ଆମ ବିଭାଗରେ ପିସି ନାହିଁ: ପୂର୍ତ୍ତ ମନ୍ତ୍ରୀ

ଆମ ବିଭାଗରେ ଭଲ ଅଫିସର ଅଛନ୍ତି, କେବେ ପିସି ନିଅନ୍ତିନି, ଯେତେବେଳେ ଯିଏ ପିସି ନେଉଛି, ଭିଜିଲାନ୍ସ ଦ୍ବାରା ଧରାପଡୁଛି ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।

ଆମ ବିଭାଗ ଜିରୋ କରପ୍ସନ ପଲିସି ଅବଲମ୍ବନ କରୁଛି କହିଛନ୍ତି ସଚିବ।

ତ୍ରିଶୁଳିଆ ଠାରେ ହେବ ଦ୍ବିତୀୟ ବ୍ରିଜ୍

କାଠଯୋଡ଼ି ନଦୀରେ ତ୍ରିଶୁଳିଆ ଠାରେ ଦ୍ବିତୀୟ ବ୍ରିଜ୍ ନିର୍ମାଣ ନେଇ ପୂର୍ତ୍ତ ମନ୍ତ୍ରୀ ଏବଂ ପୂର୍ତ୍ତ ସଚିବ ସୂଚନା ଦେଇଛନ୍ତି।

ଦ୍ବିତୀୟ ବ୍ରିଜ୍ ପାଇଁ ବଜେଟରେ ବ୍ୟୟବରାଦ ହୋଇଛି। ଚଳିତ ବର୍ଷ ବ୍ରିଜ୍ କାମ ଆରମ୍ଭ ହେବ କହିଲେ ପୂର୍ତ୍ତ ସଚିବ।

ତ୍ରିଶୁଳିଆ ଠାରେ ହେବ ଦ୍ବିତୀୟ ବ୍ରିଜ୍

କାଠଯୋଡ଼ି ନଦୀରେ ତ୍ରିଶୁଳିଆ ଠାରେ ଦ୍ବିତୀୟ ବ୍ରିଜ୍ ନିର୍ମାଣ ନେଇ ପୂର୍ତ୍ତ ମନ୍ତ୍ରୀ ଏବଂ ପୂର୍ତ୍ତ ସଚିବ ସୂଚନା ଦେଇଛନ୍ତି।

ଦ୍ବିତୀୟ ବ୍ରିଜ୍ ପାଇଁ ବଜେଟରେ ବ୍ୟୟବରାଦ ହୋଇଛି। ଚଳିତ ବର୍ଷ ବ୍ରିଜ୍ କାମ ଆରମ୍ଭ ହେବ କହିଲେ ପୂର୍ତ୍ତ ସଚିବ।

ଅଟୋ ଓଲଟି ୫ ପରୀକ୍ଷାର୍ଥୀ ଆହତ

ମାଟ୍ରିକ ପରୀକ୍ଷା ଦେଇ ଫେରିବା ବେଳେ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ପାଟଣା ଛକରେ ଓଲଟିଲା ଅଟୋ।

ଜଣେ ବୃଦ୍ଧାଙ୍କୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିଲା। ସଂପୃକ୍ତ ବୃଦ୍ଧାଙ୍କ ସହ ୪ ଛାତ୍ରୀ ଏବଂ ଜଣେ ଛାତ୍ର ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଗୋପାଳକୁ ପାଗଳ ସାବ୍ୟସ୍ତ କରିବାକୁ କାହିଁକି ଚାହୁଁଛନ୍ତି: ଜୟନାରାୟଣ

ହତ୍ୟାକାଣ୍ଡର ୫୦ ଦିନ ପରେ ବି କାରଣ ଓ ପଛରେ କିଏ ଜଣାପଡ଼ିନି, ଏସସିବି ପାଗଳ ନୁହେଁ କହିଲା ପରେ ବି କାହିଁକି ନିମହାନ୍ସ ନେବାକୁ ଚେଷ୍ଟା କରାଯାଉଛି ବୋଲି ଜୟନାରାୟଣ କହିଛନ୍ତି।

ଏଫବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ଯେଉଁ ଚିଠି ଲେଖିଛନ୍ତି, ସେ ଚିଠି ଦେଖାନ୍ତୁ,‌ ହାଇକୋର୍ଟ ମନିଟରିଂ ପାଇଁ ଲେଖାଯାଇଥିବା ଚିଠି ବି ଉପସ୍ଥାପନ କରନ୍ତୁ ବୋଲି ଜୟନାରାୟଣ କହିଛନ୍ତି।

୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଏକ ଫଟୋ ଦେଖାଇ ବିଧାନସଭାରେ ବିରୋଧୀ ହୋହଲ୍ଲା କରିଛନ୍ତି।

ବିରୋଧୀଙ୍କ ହୋହଲ୍ଲା ପାଇଁ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି କରିଛନ୍ତି ବାଚସ୍ପତି।

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗକୁ ସ୍ବୀକାର କଲା ବୋର୍ଡ

ବିଭିନ୍ନ ସ୍ଥାନରୁ ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗ ଆସିଛି, ମୁଦ୍ରଣ ଜନିତ ତ୍ରୁଟିରୁ ଏଭଳି ହୋଇଛି ବୋଲି କହିଛନ୍ତି ବୋର୍ଡ ସଭାପତି।

କ’ଣ ପାଇଁ ଏଭଳି ହେଲା ଏହାର ତର୍ଜମା କରାଯିବ ବୋଲି ସେ କହିଛନ୍ତି।

ବିଦ୍ୟାଳୟର ୧୫ ଛାତ୍ରଛାତ୍ରୀ ଅସୁସ୍ଥ

ବଲାଙ୍ଗିର ଜିଲ୍ଲା ପଥରଚେପା ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ଦୁଇ ପିଲାଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଖାଦ୍ୟ ଖାଇ ୧୫ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି।

ହଷ୍ଟେଲରେ ମେଡିକାଲ ଟିମ୍‌ର ଚିକିତ୍ସା ପରେ ପହଞ୍ଚିଛନ୍ତି ଫୁଡ୍‌ ଇନ୍ସପେକ୍ଟର।

ଟ୍ରକ ଧକ୍କାରେ କନେଷ୍ଟବଲ ମୃତ

କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ମୁମ୍ବଇ କଲିକତା ରାସ୍ତାର ଝାରବେଡା ନିକଟରେ ଶନିବାର ଏକ ଟ୍ରକ ଧକା ରେ ତୁରୁମୁଙ୍ଗା ଥାନା ର କାର୍ଯ୍ୟରତ କନେଷ୍ଟବଲଙ୍କ ମର୍ମନ୍ତୁଦ ମୃତ୍ୟୁ ଘଟିଛି।

ମୃତ କନେଷ୍ଟବଲ ଜଣକ ହେଉଛନ୍ତି ରଘୁନାଥ ମୁର୍ମୁ । ସେ ସାଇକେଲ ଯୋଗେ ଥାନାକୁ ଯାଉଥିବା ସମୟ ରେତାଙ୍କୁ ଟ୍ରକ ଧକ୍କା ଦେଇଥିଲା।ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି।

Nuakhai wishes