ଷା ଯୋଗୁଁ ମାଟି ଅତଡ଼ା ଧସି ରାସ୍ତା ଅବରୋଧ

କୋରାପୁଟ ଜିଲ୍ଲା ନାରାୟଣପାଟଣା ତଳଗୁମାଣ୍ଡି ପଞ୍ଚାୟତ ବରିପୁଟରେ ରାସ୍ତା ଅବରୋଧ ହୋଇଛି।

ଉଭୟ ପଟୁ ଅଟକିଛି ଗାଡ଼ିମୋଟର। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ନାରାୟଣପାଟଣା ଓ ପଟ୍ଟାଙ୍ଗୀ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ

ବାତ୍ୟା ‘ମିଗଜୋମ’ ପ୍ରଭାବରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଜିଲ୍ଲାରେ ୧୧୫. ୬ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି।

ନାରାୟଣପାଟଣା ଓ ପଟ୍ଟାଙ୍ଗୀ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।

ମକା ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମାତାଲାମା ଗାଁ ନିକଟରେ ଜଳିଗଲା ମକା ବୋଝେଇ ଟ୍ରକ୍‌।

ଡ୍ରାଇଭର ଓ ହେଲ୍‌ପରନଙ୍କୁ ଉଦ୍ଧାର କରାଯାଇଥିବା ବେଳେନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ।

ଆଇଆଇସିଙ୍କ କ୍ବାର୍ଟର୍ସରୁ ମିଳିଲା ୨୫ ଲକ୍ଷ

କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ାରୁ କଟକ ଆସୁଥିବା ଏକ ବସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ବୈପାରୀଗୁଡ଼ା ଆଇଆଇସିଙ୍କଠାରୁ ୨ଲକ୍ଷ ୭୦ହଜାର ଟଙ୍କା ନଗଦ ଜବତ କରାଯାଇଥିଲା।

ଯାହାର ସେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ତାଙ୍କର କାର୍ଯ୍ୟାଳୟ ତନଖି ବେଳେ ସେଠାରୁ ୧ଲକ୍ଷ ୮୦ହଜାର ଟଙ୍କା ଜବତ ହୋଇଥିଲା। ସେହିପରି କଟକ ବକ୍ସିବଜାର ସ୍ଥିତ କ୍ବାର୍ଟର୍ସରୁ ୨୫ ଲକ୍ଷ ମିଳିଥିବା ସୂଚନା ମିଳିଛି। ଭିଜିଲାନ୍ସ ପକ୍ଷରୁ ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଅଟକ ରଖାଯାଇଛି ଏବଂ ତଦନ୍ତ ଜାରି ରହିଛି ବୋଲି ସୂଚନା ଦିଆଯାଇଛି।

୧୭ ଜଣ ନାବାଳିକା ଓ ୪ ନାବାଳକ ଶ୍ରମିକ ଉଦ୍ଧାର

କୋରାପୁଟ ଜିଲ୍ଲା ଦାମନଯୋଡ଼ି ଛକରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଉଦ୍ଧାର କରିଛି ପୁଲିସ।

୩ ଦଲାଲଙ୍କୁ ଅଟକ ରଖି ସେମିଳିଗୁଡ଼ା ପୁଲିସ ତଦନ୍ତ କରୁଛି। ଧାନ କାଟିବା କାର୍ଯ୍ୟରେ ନିୟୋଜନ ପାଇଁ ଚାଲାଣ କରାଯାଉଥିଲା।

ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୪

କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ବର୍ଗୀ ରାସ୍ତାରେ ଜଳିଗଲା କାର୍‌।

ନାରାୟଣପାଟଣାରୁ ବର୍ଗୀ ଯିବା ବେଳେ ନିଆଁ ଲାଗିଗଲା।

Nuakhai wishes