ସ୍କୁଲକୁ ଗଣମାଧ୍ୟମକୁ ମନା ପ୍ରସଙ୍ଗରେ ବିଭିନ୍ନ ମହଲରେ ପ୍ରତିକ୍ରିୟା

ସ୍କୁଲ ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧି, କ୍ୟାମେରା କିମ୍ବା ବୁମ ନ ଛାଡିବାକୁ ବିଭିନ୍ନ ଜିଲ୍ଲାରେ ଶିକ୍ଷା ଅଧକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିବା ପରେ ଏହା ବିରୋଧରେ ଆଜି ରାଜନୈତିକ ଓ ଗଣମାଧ୍ୟମ ମହଲରେ ତୀବ୍ର ବିରୋଧ କରାଯାଇଛି l
ଏହି ନିର୍ଦ୍ଦେଶ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି ହୋଇଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ଗଣମାଧ୍ୟମର ଦୋଷ ଥିବା ପରୋକ୍ଷରେ କହିଛନ୍ତି l

ମହାନଦୀକୁ ମାଛ ମାରିବାକୁ ଯାଇ ପାଣିରେ ବୁଡ଼ି ଯୁବକ ମୃତ

ଆଜି ସକାଳୁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମହଦା ପଞ୍ଚାୟତର ନାଚନିପଦର ଗ୍ରାମର ରବି ନାଏକ ନାମକ ଜଣେ ଯୁବକ ମହାନଦୀକୁ ମାଛ ମାରିବାକୁ ଯାଇ ପାଣିରେ ବୁଡ଼ି ପ୍ରାଣ ହରାଇଛି।

ବୀରମହାରାଜପୁର ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।

ଦୁର୍ଦ୍ଦାନ୍ତ ମାଓବାଦୀ ଲକ୍ଷ୍ମଣ ପଡିଆମୀ ଗିରଫ

ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ ଅଞ୍ଚଳରେ ଆଜି ଏସଓଜି ଏବଂ ଡିଭିଏଫ ଯବାନ ମାନେ କମ୍ବିଂ କରିବା ସମୟରେ ଦୁର୍ଦ୍ଦାନ୍ତ ମାଓବାଦୀ ଲକ୍ଷ୍ମଣ ପଡି଼ଆମୀକୁ ଗିରଫ କରିଛନ୍ତି l

Nuakhai wishes