ମୋହନା ବିଡିଓଙ୍କ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ

ଗଜପତି ଜିଲ୍ଲା ପୋଡ଼ଣି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ବିଡିଓ ଡ୍ରାଇଭର ସହ ଗାଡ଼ିରେ ଗଲା ବେଳେ ଜଣଙ୍କୁ ଧକ୍କା ଦେଇଛନ୍ତି।

ଦୁର୍ଘଟଣା ପରେ ବିଡିଓ ସେଠାରୁ ପଳାଇଥିବା ଥାନା ଆଇଆଇସି ସୂଚନା ଦେଇଛନ୍ତି। ବିଡିଓ ପଳାଇ ଯିବାପରେ ଥାନାରେ ଗାଡ଼ି ଜିମା ଦେଇଛି ଡ୍ରାଇଭର।

ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜ୍‌ରେ ପାଠପଢ଼ା

ଡିଏମ୍‌ଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଏ ନେଇ ସୂଚନା ଦେଇଛନ୍ତି।

ଶ୍ରୀ ମହାନ୍ତି କହିନ୍ତି, ଆସନ୍ତା ବର୍ଷ ଯାଜପୁର, କନ୍ଧମାଳ ଜିଲ୍ଲାରେ ଏବଂ ୨୦୨୬ ସୁଦ୍ଧା ତାଳଚେରରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା ହେବ। ସବୁ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ଖୋଲିବା ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।

ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜ୍‌ରେ ପାଠପଢ଼ା

ଡିଏମ୍‌ଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଏ ନେଇ ସୂଚନା ଦେଇଛନ୍ତି।

ଶ୍ରୀ ମହାନ୍ତି କହିନ୍ତି, ଆସନ୍ତା ବର୍ଷ ଯାଜପୁର, କନ୍ଧମାଳ ଜିଲ୍ଲାରେ ଏବଂ ୨୦୨୬ ସୁଦ୍ଧା ତାଳଚେରରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା ହେବ। ସବୁ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ଖୋଲିବା ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।

ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କଲା ବିରୋଧୀ ବିଜେପି

ବିଜେପି ସଦସ୍ୟ ଧାରଣାରେ ବସିବା ସହ ଅଭିଭାଷଣ ଚାଲିଥିବା ବେଳେ କକ୍ଷତ୍ୟାଗ କରିଛନ୍ତି।

ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ବିଧାନସଭା କକ୍ଷ ପ୍ରବେଶ ପଥରେ ବସିଛନ୍ତି ବିଜେପି ସଦସ୍ୟ।

ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ପ୍ରତିବାଦ ଜଣାଇଲା କଂଗ୍ରେସ

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ପୋଡ଼ିୟମ ତଳେ ଛିଡ଼ା ହୋଇ ପ୍ରତିବାଦ ଜଣାଇଛନ୍ତି କଂଗ୍ରେସ ସଦସ୍ୟ।

ରାଜ୍ୟପାଳ ଭାଷଣ ଦେଉଥିବା ବେଳେ ହୋହଲ୍ଲା, ପାଟିତୁଣ୍ଡ କରିଛନ୍ତି କଂଗ୍ରେସ ସଦସ୍ୟ।

ଚାନ୍ଦିପୁର ୩ ନଂ ଲଞ୍ଚ୍‌ପ୍ୟାଡ୍‌ରୁ ମିଜାଇଲ ପରୀକ୍ଷଣ

ବାଲେଶ୍ବର ଚାନ୍ଦିପୁର ୩ ନଂ ଲଞ୍ଚ୍‌ପ୍ୟାଡ୍‌ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଟିସିଏମ ମିଜାଇଲ୍‌ ପରୀକ୍ଷଣ ହୋଇଛି।

ଏହି ମିଜାଇଲରେ ୧ ହଜାର କିମି ଲକ୍ଷ୍ୟଭେଦ ଓ ୧.୫ ଟନ୍‌ ଯୁଦ୍ଧାସ୍ତ୍ର ବହନ କ୍ଷମତା ରହିଛି।

ବ୍ଲକସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ତରଭା ପରିସରରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି l

ଏଥିରେ ବ୍ଲକ ଅଧ୍ୟକ୍ଷ ଓ ବ୍ଲକ ଉନ୍ନୟନ ଅଧିକାରୀ ଯୋଗ ଦେଇଥିଲେ।

ରାସ୍ତା ଉପରେ କ୍ଷୀର ଢାଳି ଚାଷୀଙ୍କ ପ୍ରତିବାଦ

କଟକ ମାହାଙ୍ଗା ଏରକଣା ବଜାରରେ ପ୍ରତିବାଦ କରିଛନ୍ତି ଦୁଗ୍ଧ ଚାଷୀ।

ଚାଷୀମାରଣ ନୀତି ବିରୋଧରେ ଏହି ଅଭିନବ ପ୍ରତିବାଦ କରିଛନ୍ତି।

ଅପରାଧିକ ମାମଲା ପାଇଁ ଅଭିଯୁକ୍ତକୁ ୩ ମାସ ତଡ଼ିପାର ନିର୍ଦ୍ଦେଶ

ଭୁବନେଶ୍ବର ଅର୍ବାନ ଜିଲ୍ଲା ପୁଲିସ ପକ୍ଷରୁ ଲିଙ୍ଗରାଜ ଥାନା ଅଞ୍ଚଳର ଅମିତ ମହାପାତ୍ରଙ୍କୁ ତଡ଼ିପାର ନିର୍ଦ୍ଦେଶ ଦିଆଯାଇଛି।

ପୁଲିସ କମିଶନରଙ୍କ କୋର୍ଟରେ ହାଜର ନ ହେବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି। ଲିଙ୍ଗରାଜ ଥାନା ଆଇଆଇସିଙ୍କୁ ଅବଗତ କରିଛି କମିଶନରେଟ୍‌ ପୁଲିସ।

ସୁବଳୟାରେ ଆମ ପୋଲିସ ସମିତିର ବୈଠକ

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁବଳୟା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ କାର୍ଯ୍ୟାଳୟମାନଙ୍କରେ ତମାଖୁକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିସହ ସୁବଳୟା ବସ ଷ୍ଟାଣ୍ଡ ଛକ ଅଞ୍ଚଳରେ ରାତ୍ରୀକାଳୀନ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ତଥା ଦିନବେଳା ବିଭିନ୍ନ ଛକ ସ୍ଥାନରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ନିମନ୍ତେ ପୁଲିସ ପହରା ବ୍ୟବସ୍ଥା କରିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଥାନା ଅଧିକାରୀ ଅଞ୍ଜଳି କୁମ୍ଭାର ଏଥିରେ ଅଧ୍ୟକ୍ଷତା କରିଥିଲେ ।

Nuakhai wishes