ବ୍ରାଉନସୁଗାର ବିକି ଜେଲ୍‌ ଫେରନ୍ତା ଯୁବକ ଗିରଫ

ଯୁବକଙ୍କ ନିକଟରୁ ୨୮୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୮ ଲକ୍ଷ ହେବ ବୋଲି ସୂଚନା ଦେଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ଲୋୟର ପିଏମ୍‌ଜିରେ ଶିକ୍ଷକଙ୍କ ବିଶାଳ ରାଲି

ବିଭିନ୍ନ ଦାବି ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ୍‌ ଶିକ୍ଷକ ସଂଘ ରାଲି କରିବା ସହ ଚାକିରି ସର୍ତ୍ତାବଳୀ, ପେନସନ୍‌, ଗ୍ରାଚୁଇଟି ଦାବିରେ ବିକ୍ଷୋଭ କରୁଛି।

ଆଜିଠୁ ୩ ଦିନ ଯାଏଁ ଲୋୟର ପିଏମ୍‌ଜିରେ ଅହୋରାତ୍ର ଧାରଣା ଦେବେ ଶିକ୍ଷକ।

ଆସନ୍ତା ୧୮ ରେ ସମସ୍ତ ବ୍ଲକ ଘେରିବ କଂଗ୍ରେସ

ଆସନ୍ତା ୧୮ରୁ ବିଜେଡି ଓ ଭାଜପା ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ପ୍ରତିବାଦରେ ଏବଂ ନଅ ଦଫା ଦାବିରେ ବ୍ଲକ ସ୍ତରରେ ଆନ୍ଦୋଳନ ହେବ।

ଜିଲ୍ଲା ସଭାପତି ମୋହନ ପରିଦା କହିଛନ୍ତି। ବ୍ଲକ ସ୍ତରରେ ପ୍ରତିଶତ କାରବାର ବନ୍ଦ କରିବା ସହ ବେକାରି, ନିଯୁକ୍ତି, ଦରଦାମ, ବିଦ୍ୟୁତ୍ ସମସ୍ୟା, ଚାଷୀ ସମସ୍ୟା, ନାରୀ ନିର୍ଯାତନା, ଆବାସ ସମସ୍ୟା, ଏବଂ ଜିଲ୍ଲାର ଆଞ୍ଚଳିକ ସମସ୍ୟା ମେଗା ଇସ୍ପାତ କାରଖାନା,ଡାକ୍ତର ପଦବୀ ପୂରଣ, କୃଷି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଆଦି ଦାବି କରିଛନ୍ତି। ପିସିସି ସାଧାରଣ ସମ୍ପଦକ ଆଲୋକ ମିଶ୍ର, ସମ୍ପାଦକ ସଂଗ୍ରାମ ଦାସ ଉପସ୍ଥିତ ଥିଲେ।

ସ୍ତ୍ରୀର ପ୍ରେମିକକୁ ଗୁଳି କରି ସ୍ୱାମୀ ଫେରାର

ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ବଡ଼ନୂଆପଡ଼ା କ୍ଷେତିନାଳୀ ଗାଁରେ ଗୁଳିକାଣ୍ଡ ଘଟିଛି।

ଗୁରୁତରଙ୍କୁ ପ୍ରଥମେ ବୁର୍ଲା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ୨ ବର୍ଷ ତଳେ ଘର ଛାଡ଼ି ପ୍ରେମିକଙ୍କ ସହ ରହୁଥିଲେ ମହିଳା। ଗତକାଲି ମହିଳାଙ୍କ ସହ ପ୍ରେମିକ ଗାଁକୁ ଆସିଥିବା ବେଳେ ଗୁଳିମାଡ଼ ଘଟିଛି।

ସାପ ବିଷ ରାକେଟ୍‌ର ପର୍ଦ୍ଦାଫାସ୍‌; ୨୫ ନାଗ ସାପ ଉଦ୍ଧାର

ବାଲେଶ୍ୱର ବନଖଣ୍ଡ ବାଲିଆପାଳ ପଞ୍ଚପଲ୍ଲୀରୁ ରେଡ୍‌ ବେଳେ ଉଦ୍ଧାର ହୋଇଛି।

ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ରାଜ୍ୟ ବାହାରକୁ ରାକେଟ୍‌ର ଚେର ଲମ୍ବିଥିବା ନେଇ ତଦନ୍ତ କରୁଛି ବନ ବିଭାଗ।

କଟୁରି ଚୋଟରେ ଆଈ ମୃତ, ୨ ମହିଳା ଆହତ

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଗଦେଇଗିରି ଗାଁରେ ଏହି ଘଟଣା ଘଟିଛି। ଆକ୍ରମଣକାରୀ ନାବାଳିକା ଦୁଷ୍କର୍ମ ମାମଲାର ବିଚାରାଧୀନ ବନ୍ଦୀ ଥିଲା। ୨୦୨୦ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଆଳିପିଙ୍ଗଳ ଜେଲ୍‌ରେ ଥିଲା।

୨୦୨୨ ଏପ୍ରିଲ୍ ମାସରୁ ଯୁବକ ଜଣଙ୍କ ଜେଲ୍‌ରୁ ଫେରାର ହୋଇଥିଲା। ଆଜି ହଠାତ୍ ମାମୁ ଘରକୁ ଆସି କଟୁରିରେ ହାଣି ଆଈକୁ ହତ୍ୟା କରିଥିଲା।ନାବାଳିକାର ମାଆ ଓ ସଂପର୍କୀୟ ଆଈକୁ ମଧ୍ୟ ଆକ୍ରମଣ ହୋଇଛି। ଆହତ ୨ଜଣଙ୍କୁ ବାଲିକୁଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି ପୁଲିସ।

ପୁଅ ଉପରକୁ ଗରମ ପାଣି ଫିଙ୍ଗିଲା ସାବତ ମାଆ

କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କଇନପୁର ଗାଁରେ ଏହି ଘଟଣା ଘଟିଛି।

ଗ୍ରୁପ ଋଣ ଆଣିବା ବିବାଦକୁ ନେଇ ସାବତ ମାଆର ଆକ୍ରମଣ ହୋଇଥିବା ସୂଚନା ମିଳିଛି।

ମହିଳାଙ୍କୁ ଟାଣି ନେଲା କୁମ୍ଭୀର

ଯାଜପୁର ଜିଲ୍ଲା ବରୀ ଅମଠପୁରରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର।

ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ ଟାଣି ନେଇଥିବା ସ୍ଥାନୀୟ ଲୋକ କହିବା ପରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ଜାରି ରହିଛି।

ଲୋଇସିଂହାରେ ସ୍ୱାଧୀନତା ଦିବସ ଉପଲକ୍ଷେ ଚାରା ବଣ୍ଟନ

୭୭ତମ ସ୍ବାଧୀନତା ଦିବସ ଅବସରରେ ଲୋଇସିଂହାରେ ପ୍ରାକୃତିକ୍ ଚିକିତ୍ସା ସଂଗଠନ ଓ ବଲାଙ୍ଗୀର ଜିଲ୍ଲା ଯୋଗ ଶିକ୍ଷକ ସଂଘ ତରଫରୁ ଲୋଇସିଂହା ବସ୍‌ଷ୍ଟାଣ୍ଡ ଠାରେ ଚାରା ବଣ୍ଟନ କାର୍ଯ୍ୟକ୍ରମ କରିଛନ୍ତି ଓ ୨୦୦ ଚାରା ବଣ୍ଟନ କରି ପ୍ରକୃତି ରକ୍ଷା ଓ ପ୍ରାକୃତିକ ପରିବେଶ ର ଉପକାରିତା ଉପରେ ସଚେତନ କରାଇଥିଲେ।

ସ୍ବର୍ଗତ ଧରମ ସିଂ ମାଝି ମାନଧାତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ସ୍ୱାଧୀନତା ସଂଗ୍ରାମୀ,ଆଠଗାଁ ଜମିଦାର ସ୍ବର୍ଗତ ଧରମ ସିଂ ମାଝି ମାନଧାତାଙ୍କ ପ୍ରତିମୂର୍ତ୍ତି ,ମଙ୍ଗଳବାର ଦିନ, ଆଠଗାଁ ଠାରେ, ଲୋଇସିଂହା ବିଧାୟକ ଡା ମୁକେଶ ମହାଲିଙ୍ଗ, ଉନ୍ମୋଚନ କରିଥିଲେ।

ସ୍ବାଧୀନତାର 77ତମ ଦିବସ ଉପଲକ୍ଷେ, ଆଜି ସେଠାରେ, ଜାତୀୟ ପତାକା ଉତ୍ତୋଳନ କରା ଯାଇଥିଲା।ସ୍ବର୍ଗତ ଧରମ ସିଂ ମାଝି ମାନଧାତାଙ୍କ ବାସଭବନ ରକ୍ଷଣାବେକ୍ଷଣ ପାଇଁ ସେ ସରକାର ସହିତ ଆଲୋଚନା କରି ପଦକ୍ଷେପ ନେବେ ବୋଲି ଶ୍ରୀ ମହାଲିଙ୍ଗ  କହିଥିଲେ।କେଉଁ ପରିସ୍ଥିତିରେ ରେ ଏବଂ କେଉଁଠାରେ ତାଂକ ମୃତ୍ୟୁ ହେଲା ତାହା ଅନୁସନ୍ଧାନ କରାଯାଉ ବୋଲି ଶ୍ରୀ ମହାଲିଙ୍ଗ କହିଥିଲେ

Nuakhai wishes