କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ପଞ୍ଚାୟତ ବାଘିଆ ଟାଙ୍ଗିରି ସାହିର ଏକ ପୋଖରୀରୁ ରବିବାର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।
ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ତ୍ରିଲୋଚନ ନାଏକ। ସୂଚନା ଅନୁଯାୟୀ, ତ୍ରିଲୋଚନ ଶନିବାର ଗାଁ ହାଟକୁ ଯାଇ ନିଖୋଜ ହୋଇଥିଲେ। ସେ ହାଟର ପାଲ ଭିଡ଼ିବା ପାଇଁ ଖୁଣ୍ଟି ପୋତା କାର୍ଯ୍ୟ କରନ୍ତି । ତ୍ରିଲୋଚନ ଶୌଚ ହେବାକୁ ଯାଇ ପାଣିରେ ବୁଡି ପ୍ରାଣ ହରାଇଥିବା ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି। ରବିବାର ଅପରାହ୍ନରେ ବହୁ ଖୋଜା ଖୋଜି କରିବା ପରେ ଗାଁ ପୋଖରୀରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି।