୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଆଜି ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 43.2 ଡିଗ୍ରୀ ଥିବା ବେଳେ ବୌଦ୍ଧରେ 42, ପାରଳାଖେମୁଣ୍ଡିରେ 41, ଟିଟିଲାଗଡ଼ରେ 40.5, ଛତ୍ରପୁରରେ 40, ବଲାଙ୍ଗୀରରେ 42.4, ଭବାନୀପାଟଣାରେ 40.6, ହୀରାକୁଦରେ 40.3, ସମ୍ବଲପୁରରେ 40.8, ଝାରସୁଗୁଡାରେ 42.9, ବାରିପଦାରେ 40, ଅନୁଗୁଳରେ 43.1 ଡିଗ୍ରୀ ରହିଛି l

ଟ୍ରକ ଡ୍ରାଇଭର ଅଙ୍ଗୁର ଦଣ୍ଡିଆଙ୍କ ମୃତ୍ୟୁ

ବୋୖଦ୍ଧ ଜିଲ୍ଲାର ଚାରିଛକ କାଠ ଡିପରେ ଡ୍ରାଇଭର ଭାବେ କାମ କରୁଥିବା କନ୍ଧମାଳ ଜିଲ୍ଲା ବଳିଗୁଡାର ସୁନା ଦଣ୍ଡିଆଙ୍କ ପୁତ୍ର ଅଙ୍ଗୁର ଦଣ୍ଡିଆ ସବୁଦିନ ଭଳି ଚାରିଛକର ଆରନିଗଡ଼ ଗୋଛାବରୀ ଠାରେ ରତ୍ରୀରେ ରୋଷେଇ କରି ଖାଇ ପିଇ ଗାଡି ଡାଲାରେ ଶୋଇଥିଲେ ଦୁଇଜଣ ଡ୍ରାଇଭର ସକାଳେ ଭୋରରେ କାମ ପାଇଁ ଅଙ୍ଗୁରକୁ ଉଠାଇବାରୁ ଆଉ ଉଠିନଥିଲେ ଆଜି ପୁରୁଣା କଟକ ଡାକ୍ତର ମୃତଘୋଷଣା କରିଛି ।

ଆଜିକୁ ବହୁଦିନ ହେବ ନୟାଗଡ଼ ବାସିନ୍ଦା ଇସମାଇଲ ଖାଁଙ୍କ ଟ୍ରକ ଚଳାଉଥିଲେ ।

ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ

ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଲରମ୍ଭା ପଞ୍ଚାୟତ ଅଧିନସ୍ଥ କୁତୁର୍ଲା ଗ୍ରାମରେ ଆଜି ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବର ୩ୟ ଦିବସ ଆନନ୍ଦ ଓ ଉଲ୍ଲାସର ସହିତ ପାଳିତ ହେଉଛି।

ଯଜ୍ଞ କର୍ତ୍ତା ଭାବେ ସପତ୍ନିକ ନିରଞ୍ଜନ ବିଶି ଓ ନୀଳାଞ୍ଚି ବିଶି ଦାୟିତ୍ୱ ନେଇଥିବା ବେଳେ କନ୍ୟା ପିତା ମଙ୍ଗୁଲୁ ଭୋଇ ଦାୟିତ୍ୱ ନେଇଛନ୍ତି।

ଓଡ଼ିଶା ଗସ୍ତରେ ଆପ୍ ପ୍ରଭାରୀ ବିରେନ୍ଦ୍ର ସିଂ କାଡିଆନ

ଚାରିଦିନିଆ ଓଡ଼ିଶା ଗସ୍ତରେ ନବ ନିଯୁକ୍ତ ଆପ୍ ପ୍ରଭାରୀ ଶ୍ରୀ ବିରେନ୍ଦ୍ର ସିଂ କାଡିଆନ ଆସିଛନ୍ତି l

ଆଜି ଅପରାହ୍ନରେ ଆପ ଓଡ଼ିଶା ପ୍ରମୁଖ ସଦସ୍ୟ ନିଶିକାନ୍ତ ଓ ସାଥୀ କର୍ମକର୍ତ୍ତା ତାଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କରିବା ସହିତ ବହୁତ ଉତ୍ସାହିତ ଅଛନ୍ତି l

ମହାଦେବ ମନ୍ଦିର ସାମ୍ମନାରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟନାୟକଙ୍କ ୨୫ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ଅପରାହ୍ନରେ ପୁଟିଣା ମହାଦେବ ପଡ଼ିଆ ଠାରେ ପ୍ରଦୀପ ପ୍ରଜ୍ୱଳନ ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହଇଯାଇଛି ।

ଏହି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

ହନୁମାନ ମନ୍ଦିର ପ୍ରତିଷ୍ଠା ନେଇ କଳସ ଶୋଭାଯାତ୍ରା

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗଡ଼ଭିତର ସ୍ଥିତ ଜଗନ୍ନାଥ ମନ୍ଦିରରେ ନବ ନିର୍ମିତ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପରିପ୍ରେକ୍ଷିରେ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ନଗର କୀର୍ତ୍ତନ ସହ ଶତାଧିକ ମହିଳା ସାମିଲ ହୋଇ ସହର ପରିକ୍ରମା କରି ବିନିକା ପଡ଼ା ମହାନଦୀ ଘାଟରୁ ଜଳ ସଂଗ୍ରହ କରି ମଣ୍ଡପରେ ସ୍ଥାପନ କରିଥିଲେ ।

ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ସ୍ମୃତିସଭା ଆୟୋଜନ

ଅନୁଗୁଳ ଜିଲ୍ଲା ତାଳଚେରରେ ଓଡ଼ିଶାର ବରପୁତ୍ର ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ତାଳଚେର ଜଗନ୍ନାଥ କଳକେନ୍ଦ୍ର ଠାରେ ବିଜୁ ଜନତା ଦଳ ତରଫରୁ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା ।

ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ।

Nuakhai wishes