ପାତାଳୀ କ୍ଷେତ୍ରରେ ପାଣି ପ୍ରକଳ୍ପ ଅଚଳ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପାତାଳୀ କ୍ଷେତ୍ରରେ ଦୀର୍ଘ ବର୍ଷରୁ ଗୋଟିଏ ପାଣି ପ୍ରକଳ୍ପ ଅଚଳ ହୋଇଯାଇଛି ।

ଯାହା ଫଳରେ ଭକ୍ତମାନେ ପିଇବା ପାଣି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଅତିଶୀଘ୍ର ଦୃଷ୍ଟି ଦେଇ ମରାମତି ପାଇଁ ଅଞ୍ଚଳବାସୀ ଓ ଭକ୍ତମାନେ ଦାବି କରିଛନ୍ତି ।

ବଜ୍ରପାତରେ ୩ଗୋରୁ ମୃତ, ୨ଆହତ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବାଉଁସପାଳ ଗ୍ରାମରେ ଆଜି ଅପରାହ୍ନରେ ବଜ୍ରପାତରେ ୩ଗୋରୁର ମୃତ୍ୟୁ ଘଟିଥିବା ବେଳେ ୨ଆହତ ହୋଇଛନ୍ତି।

ଆହତ ଗୋରୁଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରଯାଇଛି । ଆଜି ଅପରାହ୍ନ ବର୍ଷା ସମୟରେ ଗ୍ରାମର ଗଛ ନିକଟରେ ୫ ଗୋରୁ ରହିଥିଲେ । ବଜ୍ରପାତ ସମୟରେ ଏହି ଅଘଟଣ ଘଟିଛି ।

ଆଜି ହନୁମାନଙ୍କର କପିରାଜ୍ ବେଶ

ଆଜି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଏନଏସିରେ ଥିବା ପ୍ରସିଦ୍ଧ ହନୁମାନ ମନ୍ଦିରରେ ବାର୍ଷିକ ଉତ୍ସବ ପାଳିତ ହୋଇଛି ।

ଆଜି ହନୁମାନ କପିରାଜ୍ ବେଶରେ ଦର୍ଶନ ଦେଉଛନ୍ତି। ୧୦୦୮ ହୋମ, ପ୍ରସାଦ ସେବନ ହୋଇଥିବା ବେଳେ ସନ୍ଧ୍ୟାରେ ପ୍ରବଚନର ବ୍ୟବସ୍ଥା ହୋଇଛି ବୋଲି କମିଟି କହିଛି ।

ଅଙ୍ଗନୱାଡି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ବାଣ୍ଟିଲେ ସାଂସଦ

ବାଲେଶ୍ଵର ସହରସ୍ଥିତ ଏକ ଅଙ୍ଗନୱାଡି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି ବାଲେଶ୍ଵର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ।

ସାଥିରେ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ବରିଷ୍ଠ ନେତା ଜୀବନ ପ୍ରଦୀପ ଦାସ, ପରଶୁରାମ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

ଏମ୍ସ ପ୍ରତିଷ୍ଠା ପାଇ ପଦଯାତ୍ରାରେ ଭୁବନେଶ୍ୱର ବାହାରିଲେ ସୁମିତ

ସୁନ୍ଦରଗଡ ଠାରେ ଏମ୍ସ ପ୍ରତିଷ୍ଠା ପାଇଁ ପଦଯାତ୍ରାରେ ଭୁବନେଶ୍ୱରକୁ ବାହାରିଛନ୍ତି ସୁନ୍ଦରଗଡର ଯୁବକ ସୁମିତ ଦାଶ ।

ସୁମିତ ସୁନ୍ଦରଗଡରୁ ଆରମ୍ଭ କରିଥିବା ପଦଯାତ୍ରା ଆଜି ସମ୍ବଲପୁର ପହଞ୍ଚିବା ପରେ ସୁମିତଙ୍କ ସୁନ୍ଦରଗଡରେ ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିକୁ ସମ୍ବଲପୁରରେ ମଧ୍ୟ ସମର୍ଥନ କରାଯାଇଥିଲା । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରରେ ସୁମିତଙ୍କୁ ସ୍ବାଗତ କରାଯାଇ ତାଙ୍କର ଦାବିକୁ ସରକାର ପୁରଣ କରିବାକୁ ଅନୁରୋଧ କରିଥିଲେ ସମ୍ବଲପୁରର ବହୁ ବରିଷ୍ଠ ନାଗରିକ ।

ପ୍ରବଳ ବର୍ଷା ସହିତ କୁଆପଥର ଓ ବଜ୍ରପାତ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଅଞ୍ଚଳରେ ଆଜି ଅପରାହ୍ନ ୩ଟା ପରେ ପ୍ରବଳ ବର୍ଷା ସହିତ କୁଆପଥର ଓ ବଜ୍ରପାତ ହୋଇଛି ।

ଫଳରେ ଲୋକେ ଗରମରୁ ଆସ୍ୱସ୍ତି ଲାଭ କରିଛନ୍ତି ।

ନାଗରିକ ମଞ୍ଚର ରେଳରୋକ ଆନ୍ଦୋଳନ ୧୦ଦିନ ପାଇଁ ସ୍ଥଗିତ

ବାଲେଶ୍ଵର ଜିଲ୍ଲା ସୋର ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ଆସନ୍ତା ୨୦ ତାରିଖରେ ସୋର ରେଳ ଷ୍ଟେସନରେ ରେଳ ରୋକ ଆନ୍ଦୋଳନ କରାଯିବ ବୋଲି ରେଳ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଆଜି ଦିନ ୩ଟା ବେଳେ ରେଳ ବିଭାଗର ଏକ ପ୍ରତିନିଧି ଦଳ ସ୍ଥାନୀୟ ଆନ୍ଦୋଳନକାରିଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରିବା ପରେ ପ୍ରତିଶ୍ରୁତି ଆଧାରରେ ରେଳରୋକକୁ ଆଗାମୀ ୧୦ ଦିନ ପାଇଁ ସ୍ଥଗିତ ରଖିବାକୁ ନାଗରିକ ମଞ୍ଚର ସଂପାଦକ ନରହରି ଦାସ ସୂଚନା ଦେଇଛନ୍ତି।

ଉତ୍କଳ ସାହିତ୍ୟ ସମାଜକୁ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ

ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ସାହିତ୍ୟ ଏକାଡେମୀ ତରଫରୁ ସଂସ୍କୃତି ଭବନରେ ଆୟୋଜିତ ଉତ୍ସବରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଉତ୍କଳ ସାହିତ୍ୟ ସମାଜ, କଟକକୁ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ ସହ ପାଞ୍ଚ ଲକ୍ଷ ଟଙ୍କା ଅର୍ଥ ରାଶି ସହିତ ଅଙ୍ଗବସ୍ତ୍ର ଓ ତାମ୍ର ଫଳକ ଦେଇ ସମ୍ମାନିତ କରିଥିଲେ l

ଏଥିରେ ସଚିବ ମଧୁସୂଦନ ପାଢ଼ୀ, ନିର୍ଦ୍ଦେଶକ ରଂଜନ କୁମାର ଦାସ, ବିଶିଷ୍ଟ ଔପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ଏକାଡେମୀର ସଚିବ ପ୍ରବୋଧ ରାଉତ, ସଭାପତି ଡ. ହୃଷୀକେଶ ମଲ୍ଲିକ, ଉପସଭାପତି ଡ. ସଂଗ୍ରାମ ଜେନା ଉପସ୍ଥିତ ଥିଲେ l

ଭୁତିଆପାଲି କଲେଜରେ ସ୍ୱୟଂ ପ୍ରତିରକ୍ଷା ତାଲିମ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଭୁତିଆପାଲି ପରମେଶ୍ବରୀ ମହାବିଦ୍ୟାଳୟରେ ଆଜି ସ୍ୱୟଂ ପ୍ରତିରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ।

ଭୂତିଆପାଲି କଲେଜ ଅଧ୍ୟକ୍ଷ ସୁବାଷ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ, ସମ୍ମାନିତ ଅତିଥି କଳାପଥର କଲେଜ ଅଧ୍ୟାପକ ମଧୁସୂଦନ ପୁଝାରୀ ଯୋଗ ଦେଇଥିଲେ ।

Nuakhai wishes