ପୋଖରୀରୁ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ପଞ୍ଚାୟତ ବାଘିଆ ଟାଙ୍ଗିରି ସାହିର ଏକ ପୋଖରୀରୁ ରବିବାର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ତ୍ରିଲୋଚନ ନାଏକ। ସୂଚନା ଅନୁଯାୟୀ, ତ୍ରିଲୋଚନ ଶନିବାର ଗାଁ ହାଟକୁ ଯାଇ ନିଖୋଜ ହୋଇଥିଲେ। ସେ ହାଟର ପାଲ ଭିଡ଼ିବା ପାଇଁ ଖୁଣ୍ଟି ପୋତା କାର୍ଯ୍ୟ କରନ୍ତି । ତ୍ରିଲୋଚନ ଶୌଚ ହେବାକୁ ଯାଇ ପାଣିରେ ବୁଡି ପ୍ରାଣ ହରାଇଥିବା ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି। ରବିବାର ଅପରାହ୍ନରେ ବହୁ ଖୋଜା ଖୋଜି କରିବା ପରେ ଗାଁ ପୋଖରୀରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି।

ଡବଲଙ୍ଗ-ଲଛିପୁର ରାସ୍ତାରେ କାଦୁଅ

ସୋନପୁର ସଦର ବ୍ଲକ ଅନ୍ତର୍ଗତ ଲଛିପୁର ଡବଲଙ୍ଗ ରାସ୍ତାରେ ଜଳଯୋଗାଣ ପାଇଁ ରାସ୍ତା କାଟି ପାଇପ ପୋତି ନିଆଯାଇଛି।

ଫଳରେ କଂକ୍ରିଟ ରାସ୍ତା ଉପରେ ମାଟି ପୋତି ରହିଥିବା ଯୋଗୁଁ ସ୍ବଳ୍ପ ବର୍ଷା ହେଲେ କାଦୁଅ ହୋଇ ଲୋକେ ଦୁର୍ଘଟଣାଗ୍ରସ୍ତ ହେଉଥିବା କହିଛନ୍ତି।

ଗୋପୀନାଥପୁର ସେବାଶ୍ରମରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ

ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ସେବାଶ୍ରମରେ ଆଜି ଦିବା ୧୧ ଘଟିକା ସମୟରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ସମ୍ମିଳନୀରେ ସ୍ଥାନୀୟ ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ଶ୍ରୀଧର ସାହୁ ଏବଂ ଅବସର ପ୍ରାପ୍ତ ତହସିଲଦାର ଶ୍ରୀଯୁକ୍ତ ରାଧାକାନ୍ତ ବାରିକଙ୍କୁ ସମ୍ମାନିତ କରାଯାଇଥିଲା l

ନୋଡାଲ ହାଇସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ଯକ୍ରମ

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଘଣ୍ଟପଡା ନୋଡାଲ ହାଇସ୍କୁଲ ପରିସରରେ ଆଜି ସେଣ୍ଟ୍ରାଲ ମେଡିକାଲ ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି l

ଏଥିରେ ଯୁବନେତା ତଥା ସମାଜସେବୀ ବିଭୁତି ସାହୁ,ଘଣ୍ଟପଡା ପଞ୍ଚାୟତର ସମିତି ସଭ୍ଯ କରୁଣାକର ସାହୁ ଏବଂ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ବୃକ୍ଷରୋପଣ କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ l

ନାଟକ ଅଚିହ୍ନl ସହରର ନକ୍ସାର ଲୋକାର୍ପଣ ଉତ୍ସବ

ଡ. ରଜନୀ ରଞ୍ଜନଙ୍କ ନାଟକ ସଂକଳନ ଅଚିହ୍ନl ସହରର ନକ୍ସାର ଲୋକାର୍ପଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି l

ଏଥିରେ ପକ୍ଷୀଘର ପ୍ରକାଶକ ବନୋଜ ତ୍ରିପାଠୀ, ନାଟ୍ୟକାର ଶଙ୍କର ତ୍ରିପାଠୀ, ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ ଦାସ ଓ କଥାକାର ଡ. ଅଜୟ ସ୍ବାଇଁ ଉପସ୍ଥିତ ଥିଲେ l

କୁଞ୍ଜାପାଲି ଆବାସିକ ସେବାଶ୍ରମରେ ଶିକ୍ଷକ ଅଭିଭାବକ ସଂଘର ବୈଠକ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କୁଞ୍ଜାପାଲି ଆବାସିକ ସେବାଶ୍ରମରେ ଆଜି ଶିକ୍ଷକ ଅଭିଭାବକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଦୁର୍ଜନତୈଲା ସରପଞ୍ଚ ବିଷ୍ଣୁପ୍ରିୟା କୁମ୍ଭାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଶ୍ରୀ ଜିଉଙ୍କ ସୁନାବେଶ ଦର୍ଶନ କଲେ ଭକ୍ତ

କେନ୍ଦୁଝରର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କ ବିଶ୍ଵର ସର୍ବୋଚ୍ଚ ରଥ ଉପରେ ସୁନାବେଶରେ ଦର୍ଶନ କରିବାକୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି।

ସୁନା, ହୀରା, ମୋତି, ମାଣିକ୍ୟ ଆଦି ଗହଣାରେ ଶ୍ରୀ ଜୀଉଙ୍କୁ ସୁସଜ୍ଜିତ କରାଯାଇଛି। ସୁରକ୍ଷା ଦୃଷ୍ଟି କୋଣରୁ ରଥ ଚାରିପାଖରେ ବାରିକେଡ ବ୍ୟବସ୍ଥା ସହିତ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ବନ ବିଭାଗ ପକ୍ଷରୁ ବାର ଖଣ୍ଡ ଶାଗୁଆନ ପଟ୍ଟା ଜବତ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପାଟକୁମୁଣ୍ଡା‍ ଗ୍ରାମର‌ ବିଜାପଦାରେ ବିଷ୍ଣୁ ସ୍ବାଇଁ ଘରେ ଆଜି ଛେଣ୍ଡିପଦା ବନ ବିଭାଗ ପକ୍ଷରୁ ଚଢାଉ କରି ବାର ଖଣ୍ଡ ଶାଗୁଆନ ପଟ୍ଟା ଜବତ କରିଛି।

ଏନେଇ କାହାକୁ ଗିରଫ କରାଯାଇନଥିବା ଜଣାପଡିଛି।

ମେଟାକାନି ଠାରେ କବିତା ପୁସ୍ତକ ସ୍ମୃତି ଗର୍ଭର ଶାମୁକା ଉନ୍ମୋଚିତ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମେଟାକାନି ମନ୍ଦିର ପ୍ରାଙ୍ଗଣରେ ଆଜି ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମେଣ୍ଡଲିଙ୍କ ରଚିତ କବିତା ପୁସ୍ତକ ସ୍ମୃତି ଗର୍ଭର ଶାମୁକା ଉନ୍ମୋଚିତ ହୋଇଯାଇଛି ।

ଏଥିରେ ଉତ୍କଳ ସାହିତ୍ୟ ସମାଜର ସଦସ୍ୟ ଜିତେନ୍ଦ୍ର ପର୍ଡିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଭିନ୍ନ କବିତା ବିଷୟରେ ଆଲୋଚନା କରିଥିଲେ ।

ନିଆରା ଢଙ୍ଗରେ ପାଳନ କଲେ ଜନ୍ମ ଦିନ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଗୋ ଗ୍ରିନ ଏଶୋସେସନର ସମ୍ପାଦକ ଶରତ ଖେତି ଆଜି ନିଜର ଜନ୍ମଦିନରେ ଠେଙ୍ଗୋ ଡ୍ୟାମ ବଜାର ନିକଟରେ ବିଭିନ୍ନ ପ୍ରକାରର ଦଶଟି ବୃକ୍ଷ ରୋପଣ କରିଛନ୍ତି ।

ଏହା ଦ୍ବାରା ଠେଙ୍ଗୋ ଡ୍ୟାମ ସବୁଜ ସୁନ୍ଦର ହେବା ସହ ଆଜିର ଯୁବ ସମାଜମାନଙ୍କୁ ବୃକ୍ଷ ରୋପଣ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି।

Nuakhai wishes