ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର, କଟକ ସ୍ଥାନାନ୍ତରିତ

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଗତ ରବିବାର କୋରାପୁଟ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l ଆଜି ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l

ଋଣଭାରରେ ବିଷ ପିଇଥିବା ଚାଷୀର ମୃତ୍ୟୁ

କୋରାପୁଟ ଜିଲ୍ଲା ବି. ସିଂପୁର ଥାନା ଅନ୍ତର୍ଗତ ନକୁଳଗୁଡା ଗ୍ରାମର ଜଣେ ଚାଷୀ 70 ହଜାର ଟଙ୍କା ଋଣ ଭାର ଚିନ୍ତାରେ ଗତ ରବିବାର ବିଷ ପିଇ ଦେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବୋରିଗୁମ୍ମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l
ଆଜି ତାଙ୍କର ମୃତ୍ୟୁ ହୋଇଯାଇଥିବା ପରିବାର ପକ୍ଷରୁ କୁହାଯାଇଛି l

ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ଘୋଟାଲା

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖାରେ ୮୦ ଲକ୍ଷ ଟଙ୍କା ଘୋଟାଲା ନେଇ କ୍ୟାସିୟର ସନ୍ତୋଷ ଦୋରାଙ୍କୁ ଗିରଫ କରିଛି ପୁଲିସ।

ଶାଖା ପରିଚାଳକଙ୍କ ଅନୁପସ୍ଥିତିରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ ହୋଇଛି। ଶାଖା ପରିଚାଳକ ଛୁଟିରୁ ଫେରିବା ପରେ ହଡ଼ପ ନେଇ ଏତଲା କରିଥିଲେ।

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ପଦ୍ମଶ୍ରୀ କମଳା ପୂଜାରୀ ଜ୍ୱର ଓ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ କୋରାପୁଟ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି l

ଗାଧୁଆଘର କାନ୍ଥ ଭୁଶୁଡ଼ି ୯ ବର୍ଷର ବାଳକ ମୃତ

କୋରାପୁଟ ଜିଲ୍ଲା ପିଏଚ୍ଡ଼ି କଲୋନୀ ନୂଆସାହିରେ ଏହି ଅଘଟଣ ଘଟିଛି।

ବାଳକ ଜଣକ ସକାଳୁ ସ୍କୁଲ ଯିବା ପୂର୍ବରୁ ଗାଧୋଇବା ବେଳେ କାନ୍ଥ ଭୁଶୁଡ଼ିଥିଲା।

ମାଟି ଅତଡ଼ା ଧସି ଦୁଇ ମୃତ, ଦୁଇ ନିଖୋଜ

କୋରାପୁଟ ଜିଲ୍ଲା ବୈପାରୀଗୁଡାର ମାଳିପଦର ଜଙ୍ଗଲରେ ଗତ ମଙ୍ଗଳବାର ବର୍ଷାରୁ ରକ୍ଷା ପାଇବାକୁ ଚାରି ଜଣ ବ୍ୟକ୍ତି ଏକ ଗୁମ୍ଫାରେ ଆଶ୍ରୟ ନେଇଥିଲେ l ସେଠାରେ ମାଟି ଅତଡ଼ା ଧସିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ନିଖୋଜ ଥିବା ସ୍ଥାନୀୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ l

ବ୍ରିଜ ଧସିଲା, କୋରାପୁଟ -ରାୟଗଡା ବିଛିନ୍ନ

326 ନମ୍ବର ଜାତୀୟ ରାଜପଥର ବଙ୍ଗଳାଗୁଡା ଠାରେ ଆଜି ଅପରାହ୍ନରେ ଏକ ପୋଲ ଧସି ପଡିବାରୁ ରାୟଗଡା ଓ କୋରାପୁଟ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି l

ଭୁବନେଶ୍ୱରରେ ଆଉ 40 କରୋନା ପଜିଟିଭ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ 40 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 33 ଜଣ ସୁସ୍ଥ ହୋଇଛନ୍ତି l ଏବେ ଭୁବନେଶ୍ୱରରେ ମୋଟ 1020 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି l

Nuakhai wishes