ମାର୍ଚ୍ଚ ଆରମ୍ଭରୁ ଓଡ଼ିଶାରେ ଉପରମୁହାଁ ପାରଦ

ଆଗାମୀ ୪ଦିନ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାରେ ତାତି ଅସମ୍ଭାଳ ହେବ।

ବିଶେଷ କରି ଚଳିତ ସପ୍ତାହରେ ଅଧିକାଂଶ ଅଞ୍ଚଳରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଏବଂ ରେଡ ଆଲର୍ଟ ଜାରି କରିଛି ଆଇଏମଡି।

ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଅଭିନେତା ପିଣ୍ଟୁଙ୍କ ଦେହାନ୍ତରେ ଓଡ଼ିଶା ରାଜ୍ୟପାଳ, ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ

ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତି ପ୍ରାୟ 11 ଟା 25 ମିନିଟରେ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଯାଇଥିବା ତାଙ୍କ ପରିବାର ସୂତ୍ରରୁ ପ୍ରକାଶ l

ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ

ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତି ପ୍ରାୟ 11 ଟା 25 ମିନିଟରେ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଯାଇଥିବା ତାଙ୍କ ପରିବାର ସୂତ୍ରରୁ ପ୍ରକାଶ l

ଭିଜିଲାନ୍ସ ହାତରେ ଖନ୍ତାପଡା ଥାନା ଏଏସ୍ଆଇ ଓ ହୋମଗାର୍ଡ

୨୦ ହଜାର ଲାଞ୍ଚ ନେବା ବେଳେ ଏଏସ୍ଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶୀକାନ୍ତ ମହାପାତ୍ରଙ୍କୁ ଧରିଛି ଭିଜିଲାନ୍ସ।

ଉଭୟ ଜବତ ହୋଇଥିବା ବାଇକ୍‌କୁ ରିଲିଜ କରିବାକୁ ଲାଞ୍ଚ ନେଉଥିଲେ।

୧୦ ଟଙ୍କାରୁ ଅଧିକ ହେବ ନାହିଁ ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ

ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ (ଟିକେଟ) ୧୦ ଟଙ୍କାରୁ ଅଧିକ ହେବ ନାହିଁ ।

ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛାତ୍ରଛାତ୍ରୀ, କାରିଗର ଓ ବୁଣାକାରଙ୍କ ପାଇଁ ସଂପୂର୍ଣ୍ଣ ମାଗଣା ରହିଛି।

ପଥର ଛେଚି ଯୁବକକୁ ହତ୍ୟା ଘଟଣା ରେ ଜଣେ ଗିରଫ

କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ଅନ୍ତର୍ଗତ ଫୁଲଝର ଗ୍ରାମ ନିକଟରେ ପଥର ଛେଚି ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ସଦର ଥାନା ବୋଲି ଆଜି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି ଥାନା ଅଧିକାରୀ ସୁଶାନ୍ତ ଦାସ ସୂଚନା ଦେଇଛନ୍ତି।

ଗିରଫଙ୍କ ନାମ ଯଶୋବନ୍ତ ଦେହୁରୀ ବୋଲି ଜଣାପଡ଼ିଛି। ମୃତକ ତରଣିସେନ ଖଟୁଆଙ୍କ ସହିତ ସେ ଓ ଅନ୍ୟ ଜଣେ ବାଇକରେ କେନ୍ଦୁଝର ଆସି ଫେରି ମଦ ପିଇଥିଲେ। କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ସେମାନେ ପଥର ଛେଚି ହତ୍ୟା କରି ଫେରାର ହୋଇ ଯାଇଥିଲେ।

ବିଜେପି କର୍ମୀଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା

ଗୃହରେ ଶୂନ୍ୟକାଳରେ କଡ଼ା ନିନ୍ଦା କରିଛନ୍ତି ଜୟନାରାୟଣ ମିଶ୍ର।ଜୟନାରାୟଣ କହିଛନ୍ତି, ପୁଲିସ ଯେଉଁଭଳି ଅମାନୁଷିକ କାଣ୍ଡ ଘଟାଇଲା ନିନ୍ଦନୀୟ, କର୍ମୀଙ୍କୁ ଲହୁଲୁହାଣ କରିଥିବା କଳା ଓ ଧଳା ପୋଷାକଧାରୀ କିଏ, ହସ୍ପିଟାଲରେ ଆମକୁ ଆହତ କର୍ମୀଙ୍କୁ ଦେଖିବାକୁ ଦିଆଗଲାନି’ ଏହା କେଉଁ ପ୍ରକାର ଶାସନ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ। ଗଣତନ୍ତ୍ରରେ କଣ ପ୍ରତିବାଦ କରି ନ୍ୟାୟ ମାଗିବା ଭୁଲ।

ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ରୁଲିଂ ଦେବାକୁ ଦାବି କରିଛନ୍ତି ଜୟନାରୟଣ।

ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ କଲେ ପରିବାର

ସମ୍ବଲପୁର ଜିଲ୍ଲା ଭିସୁଟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଜଣେ ଯୁବକଙ୍କ ନାଁ ନେଇ ହତ୍ୟା ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ମାଆ।

ଯୁବକଙ୍କ ନାଁ ନେବା ସହ ସଂଘବଦ୍ଧ ହତ୍ୟା କରାଯାଇଥିବା କହିଛନ୍ତି। ଝିଅ ବେକରେ ଦାଗ ଅଛି, ତଣ୍ଟି ଚିପି ହତ୍ୟା କରାଯାଇଛି ବୋଲି କହିଛନ୍ତି ମୃତକଙ୍କ ମାଆ।

+ ୨ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗରେ ସାଇବର ଥାନାରେ ଏତଲା

ସୋସିଆଲ୍ ମିଡିଆରେ + ୨ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗରେ ସାଇବର ଥାନାରେ ଏତଲା ଦିଆଯାଇଥିବା ନେଇ ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

କିଛି ଲୋକେ ଦଲାଲି କରିବାକୁ ନକଲି ପ୍ରଶ୍ନପତ୍ର ଭାଇରାଲ୍ କରୁଛନ୍ତି।ପିଲାମାନେ ପ୍ରଭାବିତ ହୁଅନ୍ତୁ ନାହିଁ, କୌଣସି ସତ୍ୟତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

Nuakhai wishes